Gold price: କମିଲା ସୁନା ଦର; ଜାଣନ୍ତୁ ଆଜିର ସୁନା ଓ ରୂପା ମୂଲ୍ୟ ବାବଦରେ

Today Gold Price: ସୁନା ପ୍ରାୟ ୪୫୦୦ ଟଙ୍କା ଓ ରୂପା ୨୪୩୦୦ ଟଙ୍କା ଶସ୍ତା ହୋଇଛି। ଜାଣନ୍ତୁ ଆଜିର ସୁନା ଓ ରୂପା ମୂଲ୍ଯ ।

ଜାଣନ୍ତୁ ଆଜିର ସୁନା ମୂଲ୍ୟ

ଜାଣନ୍ତୁ ଆଜିର ସୁନା ମୂଲ୍ୟ

  • Share this:
News18 Odia Digital

ନୂଆ ଦିଲ୍ଲୀ: ଯଦି ଆପଣ ମଧ୍ୟ ସୁନା କିମ୍ବା ରୂପା ଅଳଙ୍କାର କିଣିବାକୁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଗତ କିଛି ଦିନ ହେବ ସୁନା ଓ ରୂପା ମୂଲ୍ୟରେ ଅସ୍ଥିରତା ଜାରି ରହିଛି। ପୁଣି ଥରେ ସୁନା ମୂଲ୍ୟ ହ୍ରାସ ହୋଇଛି। ଏହି ହ୍ରାସ ପରେ ବର୍ତ୍ତମାନ ସୁନା ୧୦ ଗ୍ରାମ ପିଛା ୫୧୭୦୦ ଟଙ୍କା ଓ ରୂପା କିଲୋଗ୍ରାମରେ ୫୫୭୦୦ ଟଙ୍କା ବିକ୍ରି ହେଉଛି। କେବଳ ଏତିକି ନୁହେଁ, ସୁନା ପ୍ରାୟ ୪୫୦୦ ଟଙ୍କା ଓ ରୂପା ୨୪୩୦୦ ଟଙ୍କା ଶସ୍ତା ହୋଇଛି।

ଇଣ୍ଡିଆନ୍ ବୁଲିୟନ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) କେନ୍ଦ୍ର ସରକାର ଘୋଷଣା କରିଥିବା ଛୁଟିଦିନ ବ୍ୟତୀତ ଶନିବାର ଓ ରବିବାର ଦିନ ସୁନା ଦର ପ୍ରକାଶ କରନ୍ତି ନାହିଁ। ଗତ ବାଣିଜ୍ୟ ସପ୍ତାହର ପଞ୍ଚମ ଦିନରେ ଶୁକ୍ରବାର ଦିନ ସୁନା ଦଶ ଗ୍ରାମ ପିଛା ୪୨୬ ଟଙ୍କା ଶସ୍ତା ହୋଇ ୧୦ ଗ୍ରାମ ପ୍ରତି ୫୧୬୬୮ ଟଙ୍କା ବନ୍ଦ ହୋଇଯାଇଥିଲା। ଗୁରୁବାରର ଶେଷ ବାଣିଜ୍ୟ ଦିନରେ ସୁନା ଦଶ ଗ୍ରାମ ପ୍ରତି ୪୬୪ ଟଙ୍କା ମହଙ୍ଗା ହୋଇ ୧୦ ଗ୍ରାମ ପିଛା ୫୨୦୯୪ ଟଙ୍କାରେ ବନ୍ଦ ହୋଇଯାଇଥିଲା।

ଅନ୍ୟପକ୍ଷରେ ରୂପା ୨୭୬ ଟଙ୍କା ଶସ୍ତା ହୋଇ ୫୫ କିଲୋଗ୍ରାମରେ ୫୫୬୦୭ ଟଙ୍କାରେ ବନ୍ଦ ହୋଇଯାଇଥିଲା।  ଗୁରୁବାରର ଶେଷ ବାଣିଜ୍ୟ ଦିନରେ ରୂପା ୬୫୯ ଟଙ୍କା ଶସ୍ତା ହୋଇ କିଲୋଗ୍ରାମ ପିଛା ୫୫୮୮୩ ଟଙ୍କାରେ ବନ୍ଦ ହୋଇଯାଇଥିଲା।
Published by:Soumya Das
First published: