ହ୍ରାସ ପାଇବାରେ ଲାଗିଛି ସୁନା ଏବଂ ରୂପା ମୂଲ୍ୟ; ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦର

ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଖୁସି ଖବର । ଏବେ ସୁନା ଦର ହ୍ରାସ ଘଟିବାରେ ଲାଗିଛି ।

ସୁନା ଓ ରୁପା ଦର ହ୍ରାସ ।

ସୁନା ଓ ରୁପା ଦର ହ୍ରାସ ।

  • Share this:
News 18 Odia Digital

ନୂଆଦିଲ୍ଲୀ: ବିବାହ କିମ୍ବା ପର୍ବପର୍ବାଣୀରେ ସୁନା କିଣିବା ପରମ୍ପରା ରହିଛି । ଏମିତିରେ ସୁନା ଗହଣା ପିନ୍ଧିବା ସମସ୍ତଙ୍କର ପସନ୍ଦ । କିନ୍ତୁ ସୁନା ଦରରେ ବୃଦ୍ଧି ଯୋଗୁଁ ଲୋକମାନେ ମୁଣ୍ଡରେ ହାତ ଦେଉଛନ୍ତି । ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଖୁସି ଖବର । ଏବେ ସୁନା ଦର ହ୍ରାସ ଘଟିବାରେ ଲାଗିଛି ।

ବିଶ୍ଵରେ ବିମୁଦ୍ରାକରଣର ଭୟ ଏବଂ ଆମେରିକୀୟ ଡଲାରର ମଜବୁତି କାରଣରୁ ସୁନା ଓ ରୂପା ମୂଲ୍ୟ ଗୁରୁବାର (ଜୁଲାଇ ୧୪, ୨୦୨୨) ହ୍ରାସ ପାଇବାରେ ଲାଗିଛି । ଏମସିଏକ୍ସ (ମଲ୍ଟି କମୋଡିଟି ଏକ୍ସଚେଞ୍ଜ) ରେ ସୁନା ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ୦.୨୫ ପ୍ରତିଶତ ଖସି କିମ୍ବା ୧୨୯ ଟଙ୍କା ଖସି ୫୦,୬୭୩ ଟଙ୍କାରେ କାରବାର କରୁଛି । ଏଥି ସହିତ, ରୂପା ଆସନ୍ତା ସେପ୍ଟେମ୍ବର ସୁଦ୍ଧା ୦.୪୫ ପ୍ରତିଶତ କିମ୍ବା ୨୫୭ ଟଙ୍କା ହ୍ରାସ ହୋଇ କିଲୋଗ୍ରାମ ପିଛା ୫୬,୮୭୦ ଟଙ୍କାରେ କାରବାର କରୁଛି ।

ସୁନା ଦର ହ୍ରାସର କାରଣ: ବିଶ୍ୱ ବଜାରରେ ଚାଲିଥିବା ଅଶାନ୍ତି କାରଣରୁ ସୁନା ଦର ହ୍ରାସ ପାଉଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ମୁତାବକ, ଆମେରିକାରେ ମୁଦ୍ରାସ୍ଫୀତି ବୃଦ୍ଧି, ଫେଡେରାଲ ରିଜର୍ଭ (ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ) ଦ୍ୱାରା ସୁଧ ହାର ବୃଦ୍ଧି ସୁନା ମୂଲ୍ୟ ଉପରେ ଚାପର ମୁଖ୍ୟ କାରଣ । ଆନ୍ତର୍ଜାତୀୟ ବଜାରରେ ସ୍ପଟ୍ ସୁନା ମୂଲ୍ୟ ୦.୪ ପ୍ରତିଶତ ହ୍ରାସ ହୋଇ ୧୭୨୮ଡଲାରରେ ପହଞ୍ଚିଛି ଏବଂ ଆସନ୍ତା ମାସରେ ସୁନା ଦର ୦.୫ ପ୍ରତିଶତ ହ୍ରାସ ହୋଇ ୧୭୨୬ ଡଲାରରେ ପହଞ୍ଚିଛି ।

ଇଣ୍ଡିଆନ୍ ବୁଲିଅନ୍ ଏବଂ ଜୁଏଲର୍ସ ଆସୋସିଏସନ୍ ଦ୍ୱାରା ପ୍ରକାଶିତ ମୂଲ୍ୟ ଅନୁଯାୟୀ, ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୦,୮୦୦ ଟଙ୍କା, ୨୨ କ୍ୟାରେଟ୍ ସୁନା ଦର ୪୯,୫୯୦ ଟଙ୍କା, ୨୦ କ୍ୟାରେଟ୍ ସୁନା ୪୫,୨୨୦ ଟଙ୍କା, ୧୮ କ୍ୟାରେଟ୍ ସୁନା ୪୧,୧୫୦ , ୧୪ କ୍ୟାରେଟ୍ ସୁନା ମୂଲ୍ୟ ହେଉଛି ୩୨,୨୭୭ ଟଙ୍କା ।
Published by:Soubhagya Mishra
First published: