News18 Odia Digital
Gold Silver Price: ଯଦି ଆପଣଙ୍କର କିମ୍ୱା ଘରେ କାହାର ବାହାଘର ଅଛି, ତେବେ ଖୁସି ଖବର । ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ତେଣୁ ବିଳମ୍ୱ ନକରି ତୁରନ୍ତ, ସୁନା ଗହଣା କିଣି ଆଣନ୍ତୁ । ଯିବା ପୂର୍ବରୁ ନୂଆ ଦର ଉପରେ ନଜର ପକାନ୍ତୁ ।
ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫, ୭୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୦,୭୬୦ ଟଙ୍କା ରହିଛ। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୭୫୦ ଟଙ୍କା ଓ ୬୦ ,୭୬୦ ଟଙ୍କା ହୋଇଛି।
ତିନି ଦିନ ଛୁଟି ପରେ ଆଜି ସରାଫା ବଜାରରେରେ କାରବାର ଆରମ୍ଭ ହୋଇଛି । ୨୯ ଏପ୍ରିଲ ଶନିବାର ଓ ୩୦ଏପ୍ରିଲ ରବିବାକ ସେୟାର ବଜାର ବନ୍ଦ ହୋଇଯାଇଥିଲା । ଏହା ପରେ ମେ ୧ ସୋମବାର ମଧ୍ଯ କାରବାର ହୋଇନଥିଲା । ମେ ୧ରୁ ଦେଶରେ ଶ୍ରମିକ ଦିବସ ଓ ମହାରାଷ୍ଟ୍ର ଦିବସ ଯୋଗୁଁ କୌଣସି ଟ୍ରେଣ୍ଡିଂ ବନ୍ଦ ରହିଥିଲା ।
ସରିଲା IAS ଯୋଡ଼ିଙ୍କ ବିବାହ; ସାତଜନ୍ମର ସାଥୀ ହେଲେ ସମ୍ବଲପୁର-ବଲାଙ୍ଗୀର ଜିଲ୍ଲାପାଳଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ସ୍ଥିର ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫,୭୦୦ ଟଙ୍କା ଓ ୬୦,୭୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୮୫୦ ଟଙ୍କା ଓ ୬୧,୯୧୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୬,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୧,୪୨୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୭୦୦ ଟଙ୍କା ଓ ୬୦,୭୬୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୭୬,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି। ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।