News18 Odia Digital
Gold Price Update: ଯଦି ଆପଣ ମଧ୍ୟ ସୁନା, ରୂପା କିମ୍ବା ଏହାର ଅଳଙ୍କାର କିଣିବାକୁ ଚାହାଁନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। ମହଙ୍ଗାର ରେକର୍ଡ ସୃଷ୍ଟି କରିବା ପରେ ସୁନା ଟିକେ ମନ୍ଥର ହୋଇଥିବାର ଦେଖାଯାଉଛି।
ସୋମବାର ଏକ ବଡ଼ ହ୍ରାସ ପରେ ମଙ୍ଗଳବାର ଦିନ ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସୁନା ୧୦ ଗ୍ରାମ ପିଛା ୫୯,୦୦୦ ରୁ କମ୍ ଏବଂ ରୂପା କିଲୋଗ୍ରାମରେ ୭୦,୦୦୦ ଟଙ୍କା ତଳେ ବିକ୍ରି ହେଉଛି।
ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪ ଓ ୨୨ କ୍ୟାରେଟ୍ ସୁନା ଦର ହ୍ରାସ ପାଇଛି।
ବୁଧବାର ସୁଦ୍ଧା ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୯,୪୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୪,୫୦୦ ଟଙ୍କା ରହିଛି।
ଭାରତର ପ୍ରମୁଖ ସହରଗୁଡିକ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଚେନ୍ନାଇରେ ଆଜି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୬୦,୧୧୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୫,୧୦୦ ଟଙ୍କା ରହିଛି।
ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ହାର ୫୯,୬୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୪,୬୫୦ ଟଙ୍କା ରହିଛି।
କୋଲକାତାରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦର ୫୯,୪୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୪,୫୦୦ ଟଙ୍କା ରହିଛି। ଅନ୍ୟପକ୍ଷରେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୯,୪୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୪,୫୦୦ ଟଙ୍କା ରହିଛି।
ସେହିପରି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୯,୪୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ଆଜି ୫୪,୫୦୦ ଟଙ୍କା ରହିଛି।
ଏମିତି ଯାଞ୍ଚ କରିପାରିବି ଆପଣଙ୍କ ସହରର ସୁନା ଓ ରୂପା ମୂଲ୍ୟ?ଆପଣ ନିଜ ଘରେ ବସି ସୁନା ମୂଲ୍ୟ ମଧ୍ୟ ଯାଞ୍ଚ କରିପାରିବେ। ଇଣ୍ଡିଆନ୍ ବୁଲିଅନ୍ ଏବଂ ଜୁଏଲର୍ସ ଆସୋସିଏସନ୍ ଅନୁଯାୟୀ, ଆପଣ କେବଳ ୮୯୫୫୬୬୪୪୩୩ରେ ଏକ ମିସ୍ କଲ ଦେଇ ମୂଲ୍ୟ ଯାଞ୍ଚ କରିପାରିବେ। ଆପଣଙ୍କ ମେସେଜ ସେହି ସମାନ ନମ୍ବରରେ ଆସିବ ଯେଉଁଠାରୁ ଆପଣ ମେସେଜ୍ କରିଥିବ।
ପଢ଼ନ୍ତୁ ଏହି ଖବର: ସାହାରାରେ ଫସି ରହିଛି କି ଆପଣଙ୍କ ଟଙ୍କା? ଆସିଲା ଖୁସି ଖବର; ୬ କୋଟିରୁ ଅଧିକ ଟଙ୍କା ଆଦାୟ କଲା SEBIସୁନାର ଶୁଦ୍ଧତା କିପରି ଚିହ୍ନିବେସୁନା ଅଳଙ୍କାର କିଣିବାବେଳେ ସର୍ବପ୍ରଥମେ ଏହାର ଶୁଦ୍ଧତା ସମସ୍ତେ ଯାଞ୍ଚ କରିଥାଆନ୍ତି। ୨୪ କ୍ୟାରେଟ୍ ସୁନା ସବୁଠାରୁ ଶୁଦ୍ଧ ବୋଲି କୁହାଯାଏ। ସୁନା ଅଳଙ୍କାର ୨୨ କିମ୍ବା ୧୮ କ୍ୟାରେଟ୍ ସୁନାରେ ନିର୍ମିତ ହୁଏ। ଅର୍ଥାତ୍ ୨୨ କ୍ୟାରେଟ୍ ସହ ସହିତ ଅନ୍ୟ କିଛି ଧାତୁ ମିଶ୍ରିତ କରାଯାଏ। ଅଳଙ୍କାର କିଣିବା ପୂର୍ବରୁ ସର୍ବଦା ଅଳଙ୍କାରରୁ ସୁନାର ଶୁଦ୍ଧତା ଯାଞ୍ଚ କରନ୍ତୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।