ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଦେଶରେ କମିଲା ସୁନା ଓ ରୂପା ଦର; ଜାଣନ୍ତୁ କେତେ ରହିଛି ସୁନା ଦର

ଦେଶରେ କମିଲା ସୁନା ଓ ରୂପା ଦର; ଜାଣନ୍ତୁ କେତେ ରହିଛି ସୁନା ଦର

ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ସୁନା ମୂଲ୍ୟ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ପାଇଁ ହ୍ରାସ ପାଇଛି। ନଭେମ୍ବର ୨୫ରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ପାଇଁ ସୁନା ମୂଲ୍ୟ ୪୭,୫୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ମୂଲ୍ୟ ୪୩,୫୯୦ ଟଙ୍କା।

ଦେଶରେ କମିଲା ସୁନା ଓ ରୂପା ଦର; ଜାଣନ୍ତୁ କେତେ ରହିଛି ସୁନା ଦର
ସୁନା ଓ ରୂପା ଦର କେତେ ରହିଛି ଜାଣନ୍ତୁ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 25, 2021, 9:57 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ସୁନା ମୂଲ୍ୟ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ପାଇଁ ହ୍ରାସ ପାଇଛି। ନଭେମ୍ବର ୨୫ରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ପାଇଁ ସୁନା ମୂଲ୍ୟ ୪୭,୫୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ମୂଲ୍ୟ ୪୩,୫୯୦ ଟଙ୍କା।

ଗତକାଲି ୨୪ଏବଂ ୨୨କ୍ୟାରେଟ୍ ସୁନା ହାର ଯଥାକ୍ରମେ ୪୭,୮୩୦ଟଙ୍କା (୧0 ଗ୍ରାମ) ଏବଂ ୪୩,୮୧୦ ଟଙ୍କା (୧୦ଗ୍ରାମ) ଥିଲା।

ଆଜି ବିଭିନ୍ନ ମେଟ୍ରୋ ସହରରେ ମଧ୍ୟ ମୂଲ୍ୟର ହ୍ରାସ ଦେଖିବାକୁ ମିଳିଥିଲା ​। ଚେନ୍ନାଇରେ ୨୪ କ୍ୟାରେଟ୍ (୧୦ଗ୍ରାମ)ର ସୁନା ମୂଲ୍ୟ ୪୯,୨୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୫,୧୪୫ ଟଙ୍କା। ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ର ସୁନା ହାର ୫୧,୧୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୬,୮୫୦ ଟଙ୍କା। କୋଲକାତାର ୨୪ କ୍ୟାରେଟ୍ (୧୦ ଗ୍ରାମ) ପାଇଁ ସୁନା ହାର ୪୯,୮୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦  ଗ୍ରାମ) ୪୭,୧୦୦ ଟଙ୍କା। ଅନ୍ୟପକ୍ଷରେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ର ମୂଲ୍ୟ ୪୭,୬୩୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧0 ଗ୍ରାମ) ୪୬,୬୩୦ ଟଙ୍କା।

ଆଜି ଓଡିଶାର ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ପାଇଁ ସୁନା ମୂଲ୍ୟ ମଧ୍ୟ ହ୍ରାସର ସମ୍ମୁଖୀନ ହୋଇଛି।

୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ୪୯,୦୬୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ନଭେମ୍ବର ୨୫ ରେ ୪୪,୭୦୦ ଟଙ୍କା ଥିଲା। ଗତକାଲି ୨୪ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୯,୩୯୦(୧୦ ଗ୍ରାମ) ଏବଂ ୪୫,୦୫୦ ଟଙ୍କା (୧୦ ଗ୍ରାମ) ଥିଲା।

ନଭେମ୍ବର ୧୭, ୨୦୨୧ରେ ଭୁବନେଶ୍ୱରରେ ସୁନା ଦର ସର୍ବକାଳୀନ ରେକର୍ଡ ହୋଇଛି (୨୪k ପାଇଁ ୫୦,୭୫୦ ଟଙ୍କା)।
Published by: Soumya Das
First published: November 25, 2021, 9:57 AM IST