Gold Price Today: ସୁନା-ରୂପା ଦାମ୍ ପୁଣି ହ୍ରାସ ହେଲା; ଫଟାଫଟ ଦେଖନ୍ତୁ ଆଜିର ଦର
Gold Silver Price, 23 March 2021: ସୁନା-ରୂପା ଦାମ୍ ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ହ୍ରାସ ପାଇଛି । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ ଏହା ଏକ ଭଲ ସୁଯୋଗ ।

ସୁନା-ରୂପା ଦାମ୍ ପୁଣି ହ୍ରାସ ହେଲା
- News18 Odia
- Last Updated: March 23, 2021, 10:57 AM IST
ନୂଆ ଦିଲ୍ଲୀ: ଭାରତୀୟ ବଜାରରେ ସୁନା ଦାମ୍ କ୍ରମାଗତ ଭାବେ ହ୍ରାସ ଘଟୁଛି । ମଙ୍ଗଳବାର ଦିନ ସରଫା ବଜାରରେ ସୁନା ଦରରେ ମଧ୍ୟ ବହୁତ ହ୍ରାସ ଘଟିଛି । ଆଜି ସୁନାର ଦାମ୍ ୧୦୦ ଗ୍ରାମ ପିଛା ୧୨୦୦ ଟଙ୍କା ଅର୍ଥାତ୍ ୧୦ ଗ୍ରାମ ପିଛା ୧୨୦ ଟଙ୍କା ହ୍ରାସ ପାଇଥିବାର ଦେଖାଯାଇଛି । ବିଶ୍ୱ ବଜାରରେ ଦୁର୍ବଳତା ମଧ୍ୟରେ ଭାରତରେ କ୍ରମାଗତ ଦ୍ୱିତୀୟ ଦିନ ସୁନା ଦର ହ୍ରାସ ପାଇଛି । MCX ଉପରେ ସୁନା ଦାମ୍ ୧୦ ଗ୍ରାମ ପ୍ରତି ୦.୨୪% ହ୍ରାସ ପାଇ ୪୪,୭୯୫ ହୋଇଥିବାବେଳେ ରୂପା ୦.୫% ହ୍ରାସ ପାଇ ପ୍ରତି କିଲୋଗ୍ରାମ ୬୬,୦୧୩ ଟଙ୍କା ହୋଇଛି । ପୂର୍ବ ବାଣିଜ୍ୟ ସେସନରେ ସୁନା ଦାମ୍ ୦.୧୮% ହ୍ରାସ ପାଇଥିବାବେଳେ ରୂପା ୧.୬% ହ୍ରାସ ପାଇଛି ।
ରୂପାର ନୂତନ ଦାମ୍- ମଙ୍ଗଳବାର ଦିନ ରୂପା ଦାମ୍ ମଧ୍ୟ ସାମାନ୍ୟ ହ୍ରାସ ପାଇଛି । ଆଜି ସରଫା ବଜାରରେ ରୂପା କିଲୋଗ୍ରାମ ପାଇଁ ୬୬,୦୧୩ ଟଙ୍କାକୁ ଖସି ଆସିଛି । ସୋମବାର ଦିନ ରୂପା ଦାମ୍ ୧.୬% ହ୍ରାସ ପାଇଥିବା ଦେଖାଯାଇଛି ।
ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍: ସ୍ପଟ୍ ସୁନା ୦.୩% ହ୍ରାସ ହୋଇ ପ୍ରତି ଆଉନ୍ସ ୧,୭୩୩.୬୯ ଡଲାରରେ ପହଞ୍ଚିଛି । ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ମଧ୍ୟରେ ରୂପା ୦.୬% ହ୍ରାସ ହୋଇ ପ୍ରତି ଆଉନ୍ସ ୨୫.୬୧ ଡଲାରରେ ଓ ପ୍ଲାଟିନମ୍ ୦.୩% ହ୍ରାସ ହୋଇ ପ୍ରତି ଆଉନ୍ସ ୧,୧୭୯.୫୯ ଡଲାରରେ ପହଞ୍ଚିଛି ।
ଏପର୍ଯ୍ୟନ୍ତ ୧୧୫୦୦ ଟଙ୍କା ଶସ୍ତା ହୋଇଛି ସୁନା- ଗତ କିଛି ମାସ ମଧ୍ୟରେ ଚଳିତ ବର୍ଷ ସୁନା ଦାମ୍ ୧୦,୦୦୦ ଟଙ୍କା ଶସ୍ତା ହୋଇଛି । କରୋନା ସଙ୍କଟରେ ଏହା ୫୫ ହଜାର ଟଙ୍କା ସ୍ତରରେ ପହଞ୍ଚିଛି । ବିଶେଷଜ୍ଞମାନେ କହିଛନ୍ତି ଯେ କରୋନା ଟୀକାକରଣ ଆରମ୍ଭରୁ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଟୀକାକରଣ ପରେ ଅର୍ଥନୈତିକ କାର୍ଯ୍ୟକଳାପ ଗତି କରିବ ବୋଲି ଆଶା କରାଯାଉଛି ।
କାହିଁକି ହ୍ରାସ ପାଉଛି ସୁନା - HDFC ସିକ୍ୟୁରିଟିରଜ ସିନିୟର ଆନାଲିଷ୍ଟ ତପନ ପଟେଲଙ୍କ ଅନୁଯାୟୀ ବ୍ୟବସାୟୀ ଓ ନିବେଶକମାନେ ଏହି ସପ୍ତାହରେ ଆମେରିକୀୟ ବଣ୍ଡର ନିଲାମ ଉପରେ ନଜର ରଖିଛନ୍ତି । ଏଭଳି ପରିସ୍ଥିତିରେ ଭାରତୀୟ ବଜାରରେ ସୁନା ଦର ଚାପରେ ରହିଛି । ଏଥି ସହିତ ଆଜି ବାଣିଜ୍ୟ ଆରମ୍ଭ ସମୟରେ ଶକ୍ତିଶାଳୀ ଡଲାର ଓ ଆମେରିକାର ବଣ୍ଡ ଅମଳ ପରେ ନିବେଶକମାନେ ମଧ୍ୟ କିଣା ବିକା କରିଥିଲେ । ଏହି କାରଣରୁ ସୁନା ଦର ମଧ୍ୟ ଚାପରେ ଆସିଥିଲା ।