Gold Price Today: ସୁନା ଦାମ୍ ବୃଦ୍ଧି ହେଲା; ରୂପା ମଧ୍ୟ ମହଙ୍ଗା ହେଲା, ଫଟାଫଟ୍ ଜାଣନ୍ତୁ ନୂଆ ଦାମ୍
Gold Price Today: ଆଜି ସୁନା ଓ ରୂପା ଦାମ୍ ବୃଦ୍ଧି ପାଇଛି । ଆଜି ସକାଳ ସମୟରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (MCX) ପ୍ରତି ୧୦ ଗ୍ରାମ ସୁନା ଦାମ୍ ୦.୪୦% ବୃଦ୍ଧି ସହିତ ୪୫,୫୩୦ ଟଙ୍କା ଦର ସ୍ତରରେ ଟ୍ରେଣ୍ଡ କରିଥିଲା ।

ସୁନା ଦାମ୍ ବୃଦ୍ଧି ହେଲା
- News18 Odia
- Last Updated: April 6, 2021, 11:55 AM IST
ନୂଆ ଦିଲ୍ଲୀ: ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (MCX) ଆଜି ସୁନା-ରୂପା ଦରରେ ବୃଦ୍ଧି ଘଟିଛି । ଆଜି ସକାଳ ସମୟରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (MCX) ପ୍ରତି ୧୦ ଗ୍ରାମ ସୁନା ଦାମ୍ (Gold Silver Price Today) ୦.୪୦% ବୃଦ୍ଧି ସହିତ ୪୫,୫୩୦ ଟଙ୍କା ଦର ସ୍ତରରେ ଟ୍ରେଣ୍ଡ କରୁଛି । ଏଥି ସହିତ ରୂପା ୦.୬୮% ବୃଦ୍ଧି ହୋଇ ପ୍ରତି କିଲୋଗ୍ରାମ ୬୫,୦୦୩ ଟଙ୍କାରେ ପହଞ୍ଚିଛି । ପୂର୍ବ ବାଣିଜ୍ୟ ସେସନରେ ସୁନା ଓ ରୂପା ଯଥାକ୍ରମେ ୦.୧୫% ଓ ୦.୯% ହ୍ରାସ ପାଇଛି । ଗତ ଏକ ମାସ ଧରି ସୁନା ୪୫,୭୦୦ ରୁ ୪୪,୧୦୦ ଟଙ୍କା ମଧ୍ୟରେ କାରବାର କରୁଛି ।
ଆଜିର ରୂପା ଦର (Silver Rate) - ଆଜି MCX ରେ ରୂପା ଦରରେ ମଧ୍ୟ ବୃଦ୍ଧି ଦେଖାଯାଇଛି । ରୂପା ଦାମ୍ ୦.୬୮% ବୃଦ୍ଧି ପାଇ କିଲୋଗ୍ରାମ ପିଛା ୬୫,୦୦୩ ଟଙ୍କାରେ ପହଞ୍ଚିଛି । ଆନ୍ତର୍ଜାତୀୟ ବଜାରରେ ରୂପା ଦାମ୍ ପ୍ରତି ଆଉନ୍ସ ୦.୩% ବୃଦ୍ଧି ପାଇ ୨୪.୯୬ ଡଲାରରେ ପହଞ୍ଚିଛି ।
ଗତକାଲି ସୁନା ଓ ରୂପା ଦାମ୍ କେତେ ଥିଲା
ରେକର୍ଡ ସ୍ତରରୁ ୨୨ ପ୍ରତିଶତ ଶସ୍ତା
ଅଗଷ୍ଟ ୨୦୨୦ ରେ ଦିଲ୍ଲୀ ସରଫା ବଜାରରେ ସୁନା ଦାମ୍ ୧୦ ଗ୍ରାମ ପିଛା ୫୭୦୦୮ ଟଙ୍କାରେ ପହଞ୍ଚିଥିଲା । ବର୍ତ୍ତମାନ ସ୍ପଟ୍ ବଜାରରେ ସୁନା ଦାମ୍ ୨୨ ପ୍ରତିଶତ ଶସ୍ତା ହୋଇଛି ।
କାହିଁକି ସୁନା ଦରରେ ହ୍ରାସ ହେଉଛି
HDFC ସିକ୍ୟୁରିଟିଜର ସିନିୟର ଆନାଲିଷ୍ଟ (କମୋଡିଟିସ୍) ତପନ ପଟେଲଙ୍କ ଅନୁଯାୟୀ ଆନ୍ତର୍ଜାତୀୟ ବଜାରରେ ଚାଲିଥିବା ସୁନା ଦର ହ୍ରାସର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖାଯାଉଛି । ଏଥି ସହିତ କରୋନା ଭୂତାଣୁର ନୂତନ ମାମଲା ବୃଦ୍ଧି ଯୋଗୁଁ ଷ୍ଟକ୍ ମାର୍କେଟରେ ଅସନ୍ତୁଳନ ଦେଖାଦେଇଛି । ଆଜି ନ୍ୟୁୟର୍କର କମୋଡିଟି ଏକ୍ସଚେଞ୍ଜରେ ସୁନା ନିମ୍ନ ସ୍ତରରେ କାରବାର କରୁଛି । ଏଭଳି ପରିସ୍ଥିତିରେ ଭାରତୀୟ ବଜାରରେ ସୁନା ଦାମ୍ ସାମାନ୍ୟ ହ୍ରାସ ଘଟିଥିବାର ରେକର୍ଡ କରାଯାଇଛି ।