ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Gold-Silver Price: ଆଜି ପୁଣି ମହଙ୍ଗା ହେଲା ସୁନା-ରୂପା; ଫଟାଫଟ ଜାଣନ୍ତୁ କଣ ରହିଛି ନୂଆ ଦାମ୍

Gold-Silver Price: ଆଜି ପୁଣି ମହଙ୍ଗା ହେଲା ସୁନା-ରୂପା; ଫଟାଫଟ ଜାଣନ୍ତୁ କଣ ରହିଛି ନୂଆ ଦାମ୍

ଦିଲ୍ଲୀର ବୁଲିଅନ୍ ବଜାରରେ ଗୁରୁବାର ସୁନା ଓ ରୂପା ଦାମ୍ ସାମାନ୍ୟ ବୃଦ୍ଧି ପାଇଛି । ଆଜି କ୍ରମାଗତ ଦ୍ୱିତୀୟ ଦିନରେ ଉଭୟ ମୂଲ୍ୟବାନ ଧାତୁରେ ବୃଦ୍ଧି ଦେଖିବାକୁ ମିଳିଛି ।

Gold-Silver Price: ଆଜି ପୁଣି ମହଙ୍ଗା ହେଲା ସୁନା-ରୂପା; ଫଟାଫଟ ଜାଣନ୍ତୁ କଣ ରହିଛି ନୂଆ ଦାମ୍
ଆଜି ପୁଣି ମହଙ୍ଗା ହେଲା ସୁନା-ରୂପା
  • News18 Odia
  • Last Updated: November 26, 2020, 7:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆଜି ସୁନା ଦର (Gold Rate) ପୁଣି ବୃଦ୍ଧି ପାଇଛି । ଯଦିଓ ଆଜି ଅନ୍ୟ ଦିନ ତୁଳନାରେ ସାମାନ୍ୟ ବୃଦ୍ଧି ଘାରିଛି । HDFC ସିକ୍ୟୁରିଟି ଆଜି ଦିଲ୍ଲୀର ବୁଲିଅନ୍ ବଜାରରେ ସୁନା ଓ ରୂପା ଦାମ୍ ବିଷୟରେ ସୂଚନା ଦେଇଛି । ସୁନା ବ୍ୟତୀତ ଆଜି ରୂପା ହାରରେ ସାମାନ୍ୟ ବୃଦ୍ଧି ଘଟିଛି । ଆମେରିକୀୟ ବଜାର ଆଜି ଥ୍ୟାଙ୍କସବିଙ୍ଗ ପାଇଁ ବନ୍ଦ ରହିଛି । ଏହାପୂର୍ବରୁ ଏଠାରେ ଉଭୟ ମୂଲ୍ୟବାନ ଧାତୁର ଦରରେ ସ୍ୱଳ୍ପ ପୁନରୁଦ୍ଧାର ହୋଇଥିଲା । କରୋନା ଭୂତାଣୁ ଟିକା ଓ ପ୍ରୋତ୍ସାହନ ପ୍ୟାକେଜକୁ ଦୃଷ୍ଟିରେ ରଖି ନିବେଶକମାନେ ସତର୍କ ଅଛନ୍ତି ।

ସୁନାର ନୂଆ ଦାମ୍ (Gold Price, 27 November 2020) - ଗୁରୁବାର ଦିନ ଦିଲ୍ଲୀର ବୁଲିଅନ୍ ବଜାରରେ ସୁନା ଦାମ୍ ୧୦ ଗ୍ରାମ ପ୍ରତି ୧୭ ଟଙ୍କା ବୃଦ୍ଧି ପାଇଛି । ଯାହା ଦ୍ୱାରା ବର୍ତ୍ତମାନ ୧୦ ଗ୍ରାମ ସୁନା ଦାମ୍ ୪୮,୨୫୭ ଟଙ୍କା ଛୁଇଁଛି । ଏହାର ପୂର୍ବ ବୁଧବାର ଦିନ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା ଓ ବାଣିଜ୍ୟ ଶେଷରେ ଏହା ୪୮,୨୪୦ ଟଙ୍କା ବନ୍ଦ ହୋଇଥିଲା । ଆନ୍ତର୍ଜାତୀୟ ବଜାରରେ ଗତ ବାଣିଜ୍ୟ କାରବାରରେ ଏହା ପ୍ରତି ଆଉନ୍ସ ୧,୮୧୫ ଡଲାରରେ ଥିଲା ।

ରୂପାର ନୂଆ ଦାମ୍ (Silver Price, 27 November 2020) - ଆଜି ରୂପା ଦରରେ ମଧ୍ୟ ସାମାନ୍ୟ ବୃଦ୍ଧି ଘଟିଛି । ଗୁରୁବାର ଦିନ ରୂପା କିଲୋଗ୍ରାମ ୨୮ ଟଙ୍କା ବୃଦ୍ଧି ପାଇ ୫୯,୫୧୩ ଟଙ୍କା ହୋଇଛି । ବୁଧବାର ବାଣିଜ୍ୟ କାରବାର ପରେ ଏହା କିଲୋଗ୍ରାମ ପିଛା ୫୯,୪୮୫ ଟଙ୍କା ବନ୍ଦ ହୋଇଥିଲା । ଏଥି ସହିତ ଆନ୍ତର୍ଜାତୀୟ ବଜାରରେ ଏହା ଏକ ଆଉନ୍ସ ୨୩.୪୨ ଡଲାରରେ ବନ୍ଦ ଥିଲା ।

କାହିଁକି ବଢୁଛି ମୂଲ୍ୟବାନ ଧାତୁରେ ଦାମ୍
HDFC ସିକ୍ୟୁରିଟି ସିନିୟର ଆନାଲିଷ୍ଟ (କମୋଡିଟିସ୍) ତପନ ପଟେଲ କହିଛନ୍ତି ଯେ ନିବେଶକଙ୍କ ଉପରେ କାରବାରର ପ୍ରଭାବ ସୁନା ଦାମ୍ ଉପରେ ପଡିଛି । ଏଥି ସହିତ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ହ୍ୱାଇଟ ହାଉସରେ କାର୍ଯ୍ୟ ଆରମ୍ଭ ହେବା ଦ୍ୱାରା ଉତ୍ସାହ ପ୍ୟାକେଜ ଉପରେ ଆଶା ବୃଦ୍ଧି ଯୋଗୁଁ ମୂଲ୍ୟବାନ ଧାତୁର ଦାମ୍ ବୃଦ୍ଧି ହୋଇଛି । କରୋନା ଭୂତାଣୁ ଟିକା ସମ୍ବନ୍ଧୀୟ ଖବରକୁ ଦେଖି ନିବେଶକମାନେ ମଧ୍ୟ ସଜାଗ ରହିଛନ୍ତି ।
Published by: Jagdish Barik
First published: November 26, 2020, 7:46 PM IST