Gold Price Today: ରୂପା ୧୨୦୦ ଟଙ୍କା ଶସ୍ତା ହେଲା; ସୁନା ଦରରେ ସାମାନ୍ୟ ବୃଦ୍ଧି, ଜାଣନ୍ତୁ ନୂଆ ଦାମ୍

Gold Silver Price, 4 November 2020: ଘରୋଇ ବଜାରରେ ଆଜି ରୂପା ଦାମ୍ ବହୁ ମାତ୍ରାରେ ହ୍ରାସ ପାଇଛି । ଏଥି ସହିତ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସୁନା ଦରରେ ସାମାନ୍ୟ ବୃଦ୍ଧି ପଞ୍ଜିକୃତ ହୋଇଥିଲା । ବାସ୍ତବରେ ବଜାରକୁ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଅପେକ୍ଷା ରହିଛ ।

Gold Price Today: ରୂପା ୧୨୦୦ ଟଙ୍କା ଶସ୍ତା ହେଲା; ସୁନା ଦରରେ ସାମାନ୍ୟ ବୃଦ୍ଧି, ଜାଣନ୍ତୁ ନୂଆ ଦାମ୍
ସୁନା ଦରରେ ସାମାନ୍ୟ ବୃଦ୍ଧି, ଜାଣନ୍ତୁ ନୂଆ ଦାମ୍
  • News18 Odia
  • Last Updated: November 4, 2020, 7:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ ବଜାରରେ ସୁନା ଦାମ୍ କ୍ରମାଗତ ଭାବେ ବୃଦ୍ଧି ପାଉଛି । ତେବେ ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଏହାର ଦାମ୍ ସାମାନ୍ୟ ବୃଦ୍ଧି ହୋଇଛି । ବୁଧବାର ଦିନ ଦିଲ୍ଲୀ ବୁଲିଅନ୍ ମାର୍କେଟରେ (ସରାଫା ବଜାରରେ) ସୁନା ଦାମ୍ ୧୦ ଗ୍ରାମ ପ୍ରତି ୧୧୧ ଟଙ୍କା ବୃଦ୍ଧି ପାଇଛି । ତେବେ ଏହି ସମୟ ମଧ୍ୟରେ ରୂପା ଦାମ୍ ହ୍ରାସ ପାଇଛି । ଏକ କିଲୋଗ୍ରାମ ରୂପାର (Silver Price Today) ଦାମ୍ ୧୨୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକା ନିର୍ବାଚନର ଫଳାଫଳକୁ ଅପେକ୍ଷା ଯୋଗୁଁ ବଜାର ମନ୍ଥର ଗତିରେ ଗତି କରୁଛି । ଏହାପୂର୍ବରୁ ମଙ୍ଗଳବାର ଦିନ ଦିଲ୍ଲୀ ବୁଲିଅନ୍ ବଜାରରେ ସୁନା ୧୦ ଗ୍ରାମ ପିଛା ୫୦,୬୩୨ ଟଙ୍କା ବନ୍ଦ ହୋଇଥିଲା । ସିଲଭର ମଙ୍ଗଳବାର ଦିନ କିଲୋଗ୍ରାମରେ ୬୧,୯୩୫ ଟଙ୍କାରେ ବନ୍ଦ ହୋଇଥିଲା ।

ସୁନାର ନୂଆ ଦାମ୍ (Gold Price, 4 November 2020) - ବୁଧବାର ଦିନ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ସୁନା ଦାମ୍ ୧୦ ଗ୍ରାମ ପ୍ରତି ୧୧୧ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧତା ସୁନାର ନୂଆ ଦାମ୍ ବର୍ତ୍ତମାନ ୧୦ ଗ୍ରାମ ପିଛା ୫୦,୭୪୩ ଟଙ୍କା ରହିଛି । ଏହାର ପୂର୍ବ ବାଣିଜ୍ୟ ଦିନରେ ସୁନା 50,632 ଟଙ୍କା ବନ୍ଦ ହୋଇଥିଲା । ଏଥି ସହିତ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ଅନ୍ସ ୧,୮୯୫ ଡଲାର ପ୍ରତି ଔନ୍ସ ରହିଛି । ବୁଧବାର ଦିନ ଅନ୍ତର୍ଜାତୀୟ ବଜାରରେ ରୂପା ଦାମ୍ ଶସ୍ତା ହୋଇ ୨୩.୬୦ ଡଲାର ପ୍ରତି ଔନ୍ସ ରହିଛି ।

ରୂପାର ନୂଆ ଦାମ୍ (Silver Price, 4 November 2020) - ରୂପା ବିଷୟରେ କହିବାକୁ ଗଲେ ଆଜି ସାମାନ୍ୟ ହ୍ରାସ ଘଟିଛି । ବୁଧବାର ଦିନ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ରୂପା ୧୧୬୬ ଟଙ୍କା ହ୍ରାସ ପାଇଛି । ଏହାର ମୂଲ୍ୟ କିଲୋଗ୍ରାମରେ ୬୦,୬୬୯ ଟଙ୍କାରେ ପହଞ୍ଚିଛି । ଆଜି ଡଲାର ତୁଳନାରେ ଟଙ୍କା ୩୫ ପଇସା ହ୍ରାସ ପାଇ ୭୪.୭୬ ସ୍ତରରେ ପହଞ୍ଚିଛି ।

କାହିଁକି ବଢୁଛି ସୁନା ଦାମ୍ - HDFC ସିକ୍ୟୁରିଟିଜ ସିନିୟର ଆନାଲିଷ୍ଟ (କମେଡିଟିଜ) ତପନ ପଟେଲ କହିଛନ୍ତି ଯେ ଡଲାର ତୁଳନାରେ ସୁନା ଦାମ୍ ରେକର୍ଡ ସ୍ତରରେ ପହଞ୍ଚିଛି । ନିର୍ବାଚନରେ ​​ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନଙ୍କ ମଧ୍ୟରେ କଢ଼ା ଟକ୍କର ନଜରକୁ ଆସିଛି । ଏଭଳି ପରିସ୍ଥିତିରେ କଡା ପଦକ୍ଷେପ ସହ ବଜାର ବଢୁଛି ।
Published by: Jagdish Barik
First published: November 4, 2020, 7:49 PM IST
corona virus btn
corona virus btn
Loading