Gold Price Today: ସୁନା-ରୂପା ଦାମ୍ ହ୍ରାସ ହେଲା; ଏପର୍ଯ୍ୟନ୍ତ ପ୍ରାୟ ୯,୦୦୦ ଟଙ୍କା ହୋଇ ସାରିଛି ଶସ୍ତା

ସୁନା ଓ ରୂପା କିଣିବା ପାଇଁ ଏହି ସମୟରେ ଏକ ଭଲ ସୁଯୋଗ ରହିଛି । ଆଜି ଅର୍ଥାତ ବୁଧବାର ଦିନ ସୁନା ଦାମ୍ ପ୍ରାରମ୍ଭିକ କାରବାରରେ ୦.୧୮ ପ୍ରତିଶତ ହ୍ରାସ ପାଇଛି । ଯଦି ଦେଖାଯାଏ ପୂର୍ବ ବର୍ଷ ଅଗଷ୍ଟରୁ ଏପର୍ଯ୍ୟନ୍ତ ସୁନା ଦାମ୍ ପ୍ରାୟ ୯୦୦୦ ଟଙ୍କା ହ୍ରାସ ହୋଇ ସାରିଛି ।

Gold Price Today: ସୁନା-ରୂପା ଦାମ୍ ହ୍ରାସ ହେଲା; ଏପର୍ଯ୍ୟନ୍ତ ପ୍ରାୟ ୯,୦୦୦ ଟଙ୍କା ହୋଇ ସାରିଛି ଶସ୍ତା
ଶସ୍ତାରେ ସୁନା ଓ ରୂପା କିଣିବାର ସୁଯୋଗ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ ବଜାରରେ କ୍ରମାଗତ ଦ୍ୱିତୀୟ ଦିନରେ ସୁନା ଦାମ୍ ବୁଧବାର ହ୍ରାସ ପାଇଛି । ବୁଧବାର ଦିନ, MCX ରେ ସୁନା ଦାମ୍ ପ୍ରତି ୧୦ ଗ୍ରାମ ୦.୧୮% ହ୍ରାସ ପାଇ ୪୭,୫୪୮ ଟଙ୍କାରେ ପହଞ୍ଚିଥିବାବେଳେ ରୂପା ଦାମ୍ ୦.୬୦% ହ୍ରାସ ହୋଇ କିଲୋଗ୍ରାମ ପିଛା ୭୧,୫୦୦ ଟଙ୍କା ହୋଇଛି । ଅଗଷ୍ଟ ୨୦୨୦ ରେ ସୁନା ଦାମ୍ ୫୬,୨୦୦ ଟଙ୍କା ହୋଇ ରେକର୍ଡ ସ୍ତରରେ ପହଞ୍ଚିଥିଲା । ସେହି ଅନୁଯାୟୀ ସେହି ଦିନଠାରୁ ଏପର୍ଯ୍ୟନ୍ତ ପ୍ରାୟ ୯,୦୦୦ ଟଙ୍କା ସୁନା ଦାମ୍ ଶସ୍ତା ହୋଇସାରିଛି ।

ସୁନାର ନୂଆ ଦାମ୍: ବୁଧବାର ଦିନ, MCX ରେ ସୁନା ଦାମ୍ ୦.୧୮% ହ୍ରାସ ହୋଇ ପ୍ରତି ୧୦ ଗ୍ରାମ ୪୭,୫୪୮ ଟଙ୍କାରେ କାରବାର କରୁଛି । ମଙ୍ଗଳବାର ଦିନ ପ୍ରତି ୧୦ ଗ୍ରାମ ସୁନା ଦାମ୍ ୪୭,୬୪୦ ଟଙ୍କାରେ କାରବାର କରି ବନ୍ଦ ହୋଇଥିଲା ।

ରୂପାର ନୂଆ ଦାମ୍: ରୂପା ଦରରେ ତୀବ୍ର ହ୍ରାସ ଆଜି ମଧ୍ୟ ରେକର୍ଡ କରାଯାଇଛି । MCX ରେ ରୂପା ଦାମ୍ ୦.୬୦% ହ୍ରାସ ପାଇ ପ୍ରତି କିଲୋଗ୍ରାମ ୭୧ କିଲୋଗ୍ରାମ ୭୧,୫୦୦ ଟଙ୍କାରେ ପହଞ୍ଚିଛି ।

ଆନ୍ତର୍ଜାତୀୟ ସ୍ତରରେ ସ୍ପଟ୍ ସୁନା ପ୍ରତି ଆଉନ୍ସ ୦.୨ ପ୍ରତିଶତ ହ୍ରାସ ପାଇ ୧,୮୩୨.୭୩ ଡଲାରରେ ପହଞ୍ଚିଛି । ଆମେରିକାର ସୁନା ଦାମ୍ ପ୍ରତି ଆଉନ୍ସ ୦.୧ ପ୍ରତିଶତ ହ୍ରାସ ପାଇ ୧.୮୩୪.୩୦ ଡ଼ଲାରରେ ବନ୍ଦ ହୋଇଛି । ରୂପା ୦.୬ ପ୍ରତିଶତ ହ୍ରାସ ପାଇ ପ୍ରତି ଆଉନ୍ସ ୨୭.୪୭ ଡଲାରରେ ପହଞ୍ଚିଥିବାବେଳେ ପ୍ଳାଣ୍ଟିନମ ୦.୫ ପ୍ରତିଶତ ହ୍ରାସ ପାଇ ପ୍ରତି ଆଉନ୍ସ ୧,୨୨୮.୬୮ ଡଲାରରେ ପହଞ୍ଚିଛି ।

ନିଜ ତରଫରୁ ଯାଞ୍ଚ କରିପାରିବେ ସୁନାର ଶୁଦ୍ଧତା
ଯଦି ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି । 'ବିଏସ୍ କେୟାର ଆପ୍' ସହିତ ଗ୍ରାହକ ଶୁଦ୍ଧତା ଯାଞ୍ଚ କରିପାରିବେ । ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ତା ନୁହେଁ ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ ।

ଯଦି ଏହି ଆପରେ ଦ୍ରବ୍ୟର ଲାଇସେନ୍ସ, ପଞ୍ଜୀକରଣ ଓ ହଲମାର୍କ ମାର୍କ ଭୁଲ ଦେଖାଯାଏ ତେବେ ଗ୍ରାହକ ତୁରନ୍ତ ଅଭିଯୋଗ କରିପାରିବେ । ଏହି ଆପ୍ ମାଧ୍ୟମରେ ଗ୍ରାହକ ତୁରନ୍ତ ଅଭିଯୋଗ ଦାଖଲ ବିଷୟରେ ସୂଚନା ମିଳିପାରିବ ।
Published by: Jagdish Barik
First published: May 12, 2021, 11:47 AM IST