ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Gold Price Today: ଉତ୍ସବ ପରେ କିପରି ଅଛି ସୁନା ଓ ରୂପାର ମୂଲ୍ୟ; ଜାଣନ୍ତୁ ଆଜିର ରେଟ୍

Gold Price Today: ଉତ୍ସବ ପରେ କିପରି ଅଛି ସୁନା ଓ ରୂପାର ମୂଲ୍ୟ; ଜାଣନ୍ତୁ ଆଜିର ରେଟ୍

ଶୁକ୍ରବାର ଦିନ, ୯୯୯ ଶୁଦ୍ଧତାର ସୁନା ଦାମ୍ ୧୦ ଗ୍ରାମ ପିଛା ୪୭,୭୦୨ ଟଙ୍କା ଥିଲା । ୯୯୫ ଶୁଦ୍ଧତାର ସୁନା ୧୦ ଗ୍ରାମ୍ ପିଛା ୪୭,୫୧୧ ଟଙ୍କା କାରବାର କରିଥିଲା। ରୂପା ବିଷୟରେ କହିବାକୁ ଗଲେ, ୯୯୯ ଶୁଦ୍ଧତାର ରୂପା ମୂଲ୍ୟ ଏଠାରେ ୬୩,୫୫୧ ଟଙ୍କା ରେକର୍ଡ କରାଯାଇଥିଲା ।

Gold Price Today: ଉତ୍ସବ ପରେ କିପରି ଅଛି ସୁନା ଓ ରୂପାର ମୂଲ୍ୟ; ଜାଣନ୍ତୁ ଆଜିର ରେଟ୍
ଉତ୍ସବ ପରେ କିପରି ଅଛି ସୁନା ଓ ରୂପାର ମୂଲ୍ୟ
  • News18 Odia
  • Last Updated: November 8, 2021, 11:26 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: Gold-Silver Price Today: ଧନତେରସ ଓ ଦୀପାବଳି ସମୟରେ ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିଥିଲା। ଶୁକ୍ରବାର ଦିନ, ୧୦ ଗ୍ରାମ ପିଛା ପ୍ରାୟ ୫୭୦ ଟଙ୍କା ସୁନା ଓ ରୂପା ୧୦ ଗ୍ରାମ ପିଛା ୧୭୦୦ ଟଙ୍କା ରେକର୍ଡ କରାଯାଇଥିଲା।

ଶୁକ୍ରବାର ଦିନ, ୯୯୯ ଶୁଦ୍ଧତାର ସୁନା ଦାମ୍ ୧୦ ଗ୍ରାମ ପିଛା ୪୭,୭୦୨ ଟଙ୍କା ଥିଲା । 995 ଶୁଦ୍ଧତାର ସୁନା ୧୦ ଗ୍ରାମ୍ ପିଛା ୪୭,୫୧୧ ଟଙ୍କା କାରବାର କରିଥିଲା। ରୂପା ବିଷୟରେ କହିବାକୁ ଗଲେ, ୯୯୯ ଶୁଦ୍ଧତାର ରୂପା ମୂଲ୍ୟ ଏଠାରେ ୬୩,୫୫୧ ଟଙ୍କା ରେକର୍ଡ କରାଯାଇଥିଲା ।

Goodreturns.in ଅନୁଯାୟୀ, ସୁନା ଓ ରୂପା ହାର ପ୍ରଦାନ କରୁଥିବା ଅନ୍ୟ ଏକ ୱେବସାଇଟ୍ ଶୁକ୍ରବାର ଦିନ ୧୦ ଗ୍ରାମ ପ୍ରତି ସୁନା ଦର ୪୭,୨୫୦ ଟଙ୍କା ଥିବା କଥା କହିଥିଲା ।

ପର୍ବ ପରେ ଆଜି ବଜାର ଖୋଲିବା ପରେ ସୁନାରେ ମୂଲ୍ୟ ପୁଣି ଆକାଶ ଛୁଆଁ ମୂଲ୍ୟ ଦେଖିବାକୁ ମିଳୁଛି । goodreturns ଅନୁଯାୟୀ, ବର୍ତ୍ତମାନ ଏକ ଗ୍ରାମ ସୁନା (୨୨ କ୍ୟାରେଟ୍) ମୂଲ୍ୟ ପୂର୍ବ ସପ୍ତାହ ତୁଳନାରେ ସାମାନ୍ୟ ବୃଦ୍ଧି ସହିତ ୪,୭୨୬ ଟଙ୍କାରେ କାରବାର କରୁଛି। ୨୪ କ୍ୟାରେଟ୍ ଶୁଦ୍ଧ ସୁନାର ମୂଲ୍ୟ ୫୧,୫୬୦ ଟଙ୍କା ଚାଲିଛି ।

ଆଜିର ସୁନା ମୂଲ୍ୟ (୨୨ କ୍ୟାରେଟ୍) ibjarates.comରେ ଗ୍ରାମ ପିଛା ୪,୩୭୦ ଟଙ୍କା କୁହାଯାଉଥିବାବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୪,୭୭୦ ଟଙ୍କା ରେକର୍ଡ କରାଯାଇଛି।

ଯଦି ଆମେ ଦେଶର ବିଭିନ୍ନ ସହରରେ ଆଜିର ସୁନା ମୂଲ୍ୟ ବିଷୟରେ ଆଲୋଚନା କରିବା, ତେବେ ୨୨ କ୍ୟାରେଟ୍ ସୁନା ଦିଲ୍ଲୀରେ ୪୭,୨୬୦ ଟଙ୍କା, କୋଲକାତାରେ ୪୭,୫୧୦ ଟଙ୍କା, ମୁମ୍ବାଇରେ ୪୬,୨୨୦ ଟଙ୍କା ଓ ଚେନ୍ନାଇରେ ୪୫,୪୨୦ ଟଙ୍କା କାରବାର କରୁଛି।
Published by: Lipina Das
First published: November 8, 2021, 11:12 AM IST