ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Gold Prices Today: ୪୮ ହଜାର ଟଙ୍କା ଅତିକ୍ରମ କରିବ ସୁନା! ଚଟାପଟ କରନ୍ତୁ ସପିଂ, ଆଜି ଶସ୍ତା ହେଲା

Gold Prices Today: ୪୮ ହଜାର ଟଙ୍କା ଅତିକ୍ରମ କରିବ ସୁନା! ଚଟାପଟ କରନ୍ତୁ ସପିଂ, ଆଜି ଶସ୍ତା ହେଲା

Gold Prices Today 27 march 2021: ଯଦି ଆପଣ ଏହି ହୋଲିରେ (Holi 2021) ସୁନା କିଣିବାକୁ ଚିନ୍ତା କରୁଛନ୍ତି । ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ହୋଲି ପୂର୍ବରୁ ଭାରତରେ ସୁନା ଦରରେ କ୍ରମାଗତ ହ୍ରାସ ଘଟୁଛି । ତେବେ ଆସନ୍ତା ଦୁଇ ମାସ ମଧ୍ୟରେ ସୁନା ଦାମ୍ ୪୮,୦୦୦ ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Gold Prices Today: ୪୮ ହଜାର ଟଙ୍କା ଅତିକ୍ରମ କରିବ ସୁନା! ଚଟାପଟ କରନ୍ତୁ ସପିଂ, ଆଜି ଶସ୍ତା ହେଲା
ଭାରତରେ ସୁନା ଦରରେ କ୍ରମାଗତ ହ୍ରାସ ଘଟୁଛି
  • News18 Odia
  • Last Updated: March 27, 2021, 11:18 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣ ଏହି ହୋଲିରେ (Holi 2021) ସୁନା କିଣିବାକୁ ଚିନ୍ତା କରୁଛନ୍ତି । ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ହୋଲି ପୂର୍ବରୁ ଭାରତରେ ସୁନା ଦରରେ କ୍ରମାଗତ ହ୍ରାସ ଘଟିଛି । ଶନିବାର ଦିନ ୨୨ ଗ୍ରାମ ସୁନା ଦାମ୍ ପ୍ରତି ୧୦ ଗ୍ରାମ ପିଛା ୪୪,୦୦୦ ଟଙ୍କା ତଳକୁ ଖସି ଆସିଛି । ଶନିବାର ଦିନ ସୁନା ଦାମ୍ (Gold Price) ପ୍ରତି ୧୦ ଗ୍ରାମ ୧୬୦ ଟଙ୍କା ହ୍ରାସ ପାଇଛି । ଏହି ହ୍ରାସ ପରେ ସୁନା ଦର (୨୨ କ୍ୟାରେଟ୍ ପ୍ରତି ୧୦ ଗ୍ରାମ ) ୪୩,୯୨୦ ରୁ ୪୩,୭୬୦ ଟଙ୍କା ତଳକୁ ଖସି ଆସିଛି । ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପିଛା ୪୪,୯୨୦ ରୁ ୪୪,୭୬୦ ଟଙ୍କାକୁ ଖସି ଆସିଛି । ଗତ ୬ ମାସ ମଧ୍ୟରେ ସୁନା ଦାମ୍ ୧୦ ଗ୍ରାମ ପିଛା ୧୦,୦୦୦ ଟଙ୍କା ହ୍ରାସ ପାଇଛି ।

ଗୁଡ୍ ରିଟର୍ନ ୱେବସାଇଟ୍ ଅନୁଯାୟୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଦାମ୍ ପ୍ରତି ୧୦ ଗ୍ରାମ ପିଛା ୪୩,୮୫୦ ଟଙ୍କାକୁ ବୃଦ୍ଧି ପାଇଛି । ଚେନ୍ନାଇରେ ଏହା ୪୨,୧୬୦ ଟଙ୍କାରେ କାରବାର କରୁଛି । ଏହା ସହ ମୁମ୍ବାଇରେ ୪୩,୭୬୦ ଟଙ୍କାରେ ବିକ୍ରି ହେଉଛି ।

ଜାଣନ୍ତୁ ଆଜି ୨୨ ଓ ୨୪ କ୍ୟାରେଟ୍ ସୁନାର ଦାମ୍ କ’ଣ ରହିଛି?
ଆଜି ଆପଣ ଯଦି କେରଳରେ ୨୨ କ୍ୟାରେଟ୍ ସୁନା କିଣୁଛନ୍ତି ତବେ ଆପଣଙ୍କୁ ୪୧,୭୦୦ ଟଙ୍କା ଦେବାକୁ ପଡିବ । ଏଥି ସହିତ ୨୪ କ୍ୟାରେଟ ସୁନା ମୂଲ୍ୟ ୪୫,୪୯୦ ଟଙ୍କା ରହିଛି । ଲକ୍ଷ୍ନୌରେ ୨୨ କ୍ୟାରେଟ୍ ସୁନା ଦାମ୍ ୪୩,୮୫୦ ଓ ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପ୍ରତି ୪୭,୮୪୦ ଟଙ୍କା ରହିଛି । ପାଟନାରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ଦାମ୍ ଯଥାକ୍ରମେ ୧୦ ଗ୍ରାମ ପ୍ରତି ୪୩,୭୬୦ ଟଙ୍କା ଓ ୪୪,୭୬୦ ଟଙ୍କା ରହିଛି । ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୪୧,୭୦୦ ଟଙ୍କା ରେକର୍ଡ ହୋଇଥିବାବେଳେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୪୫,୪୯୦ ଟଙ୍କା ରେକର୍ଡ କରାଯାଇଛି ।

୪୮,୦୦୦ ଟଙ୍କାରେ ପହଞ୍ଚିପାରେ ସୁନା
ବିଶେଷଜ୍ଞଙ୍କ ଅନୁଯାୟୀ ବର୍ତ୍ତମାନ ପ୍ରତି ୧୦ ଗ୍ରାମ ସୁନା ଦାମ୍ ୪୪,୪୦୦ ଟଙ୍କା ରହିଛି । ବର୍ତ୍ତମାନ ସୁନାର ଦାମ୍ ୪୪,୪୦୦ ରୁ ୪୫,୨୦୦ ଟଙ୍କା ମଧ୍ୟରେ ରହିଛି । ଏହା ଶୀଘ୍ର MCX ରେ ୧୦ ଗ୍ରାମ ପ୍ରତି ୪୬,୦୦୦ ଟଙ୍କା ହେବ । ଅନୁଜ ଗୁପ୍ତା କହିଛନ୍ତି ଯେ ଆସନ୍ତା ଦୁଇ ମାସ ମଧ୍ୟରେ ସୁନା ଦାମ୍ ୪୮,୦୦୦ ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏଥି ସହିତ ଆଗାମୀ ଦୁଇ ମାସ ମଧ୍ୟରେ ରୂପା ୭୦,୦୦୦ ରୁ ୭୨,୦୦୦ ଟଙ୍କା ମଧ୍ୟରେ ପହଞ୍ଚି ଯିବ। ଏଥି ସହିତ ଅନ୍ୟ ଜଣେ ବିଶେଷଜ୍ଞ କହିଛନ୍ତି ଯେ ସୁନା ଦର ବହୁତ ଜଲ୍ଦି ବୃଦ୍ଧି ହେବ ଓ ଏହା ୪୫,୫୦୦ ଟଙ୍କା ଅତିକ୍ରମ କରି ୪୮,୦୦୦ ଟଙ୍କାରେ ପହଞ୍ଚିବ ।

ନିବେଶ ପାଇଁ କେତେ ଲାଭଦାୟକ ହେବ ଜାଣନ୍ତୁ?
ଖଣିଜ ବିଶେଷଜ୍ଞଙ୍କ ଅନୁଯାୟୀ ଉଭୟ ସୁନା ଓ ରୂପା ଭାବନା ସକରାତ୍ମକ ଓ ସୁନା ଓ ରୂପା ନିବେଶକୁ ବଜାୟ ରଖିବାକୁ ନିବେଶକମାନଙ୍କୁ ପରାମର୍ଶ ଦିଆଯାଇଛି । ସୁନା ଦାମ୍ MCX ଉପରେ ୧୦ ଗ୍ରାମ ପିଛା ୪୮,୦୦୦ ଟଙ୍କା ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିବାବେଳେ ରୂପା ମୂଲ୍ୟ ୭୨,୦୦୦ ଟଙ୍କାରେ ପହଞ୍ଚିବାର ସମ୍ଭାବନା ରହିଛି । ଆଇଆଇଏଫଏଲ୍ ସିକ୍ୟୁରିଟିଜର ଉପାଧକ୍ଷ ଦ୍ରବ୍ୟ ଓ ମୁଦ୍ରା ବାଣିଜ୍ୟ ଅନୁଜ ଗୁପ୍ତା ସୁନା ଓ ରୂପା ମୂଲ୍ୟ ବିଷୟରେ କଥାବାର୍ତ୍ତା ବେଳେ କହିଛନ୍ତି ଯେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦାମ୍ ହ୍ରାସ ଯୋଗୁଁ ସୁନା ଦରରେ ହ୍ରାସ ଘଟିଛି । ଏହି ଗ୍ରୀଷ୍ମ ସମୟରେ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ୮୦ ଡଲାରରେ ପହଞ୍ଚିଛି । ପରବର୍ତ୍ତୀ ଦୁଇ ମାସ ହଳଦିଆ ଧାତୁରେ ବିନିଯୋଗ କରିବାର ଏକ ସୁବର୍ଣ୍ଣ ସୁଯୋଗ ।
Published by: Jagdish Barik
First published: March 27, 2021, 11:18 AM IST