ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Gold Price Today: କିଛି ଦିନର ହ୍ରାସ ପରେ ପୁଣି ବୃଦ୍ଧି ପାଇଲା ସୁନା ଦାମ୍; ଜାଣନ୍ତୁ କ'ଣ ରହିଛି ଆଜିର ଦାମ୍

Gold Price Today: କିଛି ଦିନର ହ୍ରାସ ପରେ ପୁଣି ବୃଦ୍ଧି ପାଇଲା ସୁନା ଦାମ୍; ଜାଣନ୍ତୁ କ'ଣ ରହିଛି ଆଜିର ଦାମ୍

Gold Price Today: ଏମସିଏକ୍ସରେ ସୁନା ଦାମ୍ ୧୧୬ ଟଙ୍କା ଅର୍ଥାତ ୦.୨୪ ପ୍ରତିଶତ ବୃଦ୍ଧି ହୋଇ ପ୍ରତି ୧୦ ଗ୍ରାମ ୪୭,୪୬୯ ଟଙ୍କାରେ ପହଞ୍ଚିଛି । ଏଥିସହ ରୂପା ଦାମ୍ ୦.୪୬ ପ୍ରତିଶତ ହ୍ରାସ ହୋଇ କିଲୋଗ୍ରାମ ପିଛା ୬୮,୩୬୭ ଟଙ୍କାରେ ପହଞ୍ଚିଛି ।

Gold Price Today: କିଛି ଦିନର ହ୍ରାସ ପରେ ପୁଣି ବୃଦ୍ଧି ପାଇଲା ସୁନା ଦାମ୍; ଜାଣନ୍ତୁ କ'ଣ ରହିଛି ଆଜିର ଦାମ୍
କିଛି ଦିନର ହ୍ରାସ ପରେ ପୁଣି ବୃଦ୍ଧି ପାଇଲା ସୁନା ଦାମ୍
  • News18 Odia
  • Last Updated: April 19, 2021, 12:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସୁନା ଦରରେ (Gold Price Today) ଆଜି ବୃଦ୍ଧି ଦେଖିବାକୁ ମିଳିଛି । ଏଥି ସହିତ ଆଜି ରୂପା ଦର (Silver Price Today) ମଧ୍ୟ ହ୍ରାସ ଘଟିଛି । ଏମସିଏକ୍ସରେ (MCX) ସୁନା ଦାମ୍ ୧୧୬ ଟଙ୍କା ଅର୍ଥାତ ୦.୨୪ ପ୍ରତିଶତ ବୃଦ୍ଧି ହୋଇ ପ୍ରତି ୧୦ ଗ୍ରାମ ୪୭,୪୬୯ ଟଙ୍କା ହୋଇଛି । ଏଥିସହ ରୂପା ଦାମ୍ ୦.୪୬ ପ୍ରତିଶତ ହ୍ରାସ ହୋଇ କିଲୋଗ୍ରାମ ପିଛା ୬୮,୩୬୭ ଟଙ୍କାରେ ପହଞ୍ଚିଛି । ତଥାପି ସୁନା ଏହାର ସର୍ବକାଳୀନ ଉଚ୍ଚତା ଠାରୁ ପ୍ରତି ୧୦ ଗ୍ରାମ ପ୍ରତି ୯୦୮୫ ଟଙ୍କା ସ୍ତରରେ ରହିଛି ଓ କରୋନା ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ଏହାର ଦର ଗତ ବର୍ଷ ଭଳି ଆକାଶ ଛୁଆଁ ହୋଇପାରେ ।

ମାର୍କେଟ ବିଶେଷଜ୍ଞଙ୍କ ଅନୁଯାୟୀ ସୁନା ଦାମ୍ ପୁଣି ଥରେ ପ୍ରତି ୧୦ ଗ୍ରାମ ୫୦ ହଜାର ଟଙ୍କା ସ୍ତରରେ ପହଞ୍ଚିପାରେ । କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଅର୍ଥନୈତିକ ଅନିଶ୍ଚିତତା ହେତୁ ବଣ୍ଡ-ଅମଳର ହ୍ରାସ, ଡଲାରରେ ଦୁର୍ବଳତା ଓ ସୁନା ପାଇଁ ବୈଷୟିକ ଚାହିଦା ବୃଦ୍ଧି ହୋଇପାରେ ।

୨୪ କ୍ୟାରେଟ୍ ସୁନା ଦାମ୍
ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦାମ୍ ପ୍ରତି ୧୦ ଗ୍ରାମ ପିଛା ୪୮,୨୭୦ ଟଙ୍କା ରହିଛି । ଏହା ବ୍ୟତୀତ ମୁମ୍ବାଇରେ ୪୬,୦୨୦ ଟଙ୍କା, ଚେନ୍ନାଇରେ ୪୮,୫୮୦ ଟଙ୍କା ଓ କୋଲକାତାରେ ୧୦ ଗ୍ରାମ ପିଛା ୪୯,୦୨୦ ଟଙ୍କା ରହିଛି ।

ବିଶ୍ୱ ବଜାରରେ ସୁନା ଓ ରୂପାର ଅବସ୍ଥା
ବିଶ୍ୱ ବଜାରରେ ଡଲାରର ଦୁର୍ବଳତା ଯୋଗୁଁ ସୁନା ଦର ବୃଦ୍ଧି ପାଇଛି । ସ୍ପଟ୍ ସୁନା ୦.୧ ପ୍ରତିଶତ ବୃଦ୍ଧି ପାଇ ୧,୭୭୭ ଡଲାରରେ ପହଞ୍ଚିଛି । ଡଲାର ସୂଚକାଙ୍କ ୦.୧୩ ପ୍ରତିଶତ ବୃଦ୍ଧି ପାଇ ୯୧.୬୬ ସ୍ତରରେ ରହିଛି । ଏହା ଏକ ମାସର ନିମ୍ନ ସ୍ତରରେ ଥିଲା । ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ମଧ୍ୟରେ ରୂପା ୦.୬ ପ୍ରତିଶତ ହ୍ରାସ ହୋଇ ପ୍ରତି ଆଉନ୍ସ ୨୫.୮୧ ଡଲାରରେ ପହଞ୍ଚିଥିବାବେଳେ ପ୍ଲାଣ୍ଟିନମ ୧,୨୦୩.୬୧ ଡଲାରରେ ରହିଛି ।

କରୋନା କାଳରେ ନିବେଶକମାନେ ବହୁତ ସୁନା କିଣିଥିଲେ
କରୋନା ଅବଧିରେ ନିବେଶକମାନେ ସୁନାରେ ଅନେକ ସୁନା କିଣିଛନ୍ତି । ଗତ ଆର୍ଥିକ ବର୍ଷରେ ୨୦୨୦-୨୧ ରେ ସୁନା ଆମଦାନୀ ୨୨.୫୮ ପ୍ରତିଶତ ବୃଦ୍ଧି ହୋଇ ୩୪.୬ ବିଲିୟନ ଡ଼ଲାର ଅର୍ଥାତ ୨.୫୪ ଲକ୍ଷ କୋଟିରେ ଟଙ୍କାରେ ପହଞ୍ଚିଛି । ତଥ୍ୟ ଅନୁଯାୟୀ ଆର୍ଥିକ ବର୍ଷରେ ରୂପା ଆମଦାନୀ ୭୧ ପ୍ରତିଶତ ହ୍ରାସ ହୋଇ ୭୯୧ ମିଲିୟନ ଡ଼ଲାରରେ ପହଞ୍ଚିଛି ।
Published by: Jagdish Barik
First published: April 19, 2021, 12:41 PM IST