Gold Price Today: ସୁନା ୨୪୦ ଟଙ୍କା ଓ ରୂପା ୭୮୬ ଟଙ୍କା ହେଲା ମାହାଙ୍ଗା; ଜାଣନ୍ତୁ କାହିଁକି?

Gold Price, 12 October 2020: ଆନ୍ତର୍ଜାତୀୟ ସ୍ତରରେ ଦର ହ୍ରାସ ସତ୍ତ୍ୱେ ସୋମବାର ଘରୋଇ ବଜାରରେ ସୁନା ଦର ବୃଦ୍ଧି ପାଇଛି । ଏହି ସମୟରେ ମଧ୍ୟ ରୂପାର ଦର ୭୮୬ ଟଙ୍କା ବୃଦ୍ଧି ହୋଇଛି ।

Gold Price Today: ସୁନା ୨୪୦ ଟଙ୍କା ଓ ରୂପା ୭୮୬ ଟଙ୍କା ହେଲା ମାହାଙ୍ଗା; ଜାଣନ୍ତୁ କାହିଁକି?
ସୁନା ୨୪୦ ଟଙ୍କା ଓ ରୂପା ୭୮୬ ଟଙ୍କା ହେଲା ମାହାଙ୍ଗା
  • News18 Odia
  • Last Updated: October 12, 2020, 6:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଟଙ୍କାର ଦୁର୍ବଳତା ହେବା ଯୋଗୁଁ ଘରୋଇ ବଜାରରେ ସୁନା ଦର ପୁଣି ଥରେ ବୃଦ୍ଧି ପାଇଛି । ଦିଲ୍ଲୀ ସାରାଫା ବଜାରରେ (Gold Price Today) ୧୦ ଗ୍ରାମ ସୁନା ଦର ୨୪୦ ଟଙ୍କା ବୃଦ୍ଧି ପାଇଛି ଓ ଏକ କିଲୋଗ୍ରାମ ରୂପାର (Silver Price Today) ଦର ୭୮୬ ଟଙ୍କା ବୃଦ୍ଧି ପାଇଛି । ତେବେ ଆନ୍ତର୍ଜାତୀୟ ସ୍ତରରେ ସୁନା ଦର ହ୍ରାସ ପାଇଛି ବୋଲି ବ୍ୟବସାୟୀମାନେ କହିଛନ୍ତି । ତେବେ ଏଠାରୁ ଦରରେ ବଡ ବୃଦ୍ଧି ହେବାର କୌଣସି ସମ୍ଭାବନା ନାହିଁ । ଯଦି ଡଲାର ମଜଭୁତ ହୁଏ ତେବେ ସୁନା ଦର ପୁଣି ଥରେ ହ୍ରାସ ପାଇପାରେ । ଶୁକ୍ରବାର ଦିନ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ସୁନା ୧୦ ଗ୍ରାମ ପିଛା ୨୩୬ ଟଙ୍କା ମହଙ୍ଗା ହୋଇଛି । ଏହା ପରେ ନୂତନ ସୁନା ଦର ଏଠାରେ ୧୦ ଗ୍ରାମ ସ୍ତରରେ ୫୧,୫୫୮ ଟଙ୍କାରେ ପହଞ୍ଚିଛି ।

ରୂପାର ନୂଆ ଦର (Silver Price, 12th October 2020) - ସୋମବାର ଦିନ ରୂପା ଦର ମଧ୍ୟ ବୃଦ୍ଧି ହୋଇଛି । ଆଜି ରୂପା କିଲୋଗ୍ରାମରେ ୭୮୬ ଟଙ୍କା ବୃଦ୍ଧି ପାଇ ୬୪,୯୨୭ ପ୍ରତି କିଲୋଗ୍ରାମରେ ବନ୍ଦ ହୋଇଛି । ଶୁକ୍ରବାର ଦିନ ଦର କିଲୋଗ୍ରାମରେ ୬୪,୧୪୧ ଟଙ୍କା ବନ୍ଦ ହୋଇଥିଲା । ତେଣୁ ରୂପା ଦର ଆଜି କିଲୋଗ୍ରାମ ପିଛା ୭୮୬ ଟଙ୍କା ବୃଦ୍ଧି ପାଇଛି ।

ସୁନାର ନୂଆ ଦର (Gold Price, 12th October 2020) - HDFC ସିକ୍ୟୁରିଟିଜ ଅନୁଯାୟୀ ସୋମବାର ଦିନ ଦିଲ୍ଲୀର ସାରାଫା ବଜାରରେ ସୁନା ୨୪୦ ଟଙ୍କା ପ୍ରତି ୧୦ ଗ୍ରାମ ପିଛା ମହଙ୍ଗା ହୋଇଛି । ସପ୍ତାହର ପ୍ରଥମ ଦିନରେ ନୂତନ ସୁନା ଦର ୧୦ ଗ୍ରାମ ପିଛା ୫୨,୦୭୩ ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ ଶୁକ୍ରବାର ଦିନ କାରବାର ପରେ ସୁନା ଦର ୧୦ ଗ୍ରାମ ପିଛା ୫୧,୮୩୩ ଟଙ୍କାରେ ବନ୍ଦ ହୋଇଥିଲା ।

ଆଜି କଣ ପାଇଁ ବୃଦ୍ଧି ପାଇଲା ସୁନା ଓ ରୂପାର ଦର?
HDFC ସିକ୍ୟୁରିଟିଜର ସିନିୟର ଆନାଲିଷ୍ଟ କମୋଡିଟିସ ତପନ ପଟେଲ କହିଛନ୍ତି ଯେ ଦିଲ୍ଲୀର ବୁଲିଅନ୍ ବଜାରରେ ୨୪ କ୍ୟାରେଟ୍ ଶୁଦ୍ଧତାର ସ୍ପଟ୍ ସୁନା ମୂଲ୍ୟ ୨୪୦ଟଙ୍କା ବୃଦ୍ଧି ପାଇଛି । ଆମେରିକାର ମୁଦ୍ରା ତୁଳନାରେ ଟଙ୍କାର ଦୁର୍ବଳତା ଯୋଗୁଁ ସୁନା ଦର ବୃଦ୍ଧି ପାଇଛି ।
Published by: Jagdish Barik
First published: October 12, 2020, 6:06 PM IST
corona virus btn
corona virus btn
Loading