ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Gold Price Today: ସୁନା ଦାମ୍ ବୃଦ୍ଧି ପାଇଲା; ରୂପା ୬୮୨ ଟଙ୍କା ମହଙ୍ଗା ହେଲା, ଜାଣନ୍ତୁ ଆଜିର ଦାମ୍

Gold Price Today: ସୁନା ଦାମ୍ ବୃଦ୍ଧି ପାଇଲା; ରୂପା ୬୮୨ ଟଙ୍କା ମହଙ୍ଗା ହେଲା, ଜାଣନ୍ତୁ ଆଜିର ଦାମ୍

Gold Silver Price: ବୁଧବାର ଦିନ ସୁନା ଦରରେ ତୀବ୍ର ବୃଦ୍ଧି ଘଟିଛି । ଏଥି ସହିତ ରୂପା ଦାମ୍ (Silver Prices Today) ମଧ୍ୟ କିଲୋଗ୍ରାମ ପିଛା ୬୮୨ ଟଙ୍କା ବୃଦ୍ଧି ପାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ଡଲାର ତୁଳନାରେ ଟଙ୍କା (Dollar Vs Rupee) ଦୁର୍ବଳତା ହେବା ଯୋଗୁଁ ଭାରତୀୟ ବଜାରରେ ସୁନା ଦର ବୃଦ୍ଧି ପାଉଛି । ପଢ଼ନ୍ତୁ ପୂରା ଖବର ।

Gold Price Today: ସୁନା ଦାମ୍ ବୃଦ୍ଧି ପାଇଲା; ରୂପା ୬୮୨ ଟଙ୍କା ମହଙ୍ଗା ହେଲା, ଜାଣନ୍ତୁ ଆଜିର ଦାମ୍
ସୁନା ଦାମ୍ ବୃଦ୍ଧି ପାଇଲା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ ବଜାରରେ ସୁନା ଦର ଗୋଟିଏ ଦିନ ହ୍ରାସ ପରେ ଆଜି କ୍ରମାଗତ ଦ୍ୱିତୀୟ ବାଣିଜ୍ୟ ସେସନରେ ବୃଦ୍ଧି ଘଟିଛି । ଏହି କାରଣରୁ ଆଜି ୭ ଏପ୍ରିଲ ୨୦୨୧ ରେ ଦିଲ୍ଲୀ ବୁଲିୟନ ମାର୍କେଟରେ ସୁନା ଦରରେ (Gold Price Today) ଏକ ତୀବ୍ର ବୃଦ୍ଧି ରେକର୍ଡ କରାଯାଇଛି ଓ ଏହା ୧୦ ଗ୍ରାମ ପ୍ରତି ୪୬,୦୦୦ ଟଙ୍କା ପାଖାପାଖି ପହଞ୍ଚିଯାଇଛି । ଆଜି ରୂପା ଦର (Silver Price Today) ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଗତ ବାଣିଜ୍ୟ ସେସନରେ ଦିଲ୍ଲୀ ବୁଲିୟନ୍ ମାର୍କେଟରେ ପ୍ରତି ୧୦ ଗ୍ରାମ ସୁନା ଦାମ୍ ୪୫,୧୮୧ ଟଙ୍କାରେ ବନ୍ଦ ହୋଇଥିଲା । ଏଥି ସହିତ ରୂପା ପ୍ରତି କିଲୋଗ୍ରାମ ପିଛା ୬୪,୭୮୬ ଟଙ୍କା ବନ୍ଦ ହୋଇଥିଲା । ଆଜି ଆନ୍ତର୍ଜାତୀୟ ବଜାରରେ (International Markets) ସୁନା ଦାମ୍ ହ୍ରାସ ହୋଇଥିବାବେଳେ ରୂପା ଦାମ୍ ଅଧିକ ବୃଦ୍ଧି ପାଇନାହିଁ ।

ସୁନାର ନୂଆ ଦାମ୍ (Gold Price, 7 April 2021) - ବୁଧବାର ଦିନ ଦିଲ୍ଲୀର ସରଫା ବଜାରରେ ସୁନା ପ୍ରତି ଦାମ୍ ୧୦ ଗ୍ରାମ ୫୮୭ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧତାର ନୂତନ ଦାମ୍ ବର୍ତ୍ତମାନ ପ୍ରତି ୧୦ ଗ୍ରାମ ୪୫,୭୬୮ ଟଙ୍କାରେ ପହଞ୍ଚିଛି । ଏହାପୂର୍ବରୁ ବାଣିଜ୍ୟ ସେସନରେ ସୁନା ୧୦ ଗ୍ରାମ ପିଛା ୪୫,୧୮୧ ଟଙ୍କାରେ ବନ୍ଦ ହୋଇଥିଲା । ଏଥି ସହିତ ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ଆଜି ପ୍ରତି ଆଉନ୍ସ ପିଛା ୧,୭୩୯ ଡଲାରକୁ ଖସି ଆସିଛି ।

ରୂପାର ନୂଆ ଦାମ୍ (Silver Price, 7 April 2021) - ଆଜି ରୂପା ଦାମ୍ ମଧ୍ୟ ପ୍ରତି କିଲୋଗ୍ରାମରେ ୬୮୨ ଟଙ୍କା ବୃଦ୍ଧି ଘଟିଛି । ବୁଧବାର ଦିନ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ରୂପା ଦାମ୍ ବୃଦ୍ଧି ହୋଇ ୬୫,୪୬୮ ଟଙ୍କାରେ ପହଞ୍ଚିଛି । ଏହାପୂର୍ବ ବାଣିଜ୍ୟ ସେସନରେ ରୂପା ପ୍ରତି କିଲୋଗ୍ରାମ ୬୪,୭୮୬ ଟଙ୍କା ଥିଲା । ଆଜି ଆନ୍ତର୍ଜାତୀୟ ବଜାରରେ (International Market) ରୂପା ଦାମ୍ ଅଧିକ ପରିବର୍ତ୍ତନ ହୋଇନଥିଲା ଓ ଏହା ପ୍ରତି ଆଉନ୍ସ ୨୫.୦୪ ଡଲାର ରହିଛି ।

କାହିଁକି ସୁନା ଦାମ୍ ବଢୁଛି - HDFC ସିକ୍ୟୁରିଟିଜର ସିନିୟର ଆନାଲିଷ୍ଟ (କମୋଡିଟି) ତପନ ପଟେଲଙ୍କ ଅନୁଯାୟୀ ଡଲାର ତୁଳନାରେ ଟଙ୍କାରେ ଦେଖାଦେଇଥିବା ଦୁର୍ବଳତା ଯୋଗୁଁ ଭାରତୀୟ ବଜାରରେ ସୁନା ଦର ବୃଦ୍ଧି ପାଇଛି । ଆଜି କାରବାର ଆରମ୍ଭରେ ଡ଼ଲାର ତୁଳନାରେ ଟଙ୍କା ୨୪ ପଇସା ହ୍ରାସ ପାଇ ୭୩.୬୬ ସ୍ତରରେ ପହଞ୍ଚିଛି । ଏଥି ସହିତ, କରୋନା ଭୂତାଣୁର ଦ୍ରୁତ ବୃଦ୍ଧି ଯୋଗୁଁ ଲୋକମାନେ ପୁନର୍ବାର ଏକ ନିରାପଦ ନିବେଶ ବିକଳ୍ପକୁ ଯାଉଛନ୍ତି । ଏହା ଦ୍ୱାରା ସୁନା ଦର ବୃଦ୍ଧି ପାଉଛି ।
Published by: Jagdish Barik
First published: April 7, 2021, 5:15 PM IST