କମିଲା ସୁନା ଦର (ପ୍ରତୀକାତ୍ମକ ଛବି)
News18 Odia Digital
ଆଜି ଦେଶରେ ସୁନା ମୂଲ୍ୟ ୩୧୦ ଟଙ୍କା ହ୍ରାସ ପାଇଛି। ଭାରତରେ ୨୪ କ୍ୟାରେଟ ସୁନା ମୂଲ୍ୟ ୫୦,୨୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୪୬,୦୬୦ ଟଙ୍କା ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ବିଭିନ୍ନ ମେଟ୍ରୋ ସହରରେ ସୁନା ମୂଲ୍ୟରେ ଅସ୍ଥିରତା ଦେଖାଯାଇଥିଲା। ଚେନ୍ନାଇରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ର ସୁନା ମୂଲ୍ୟ ୫୨,୨୮୫ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୭,୯୨୭ ଟଙ୍କା ରହିଛି।
ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ର ସୁନା ହାର ୫୦,୭୯୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୬,୧୦୦ ଟଙ୍କା ରହିଛି। କୋଲକାତାରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ପାଇଁ ସୁନା ହାର ୫୦,୨୯୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୬,୧୦୦ ଟଙ୍କା ରହିଛି। ଅନ୍ୟପକ୍ଷରେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ମୂଲ୍ୟ ୫୦,୨୯୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ୪୬,୧୦୦ ଟଙ୍କା ରହିଛି।
ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ର ମୂଲ୍ୟ ୫୦,୨୯୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ଗୁରୁବାର ଦିନ ୪୬,୧୦୦ ଟଙ୍କା ରହିଛି। ୨୪ କ୍ୟାରେଟ୍ (୧୦ ଗ୍ରାମ) ଏବଂ ୨୨ କ୍ୟାରେଟ୍ (୧୦ ଗ୍ରାମ) ପାଇଁ ଗତ 24 ଘଣ୍ଟା ମଧ୍ୟରେ ସୁନା ମୂଲ୍ୟ ୪୯୦ ଟଙ୍କା ହ୍ରାସ ପାଇଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।