Gold Silver Price: ସପ୍ତାହର ପ୍ରଥମ ଦିନରେ ଶସ୍ତା ହେଲା ସୁନା ଓ ରୂପା; ଏହି କାରଣରୁ ହ୍ରାସ ହେଲା ଦର, ଏଠାରେ ନୂଆ ଦର ଯାଞ୍ଚ କରନ୍ତୁ

ସୁନା ଓ ରୂପାର ଦର (Gold Silver Prices Decreased) ସପ୍ତାହର ପ୍ରଥମ ଦିନରେ ହ୍ରାସ ପାଇଛି । ଜାଣନ୍ତୁ ସୋମବାର ଦିନ ସୁନା ଓ ରୂପା କେତେ ଶସ୍ତା ହୋଇଛି ..

Gold Silver Price: ସପ୍ତାହର ପ୍ରଥମ ଦିନରେ ଶସ୍ତା ହେଲା ସୁନା ଓ ରୂପା; ଏହି କାରଣରୁ ହ୍ରାସ ହେଲା ଦର, ଏଠାରେ ନୂଆ ଦର ଯାଞ୍ଚ କରନ୍ତୁ
ସପ୍ତାହର ପ୍ରଥମ ଦିନରେ ଶସ୍ତା ହେଲା ସୁନା ଓ ରୂପା
  • News18 Odia
  • Last Updated: September 21, 2020, 7:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସୁନା ଓ ରୂପାର (Gold Silver Prices Decreased) ଦର ସପ୍ତାହର ପ୍ରଥମ ଦିନରେ ହ୍ରାସ ପାଇଛି । ଜାତୀୟ ରାଜଧାନୀରେ ସୋମବାର ସୁନା ଦର ୩୨୬ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୫୨,୪୨୩ ଟଙ୍କା ହୋଇଛି । ରୂପା ଦର ବିଷୟରେ କହିବାକୁ ଗଲେ ୯୪୫ ଟଙ୍କା ହ୍ରାସ ହୋଇ କିଲୋଗ୍ରାମ ପିଛା ୬୮,୨୮୯ ଟଙ୍କା ହୋଇଛି । ଏହା ପୂର୍ବରୁ ଶୁକ୍ରବାର ଦିନ ସୁନା ଓ ରୂପା ଦରରେ ବୃଦ୍ଧି ଘଟିଥିଲା ।

ସୁନାର ନୂତନ ଦର (Gold Price on 21 September 2020) - HDFC ସିକ୍ୟୁରିଟିଜ ଅନୁଯାୟୀ ସୁନାର ଦର ଆଜି ୩୨୬ ଟଙ୍କା ହ୍ରାସ ପାଇ ୧୦ ଗ୍ରାମରେ ୫୨,୪୨୩ ଟଙ୍କା ହୋଇଛି । ଏହାର ପୂର୍ବ ଅଧିବେଶନରେ ଅର୍ଥାତ୍ ଶୁକ୍ରବାର ଦିନ ସୁନା ଦର ୨୨୪ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୫୨,୬୭୨ ଟଙ୍କା ବନ୍ଦ ହୋଇଥିଲା । ଆନ୍ତର୍ଜାତୀୟ ବଜାରରେ ସୁନା ୧,୯୫୪ ଆମେରିକା ଡଲାର ପ୍ରତି ଅନ୍ସ ଥିଲା ।

ରୁପାର ନୂତନ ଦର (Silver Price on 21 September 2020) - HDFC ସିକ୍ୟୁରିଟିଜ ଅନୁଯାୟୀ ରୁପା ୯୪୫ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ୬୮,୨୮୯ ଟଙ୍କାରେ ପହଞ୍ଚିଛି । ଶୁକ୍ରବାର ଦିନ ବାଣିଜ୍ୟ ଅଧିବେଶନ ପରେ ରୂପା ୬୨୦ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଛା ୬୯,୮୪୧ ଟଙ୍କା ହୋଇଥିଲା । ସେହିଭଳି ଆନ୍ତର୍ଜାତୀୟ ବଜାରରେ ରୂପା ମୂଲ୍ୟ ୨୭.୧୩ ଡଲାର ପ୍ରତି ଅନ୍ସ ଥିଲା ।

ଏହି କାରଣରୁ ଦର ହ୍ରାସ ପାଇଲା
HDFC ସିକ୍ୟୁରିଟିଜର ବରିଷ୍ଠ ବିସ୍ଲେସକ (କମୋଡିଟିସ୍) ତପନ ପଟେଲ କହିଛନ୍ତି ଯେ ସୁନା ଦର ଡଲାରର ପୁନରୁଦ୍ଧାର ଚାପରେ କାରବାର ହୋଇଛି । ସୂଚନାଯୋଗ୍ୟ ଯେ ଆଜି ଘରୋଇ ଷ୍ଟକ୍ ମାର୍କେଟରେ ହ୍ରାସ ସତ୍ତ୍ୱେ ସୋମବାର ଟଙ୍କା ଆମେରିକୀୟ ଡଲାର ତୁଳନାରେ ୭୩.୩୮ (ଅସ୍ଥାୟୀ) ସ୍ତରରେ ବନ୍ଦ ହୋଇଥିଲା ।

ଏହା ବି ପଢ଼ନ୍ତୁ | CoronaVirus: ଆମେରିକାର ଦାବି, ଆୟୋଡିନ୍ ଦ୍ୱାରା ୧୫ ସେକେଣ୍ଡରେ ଦୂରେଇ ଯିବ ଭାଇରସ୍

ଏହା ବି ପଢ଼ନ୍ତୁ ଚିଟ୍ ଫଣ୍ଡ୍ ସ୍କାମ୍: ଖୋଲିଲା ସି-ସୋର ଫାଇଲ; BJD MLA ଦେବୀ ପ୍ରସାଦ ମିଶ୍ରଙ୍କ ଘରେ CBI ରେଡ଼ କଲା

୬ଟି ପ୍ରମୁଖ ମୁଦ୍ରା ତୁଳନାରେ ଆମେରିକୀୟ ଡଲାରର ସ୍ଥିତି ଦର୍ଶାଇ ଡଲାର ସୂଚକାଙ୍କ ୦.୨୯ ପ୍ରତିଶତ ବୃଦ୍ଧି ହୋଇ ୯୩.୧୯ ରେ ପହଞ୍ଚିଛି ।



ଚୀନ୍ ପରେ ଭାରତ ଦ୍ୱିତୀୟ ବୃହତ୍ତମ ସୁନା କିଣି ଥାଏ । ଭାରତରେ ସୁନା ଉପରେ ୧୨.୫ ପ୍ରତିଶତ ଆମଦାନୀ ଶୁଳ୍କ ଓ ତିନି ପ୍ରତିଶତ GST ଲାଗିଅଥାଏ । ଚଳିତ ବର୍ଷ ଭାରତରେ ସୁନା ଦର ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଭାରତରେ ସୁନା ଆମଦାନୀ ଗତ ବର୍ଷ ସମାନ ମାସରେ ୧.୩୬ ବିଲିୟନ ଡ଼ଲାରରୁ ଅଗଷ୍ଟରେ ୩.୭ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଥିଲା ।
Published by: Jagdish Barik
First published: September 21, 2020, 7:25 PM IST
corona virus btn
corona virus btn
Loading