Gold Price Today: ସୁନା ଦରରେ ବୃଦ୍ଧି; ରୂପା ମଧ୍ୟ ହଜାରେ ଟଙ୍କାରୁ ଅଧିକ ମହଙ୍ଗା ହେଲା, ଜାଣନ୍ତୁ ନୂଆ ଦର
Gold Price Today: ଘରୋଇ ବଜାରରେ ଆଜି ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ଏହା ସହିତ ରୂପା କିଲୋଗ୍ରାମ ପ୍ରତି ୧,୧୦୨ ଟଙ୍କା ମହଙ୍ଗା ହୋଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ଆନ୍ତର୍ଜାତୀୟ ବଜାରରେ ସୁନା ଦରରେ ବୃଦ୍ଧି ଓ ଡଲାରର ଶକ୍ତି ହ୍ରାସ ଯୋଗୁଁ ଭାରତୀୟ ବଜାରରେ ଉଭୟ ମୂଲ୍ୟବାନ ଧାତୁର ଦାମ୍ ବୃଦ୍ଧି ପାଇଛି ।

ଘରୋଇ ବଜାରରେ ଆଜି ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଛି
- News18 Odia
- Last Updated: December 24, 2020, 6:32 PM IST
ନୂଆ ଦିଲ୍ଲୀ: ଭାରତୀୟ ବଜାରରେ ଆଜି ସୁନା ଦରରେ (Gold Price Today) ବୃଦ୍ଧି ରେକର୍ଡ କରାଯାଇଛି । ୨୪ ଡିସେମ୍ବର ୨୦୨୦ ରେ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ସୁନା ଦାମ୍ ୧୦ ଗ୍ରାମ ପିଛା ୩୮୫ ଟଙ୍କା ବୃଦ୍ଧି ହୋଇଛି । ଏଥି ସହିତ ରୂପା ଦାମ୍ ଆଜି ୧୦୦୦ ରୁ ଅଧିକ ବୃଦ୍ଧି ପାଇଛି । ଏକ କିଲୋଗ୍ରାମ ରୂପା (Silver Price Today) ୧,୧୦୨ ଟଙ୍କା ମହଙ୍ଗା ହୋଇଛି । ଗତ ବାଣିଜ୍ୟ ଦିନରେ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ପ୍ରତି ୧୦ ଗ୍ରାମ ପିଛା ସୁନା ଦାମ୍ ୪୯,୬୨୪ ଟଙ୍କାରେ ବନ୍ଦ ହୋଇଥିଲା । ଏଥି ସହିତ ରୂପା କିଲୋଗ୍ରାମ ପିଛା ୬୫,୮୫୨ ଟଙ୍କାରେ ବନ୍ଦ ହୋଇଥିଲା । ବିଶେଷଜ୍ଞଙ୍କ କହିବାନୁସାରେ ଡଲାର ତୁଳନାରେ ଟଙ୍କାକୁ ମଜବୁତ ହେବା କାରଣରୁ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ପାଇଛି । ଏଥି ସହିତ କରୋନା ଭୂତାଣୁ ଯୋଗୁଁ ବର୍ଦ୍ଧିତ ବିଚ୍ଛିନ୍ନତା ମଧ୍ୟ ମୂଲ୍ୟବାନ ଧାତୁର ଦରରେ ବୃଦ୍ଧି ଘଟାଇଛି ।
ରୂପାର ନୂଆ ଦାମ୍ (Silver Price, 24 December 2020) - ରୂପା ବିଷୟରେ କହିବାକୁ ଗଲେ ଗୁରୁବାର ଏହା ମାହାଙ୍ଗା ହୋଇଛି । ଆଜି ଦିଲ୍ଲୀ ବୁଲିଅନ୍ ମାର୍କେଟରେ ରୂପା ପ୍ରତି ମୂଲ୍ୟ କିଲୋଗ୍ରାମ ପିଛା ୧,୧୦୨ ଟଙ୍କା ବୃଦ୍ଧି ପାଇଛି । ବର୍ତ୍ତମାନ ଏହାର ଦାମ୍ ଏକ କିଲୋଗ୍ରାମ ପିଛା ୬୬,୯୫୪ ଟଙ୍କାରେ ପହଞ୍ଚିଛି । ଆଜି ଆନ୍ତର୍ଜାତୀୟ ବଜାରରେ ରୂପା ଦାମ୍ ପ୍ରତି ଔନ୍ସ ୨୫.୮୦ ଡଲାରରେ ବନ୍ଦ ହୋଇଛି ।
କଣ ପାଇଁ ମୂଲ୍ୟବାନ ଧାତୁ ଦରରେ ବୃଦ୍ଧି ହେଉଛି - HDFC ସିକ୍ୟୁରିଟିଜର (HDFC Securities) ସିନିୟର ଆନାଲିଷ୍ଟ (କମିଡିଟିଜ) ତପନ ପଟେଲ କହିଛନ୍ତି ଯେ ଗତ ବାଣିଜ୍ୟ ଦିନରେ ଅସ୍ଥିର ଡଲାର ହ୍ରାସ ପାଇଛି । ଏହି କାରଣରୁ ସୁନା ଦର ବୃଦ୍ଧି ପାଇଛି । ଏଥି ସହିତ ବ୍ରିଟେନରେ କରୋନା ଭୂତାଣୁରର ନୂତନ ଷ୍ଟ୍ରେନ୍ ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି । ଅଧିକାଂଶ ଦେଶ ବ୍ରିଟେନ ସହିତ ସିଧାସଳଖ ଯୋଗାଯୋଗ ଛିନ୍ନ କରି ସୀମା ବନ୍ଦ କରି ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ଏହି ଭୟ ଓ ଚିନ୍ତା ବଢ଼ିଯାଏ ତେବେ ଉଭୟ ମୂଲ୍ୟବାନ ଧାତୁର ଦାମ୍ ଦ୍ରୁତ ଗତିରେ ବୃଦ୍ଧି ପାଇବ ।