ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Gold Price Today: ଶସ୍ତାରେ ସୁନା କିଣିବାକୁ ଯାଉଥିଲେ ଏହି ଜରୁରୀ ବିଷୟ ଜାଣନ୍ତୁ; ମିଳିବ ଦୁଇଗୁଣ ଲାଭ!

Gold Price Today: ଶସ୍ତାରେ ସୁନା କିଣିବାକୁ ଯାଉଥିଲେ ଏହି ଜରୁରୀ ବିଷୟ ଜାଣନ୍ତୁ; ମିଳିବ ଦୁଇଗୁଣ ଲାଭ!

ଏହି ସମୟରେ ସୁନା ଦାମ୍ ଏହାର ରେକର୍ଡ ସ୍ତରରୁ ପ୍ରାୟ ୧୧୦୦୦ ଟଙ୍କା ଶସ୍ତା ହୋଇଛି । ଏଭଳି ପରିସ୍ଥିତିରେ ଅନେକ ଲୋକ ପୁଞ୍ଜି ବିନିଯୋଗ ଭାବରେ ସୁନା କିଣୁଛନ୍ତି । ଜାଣନ୍ତୁ ଅସଲି ଓ ନକଲି ସୁନାକୁ କିପରି ଚିହ୍ନଟ କରିବେ ।

Gold Price Today: ଶସ୍ତାରେ ସୁନା କିଣିବାକୁ ଯାଉଥିଲେ ଏହି ଜରୁରୀ ବିଷୟ ଜାଣନ୍ତୁ; ମିଳିବ ଦୁଇଗୁଣ ଲାଭ!
ସୁନା ଦାମ୍ ଏହାର ରେକର୍ଡ ସ୍ତରରୁ ପ୍ରାୟ ୧୧୦୦୦ ଟଙ୍କା ଶସ୍ତା ହୋଇଛି
  • News18 Odia
  • Last Updated: March 22, 2021, 10:35 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ବିବାହ ସିଜିନରେ ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି । ତେବେ ଏହା ପୂର୍ବରୁ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜାଣିବା ଉଚିତ୍ । ଯାହାଫଳରେ ଦୋକାନୀମାନେ ଆପଣଙ୍କୁ କୌଣସି ପ୍ରକାରେ ଠକାମୀ କରି ପାରିବେ ନାହିଁ । ଏହି ସମୟରେ ସୁନା ଦାମ୍ ଏହାର ରେକର୍ଡ ସ୍ତରରୁ ପ୍ରାୟ ୧୧୦୦୦ ଟଙ୍କା ଶସ୍ତା ହୋଇଛି । ଏଭଳି ପରିସ୍ଥିତିରେ ଅନେକ ଲୋକ ପୁଞ୍ଜି ବିନିଯୋଗ ଭାବରେ ସୁନା କିଣୁଛନ୍ତି । ତେଣୁ ଏହା ପୂର୍ବରୁ ଜାଣି ନିଅନ୍ତୁ ଅସଲି ଓ ନକଲି ସୁନାକୁ କିପରି ଚିହ୍ନଟ କରିବେ ।

୧. ହଲମାର୍କ ଚିହ୍ନ ଯାଞ୍ଚ କରନ୍ତୁ
ସୁନା କିଣିବାବେଳେ ଆପଣ ନିଶ୍ଚିତ ଭାବରେ ହଲମାର୍କ ଚିହ୍ନ ଦେଖିବା ଉଚିତ । ଯଦି ହଲମାର୍କ ଚିହ୍ନ ସାର୍ଟିଫିକେଟ୍ ଆପଣଙ୍କ ସୁନାରେ ଅଛି । ତେବେ ଏହାର ଅର୍ଥ ହେଉଛି ସୁନା ଅସଲି ଅଟେ । ଏହି ପ୍ରମାଣପତ୍ର ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଦ୍ୱାରା ଦିଆଯାଇଛି ।

୨. ଭିନେଗାର ଟେଷ୍ଟ
ଏହା ବ୍ୟତୀତ ଆପଣ ଭିନେଗାର ଟେଷ୍ଟ ମାଧ୍ୟମରେ ଜାଣିପାରିବେ ଯେ ସୁନା ଅସଲି ନା ନକଲି । ଯଦି ଆପଣ ଅସଲି ସୁନା ଉପରେ ଏକ ବୁନ୍ଦା ଭିନେଗାର ପକାନ୍ତି, ତେବେ ଏଥିରେ କୌଣସି ପ୍ରଭାବ ପଡ଼ିବ ନାହିଁ । ସମପରି ଯଦି ଆପଣ ଏହାକୁ ନକଲି ସୁନାରେ ପକାନ୍ତି ତେବେ ଏହା ସୁନାର ରଙ୍ଗ ବଦଳାଇ ଦେବ।

୩. ଚୁମ୍ବକ ମାଧ୍ୟମରେ ମଧ୍ୟ ଟେଷ୍ଟ
ଏହା ବ୍ୟତୀତ ଆପଣ ଏକ ଚୁମ୍ବକ ମାଧ୍ୟମରେ ମଧ୍ୟ ଯାଞ୍ଚ କରିପାରିବେ । ସୁନାରେ ଚୁମ୍ବକୀୟ ଗୁଣ ନାହିଁ । ଯଦି ସୁନା ନକଲି ଏହା ସ୍ଥାପିତ ହେବାପରେ ଏହାକୁ ଚୁମ୍ବକକୁ ଆକର୍ଷିତ କରିବ । ଏହା ସହିତ ପ୍ରକୃତ ସୁନା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ।

ଅଳଙ୍କାର ଦୋକାନୀ ମାନେ ୨୨ କ୍ୟାରେଟ୍ ଅର୍ଥାତ ୯୧.୬ ପ୍ରତିଶତ ଶୁଦ୍ଧତା ସୁନା ଅଳଙ୍କାର ବିକ୍ରି କରନ୍ତି । ୨୨ କ୍ୟାରେଟ୍ ଅଳଙ୍କାରରେ ୯୧୫ ହଲମାର୍କ ମାର୍କ ଲେଖା ହୋଇଥାଏ । ୧୮ କ୍ୟାରେଟ୍ ଅଳଙ୍କାରରୁ ସୁନା ୭୫ ପ୍ରତିଶତ ଶୁଦ୍ଧ ଅଟେ ।

ଦର ବୃଦ୍ଧି ହେବ ବୋଲି ବିଶେଷଜ୍ଞ କହିଛନ୍ତି
ବିଶେଷଜ୍ଞଙ୍କ ଅନୁଯାୟୀ ପୁଣି ଥରେ ହଳଦିଆ ଧାତୁର ଦାମ୍ ଦ୍ରୁତ ଗତିରେ ବୃଦ୍ଧି ହୋଇପାରେ । ଭାରତରେ ବିବାହ ସିଜିନ୍ ଯୋଗୁଁ ସୁନା ଓ ରୂପାର ଅଧିକ କିଣାବିକା ଯୋଗୁଁ ସୁନା ଦାମ୍ ବର୍ତ୍ତମାନ ସହାୟତା ପାଇବ । ଯଦି ବର୍ତ୍ତମାନ ସୁନାରେ ବିନିଯୋଗ କରଯାଏ ତେବେ ଏହା ଦୀର୍ଘ ସମୟ ମଧ୍ୟରେ ବଡ ଲାଭ ଦେଇପାରେ । ବିଶେଷଜ୍ଞ ମାନେ ବିଶ୍ୱାସ କରନ୍ତି ଯେ ୨୦୨୧ ମସିହାରେ ସୁନା ଦର ନିଶ୍ଚିତ ଭାବେ ବୃଦ୍ଧି ପାଇବ । ଆକଳନ କରାଯାଇଛି ଯେ ସୁନା ଦାମ୍ ଚଳିତ ବର୍ଷ ୬୩,୦୦୦ ଟଙ୍କା ଅତିକ୍ରମ କରିବ । ଯଦି ଏହା ଘଟେ ତେବେ ନିବେଶକମାନେ ନିଶ୍ଚିତ ଭାବେ ଦୃଢ଼ ଲାଭ ପାଇବାକୁ ନିଶ୍ଚିତ ।
Published by: Jagdish Barik
First published: March 22, 2021, 10:35 AM IST