Gold Price Today: ଆଜି ପୁଣି ଶସ୍ତା ହେଲା ସୁନା-ରୂପା; କିଣିବା ପୂର୍ବରୁ ଯାଞ୍ଚ କରନ୍ତୁ ଆଜିର ଦାମ୍

ସୁନା ଦରରେ (Gold Price Today) କ୍ରମାଗତ ପଞ୍ଚମ ଦିନ ଧରି ହ୍ରାସ ଦେଖିବାକୁ ମିଳିଛି । ୨୮ ଏପ୍ରିଲ୍ ୨୦୨୧ ରେ MCX ରେ ସୁନା ଦାମ୍ ୦.୩୨ ପ୍ରତିଶତ ହ୍ରାସ ହୋଇ ପ୍ରତି ୧୦ ଗ୍ରାମ ୪୭,୧୫୧ ଟଙ୍କା ସ୍ତରରେ କାରବାର କରୁଛି ।

Gold Price Today: ଆଜି ପୁଣି ଶସ୍ତା ହେଲା ସୁନା-ରୂପା; କିଣିବା ପୂର୍ବରୁ ଯାଞ୍ଚ କରନ୍ତୁ ଆଜିର ଦାମ୍
ଆଜି ପୁଣି ଶସ୍ତା ହେଲା ସୁନା-ରୂପା
  • News18 Odia
  • Last Updated: April 28, 2021, 12:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ବିଶ୍ୱବଜାରରେ ଦୁର୍ବଳ କାରବାର ମଧ୍ୟରେ ଭାରତୀୟ ବଜାରରେ ସୁନା ଦାମ୍ କ୍ରମାଗତ ପଞ୍ଚମ ଦିନ ପାଇଁ ହ୍ରାସ ପାଇଛି । ଯଦି ଆପଣ ଶସ୍ତା ସୁନା କିଣିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି ୨୮ ଏପ୍ରିଲ୍ ୨୦୨୧ ରେ MCX ରେ ସୁନା ଦାମ୍ ୦.୩୨ ପ୍ରତିଶତ ହ୍ରାସ ହୋଇ ପ୍ରତି ୧୦ ଗ୍ରାମ ୪୭,୧୫୧ ଟଙ୍କା ସ୍ତରରେ କାରବାର କରୁଛି । ଏଥି ସହିତ ରୂପା ଦାମ୍ (ସିଲଭର ପ୍ରାଇସ୍ ଟୁଡେ) ମଧ୍ୟ ୦.୯ ପ୍ରତିଶତ ହ୍ରାସ ହୋଇ କିଲୋଗ୍ରାମ ପିଛା ୬୯,୬୦୩ ଟଙ୍କାରେ ପହଞ୍ଚିଛି ।

ଗତ ସେସନରେ ସୁନା ଦର ୦.୩୫ ପ୍ରତିଶତ ହ୍ରାସ ପାଇଥିବାବେଳେ ରୂପା ୦.୩ ପ୍ରତିଶତ ବୃଦ୍ଧି ପାଇଛି । ଗତ ସପ୍ତାହରେ ପ୍ରତି ୧୦ ଗ୍ରାମ ସୁନା ଦାମ୍ ୪୮,୪୦୦ ଟଙ୍କା ସ୍ତରରେ ପହଞ୍ଚିଥିଲା ​​। ଦୁଇ ମାସର ଶିଖରରେ ରହିବ ପରେ ବିଶ୍ୱବଜାରରେ ଦୁର୍ବଳ ହେବ ଯୋଗୁଁ ସୁନା ଦର ହ୍ରାସ ପାଇବାରେ ଲାଗିଛି ।

୨୪ କ୍ୟାରେଟ୍ ସୁନା ଦାମ୍?

୨୪ କ୍ୟାରେଟ୍ ସୁନା ମୂଲ୍ୟ ବିଷୟରେ କହିବାକୁ ଗଲେ ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପ୍ରତି ୧୦ ଗ୍ରାମ ସୁନା ଦାମ୍ ୪୮,୧୬୦ ଟଙ୍କା ରହିଛି । ଏଥି ସହିତ ଦିଲ୍ଲୀରେ ୫୦୧୭୦ ଟଙ୍କା, ମୁମ୍ବାଇରେ ୪୫୭୯୦ ଟଙ୍କା ଓ କୋଲକାତାରେ ପ୍ରତି ୧୦ ଗ୍ରାମ ସୁନା ଦାମ୍ ୪୯୪୪୦ ଟଙ୍କା ସ୍ତରରେ ରହିଛି ।

୨୨ କ୍ୟାରେଟ୍ ସୁନା ଦାମ୍?

ଏହା ବ୍ୟତୀତ ୨୨ କ୍ୟାରେଟ୍ ସୁନା ଦାମ୍ ବିଷୟରେ କହିବାକୁ ଗଲେ ଆଜି ଭୁବନେଶ୍ୱରରେ ଏହା ୧୦ ଗ୍ରାମ ପ୍ରତି ୪୪୨୫୦ ଟଙ୍କା ସ୍ତରରେ ରହିଛି । ଏଥି ସହିତ ଦିଲ୍ଲୀରେ ୪୫୯୯୦ ଟଙ୍କା, ମୁମ୍ବାଇରେ ୪୪୭୯୦ ଟଙ୍କା ଓ କୋଲକାତାରେ ୧୦ ଗ୍ରାମ ପିଛା ୪୬୭୪୦ ଟଙ୍କା ରହିଛି ।

ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍

ଆନ୍ତର୍ଜାତୀୟ ବଜାର ବିଷୟରେ କହିବାକୁ ଗଲେ ଆଜି ଏଠାରେ ସୁନା ଦର ହ୍ରାସ ପାଇଛି । ଆଜି ଶେଷ ହେଉଥିବା ଫେଡେରାଲ ରିଜର୍ଭର ଦୁଇ ଦିନିଆ ବୈଠକରେ ନିବେଶକଙ୍କ ଆଖି ରହିଛି । ଫେଡେରାଲ ବୈଠକ ପରେ ଫେଡେରାଲ ଚେୟାରମ୍ୟାନ୍ ଜେରୋମ ପାୱେଲ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିବେ ।

ଆନ୍ତର୍ଜାତୀୟ ବଜାରରେ ସ୍ପଟ୍ ସୁନା ୦.୫ ପ୍ରତିଶତ ହ୍ରାସ ହୋଇ ପ୍ରତି ଆଉନ୍ସ ୧,୭୬୭.୭୬ ଡଲାରରେ ପହଞ୍ଚିଛି । ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ମଧ୍ୟରେ ରୂପା ୦.୯ ପ୍ରତିଶତ ହ୍ରାସ ହୋଇ ପ୍ରତି ଆଉନ୍ସ ୨୬.୦୦ ଡଲାରରେ ପହଞ୍ଚିଥିବାବେଳେ ପ୍ଲାଣ୍ଟିନମ୍ ୧ ପ୍ରତିଶତ ହ୍ରାସ ପାଇ ପ୍ରତି ଆଉନ୍ସ ୧,୨୧୬.୭୫ ଡଲାରରେ ପହଞ୍ଚିଛି ।
Published by: Jagdish Barik
First published: April 28, 2021, 12:04 PM IST