ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Gold Price Today: ସୁନା ମହଙ୍ଗା ହେଲା; ରୂପା ଦାମ୍ ମଧ୍ୟ ୬୦୬ ଟଙ୍କା ବୃଦ୍ଧି ପାଇଲା, ଜାଣନ୍ତୁ ନୂଆ ଦାମ୍

Gold Price Today: ସୁନା ମହଙ୍ଗା ହେଲା; ରୂପା ଦାମ୍ ମଧ୍ୟ ୬୦୬ ଟଙ୍କା ବୃଦ୍ଧି ପାଇଲା, ଜାଣନ୍ତୁ ନୂଆ ଦାମ୍

Gold Silver Price, 20 January 2021: ଘରୋଇ ବଜାରରେ ସପ୍ତାହର ତୃତୀୟ ବାଣିଜ୍ୟ ଦିନରେ ସୁନା ଦରରେ ତୀବ୍ର ବୃଦ୍ଧି ଘଟିଛି । ଏଥି ସହିତ ରୂପା (Silver Prices Today) ପ୍ରତି କିଲୋଗ୍ରାମରେ ୬୦୬ ଟଙ୍କା ବୃଦ୍ଧି ପାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ଆନ୍ତର୍ଜାତୀୟ ବଜାରରେ ସୁନା ଦରରେ ବୃଦ୍ଧି ଭାରତୀୟ ବଜାର ଉପରେ ମଧ୍ୟ ପ୍ରଭାବ ପକାଇଛି ।

Gold Price Today: ସୁନା ମହଙ୍ଗା ହେଲା; ରୂପା ଦାମ୍ ମଧ୍ୟ ୬୦୬ ଟଙ୍କା ବୃଦ୍ଧି ପାଇଲା, ଜାଣନ୍ତୁ ନୂଆ ଦାମ୍
ସୁନା ଦରରେ ତୀବ୍ର ବୃଦ୍ଧି ଘଟିଛି
  • News18 Odia
  • Last Updated: January 20, 2021, 6:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ ବଜାରରେ ଆଜି ବି ସୁନା ଦାମ୍ ରେକର୍ଡ କରାଯାଇଛି । ଦିଲ୍ଲୀର ସରଫା ବଜାରରେ ବୁଧୁବାର ଅର୍ଥାତ ୨୦ ଜାନୁୟାରୀ ୨୦୨୧ ର ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୩୪୭ ଟଙ୍କା ବୃଦ୍ଧି ପାଇଛି । ଏଥି ସହିତ ରୂପା ଦାମ୍ ମଧ୍ୟ ଆଜି ବୃଦ୍ଧି ପାଇଛି । ଆଜି ରୂପା ପ୍ରତି କିଲୋଗ୍ରାମ ପିଛା ୬୦୬ ଟଙ୍କା ବୃଦ୍ଧି ହୋଇଥିବା ରେକର୍ଡ କରାଯାଇଛି । ଗତ ବାଣିଜ୍ୟ ସେସନରେ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ୧୦ ଗ୍ରାମ ପ୍ରତି ସୁନା ଦାମ୍ ୪୮,୪୧୧ ଟଙ୍କା ବନ୍ଦ ହୋଇଥିଲା । ଏଥି ସହିତ ରୂପା କିଲୋଗ୍ରାମ ପିଛା ୬୫,୨୦୮ ଟଙ୍କା ଥିଲା । ଆଜି ବି ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦାମ୍ ବୃଦ୍ଧି ପାଇଛି ।

ସୁନାର ନୂଆ ଦାମ୍ (Gold Price, 20 January 2021)
ବୁଧବାର ଦିନ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ସୁନା ଦାମ୍ ୧୦ ଗ୍ରାମ ପିଛା ୩୪୭ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧତାର ନୂଆ ଦାମ୍ ବର୍ତ୍ତମାନ ୧୦ ଗ୍ରାମ ପିଛା ୪୮,୭୫୮ ଟଙ୍କାକୁ ବୃଦ୍ଧି ପାଇଛି । ଏହା ପୂର୍ବ ବାଣିଜ୍ୟ ଦିନରେ ସୁନା ୧୦ ଗ୍ରାମ ପିଛା ୪୮,୪୧୧ ଟଙ୍କା ବନ୍ଦ ହୋଇଥିଲା । ଏଥି ସହିତ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ଆଜି ପ୍ରତି ଆଉନ୍ସ ୧,୮୫୪ ଡଲାରକୁ ବୃଦ୍ଧି ପାଇଛି ।

ରୂପାର ନୂଆ ଦାମ୍ (Silver Price, 20 January 2021)
ବୁଧବାର ଦିନ ରୂପା ଦାମରେ ଏକ ଭଲ ବୃଦ୍ଧି ରେକର୍ଡ କରିଛି । ଆଜି ଦିଲ୍ଲୀ ବୁଲିଅନ୍ ମାର୍କେଟରେ ରୂପା ମୂଲ୍ୟ ୬୦୬ ଟଙ୍କା ବୃଦ୍ଧି ପାଇଛି । ବର୍ତ୍ତମାନ ଏହାର ଦାମ୍ କିଲୋଗ୍ରାମ ପିଛା ୬୫,୮୨୪ ଟଙ୍କାରେ ପହଞ୍ଚିଛି । ଆଜି ଆନ୍ତର୍ଜାତୀୟ ବଜାରରେ ରୂପା ଦାମ୍ ପ୍ରତି ଆଉନ୍ସ ୨୫.୨୮ ଡଲାରକୁ ବୃଦ୍ଧି ପାଇଛି ।

କାହିଁକି ସୁନା ଓ ରୂପା ଦରରେ ବୃଦ୍ଧି ଘଟୁଛି
ମୋତିଲାଲ ଓସୱାଲ ଆର୍ଥିକ ସେବା ଉପାଧ୍ୟକ୍ଷ ନବନୀତ ଦାମାନୀଙ୍କ ଅନୁଯାୟୀ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ଭାରତୀୟ ବଜାର ଉପରେ ମଧ୍ୟ ପ୍ରଭାବ ପକାଇଛି । ଏଥି ସହିତ ବିଶ୍ୱବ୍ୟାପୀ କରୋନା ଭୂତାଣୁ ବିଷୟରେ ନିବେଶକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି । ଏଭଳି ପରିସ୍ଥିତିରେ ସେମାନେ ଏକ ସୁରକ୍ଷିତ ବିନିଯୋଗ ବିକଳ୍ପ ଭାବରେ ସୁନାରେ ପୁଞ୍ଜି ବିନିଯୋଗ କରୁଛନ୍ତି । ଏଥିପାଇଁ ସୁନା ଦର ବୃଦ୍ଧି ଓ ହ୍ରାସ ପାଇବାରେ ଲାଗିଛି । ଏଥି ସହିତ ଆମେରିକାର ନୂତନ ସରକାର କରୋନା ସଙ୍କଟର ମୁକାବିଲା ପାଇଁ ବିପୁଳ ପରିମାଣର ଖର୍ଚ୍ଚ କରିବାକୁ ଯୋଜନା କରୁଛନ୍ତି ।
Published by: Jagdish Barik
First published: January 20, 2021, 6:33 PM IST