Gold Price Today: ହ୍ରାସ ପାଇବାରେ ଲାଗିଛି ସୁନା ଦାମ୍, ଜାଣନ୍ତୁ ଆଜି କେତେ ଶସ୍ତା ହେଲା

Gold Price Today: ଲଗାତାର ଚାରି ଦିନ ଧରି ସୁନା ଦାମ୍ ହ୍ରାସ ପାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ସୁନା ଦାମ୍ ରେକର୍ଡ ସ୍ତରରୁ ୧୨୦୦୦ ଟଙ୍କା ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।

Gold Price Today: ହ୍ରାସ ପାଇବାରେ ଲାଗିଛି ସୁନା ଦାମ୍, ଜାଣନ୍ତୁ ଆଜି କେତେ ଶସ୍ତା ହେଲା
ଲଗାତାର ଚାରି ଦିନ ଧରି ସୁନା ଦାମ୍ ହ୍ରାସ ପାଉଛି
  • News18 Odia
  • Last Updated: March 30, 2021, 11:34 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
Gold Price Today: ଆଜି ସୁନା ଦାମ୍ କ୍ରମାଗତ ଚତୁର୍ଥ ଦିନ ପାଇଁ ହ୍ରାସ ଘଟିଥିବାବେଳେ ରୂପା ମଧ୍ୟ ଶସ୍ତା ହୋଇଛି । MCX ଉପରେ ଆଜି ସୁନା ୦.୪% ହ୍ରାସ ହୋଇ ପ୍ରତି ୧୦ ଗ୍ରାମ ୪୪,୫୩୮ ଟଙ୍କାରେ ପହଞ୍ଚିଛି । ଏହା ବ୍ୟତୀତ ରୂପା ୦.୩% ହ୍ରାସ ପାଇ କିଲୋଗ୍ରାମ ପ୍ରତି ୬୩,୯୮୫ ଟଙ୍କାରେ ପହଞ୍ଚିଛି । ଚଳିତ ବର୍ଷ ଆରମ୍ଭରୁ ଭାରତରେ ସୁନା ଦାମ୍ ପ୍ରାୟ ୫୦୦୦ ଟଙ୍କା ହ୍ରାସ ପାଇଛି । ଯଦି ଆପଣ ସୁନା କିଣିବାକୁ ଚାହାଁନ୍ତି ତେବେ ଏହା ଏକ ଭଲ ସୁଯୋଗ । କାରଣ ଏହି ସମୟରେ ସୁନା ଦାମ୍ ୧୧ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଛି ।

ଗତ ବର୍ଷ ଅଗଷ୍ଟରେ ସୁନା ସର୍ବାଧିକ ୫୭,୦୦୦ ଛୁଇଁଥିଲା । କିନ୍ତୁ ସେବେଠାରୁ ପ୍ରତି ୧୦ ଗ୍ରାମ ସୁନା ୧୨,୦୦୦ ଟଙ୍କା ଶସ୍ତା ହୋଇସାରିଛି । ଏହି ସମୟରେ ଏଠାରେ ନିବେଶ କରିବାର ଏକ ଭଲ ସୁଯୋଗ ଅଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେମୋ ବସ୍‌’ କଣ୍ଡକ୍ଟର୍ଯାତ୍ରୀଙ୍କୁ ଚଳନ୍ତା ବସ୍ରୁ ଠେଲିଦେଲା, ପାଦ ଉପରେ ଚଢ଼ିଗଲା ବସ୍

ସୁନାର ନୂଆ ଦାମ୍ (Gold Price, 30 March 2021): ଦିଲ୍ଲୀ ବୁଲିଅନ୍ ମାର୍କେଟରେ ଶୁକ୍ରବାର ଦିନ ସୁନା ଦାମ୍ ୦.୪% ହ୍ରାସ ପାଇଛି । ରାଜଧାନୀ ଦିଲ୍ଲୀର ସୁନାର ନୂଆ ଦାମ୍ ବର୍ତ୍ତମାନ ୧୦ ଗ୍ରାମ ପ୍ରତି ୪୪,୫୩୮ ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ୦.୪% ହ୍ରାସ ହୋଇ ୧,୭୦୪.୯୦ ଡଲାରରେ ପହଞ୍ଚିଛି ।

ଏହା ବି ପଢ଼ନ୍ତୁ | ମୟୂରଭଞ୍ଜ: ହେଲ୍‌ମେଟ୍ ପାଇଁ ଗର୍ଭବତୀଙ୍କୁ କିମି ଚଲାଇଥିବା ପୋଲିସ ଅଧିକାରୀ ସସ୍‌ପେଣ୍ଡ୍ ହେଲେ

ରୂପାର ନୂଆ ଦାମ୍ (Silver Price, 12 March 2021): ରୂପା ଦରରେ ମଧ୍ୟ ଆଜି ହ୍ରାସ ରେକର୍ଡ କରାଯାଇଛି । ଦିଲ୍ଲୀ ବୁଲିଅନ୍ ମାର୍କେଟରେ ଏହି ମୂଲ୍ୟବାନ ଧାତୁର ଦାମ୍ ୦.୩% ହ୍ରାସ ହୋଇ ପ୍ରତି କିଲୋଗ୍ରାମ ୬୩,୯୮୫ ଟଙ୍କା ହୋଇଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ହୋଲିରେ ଭୁବନେଶ୍ୱରରେ ମହିଳାଙ୍କ ଅଭାବନୀୟ କାଣ୍ଡ: ବ୍ଲେଡରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲେ

ଆହୁରି ହ୍ରାସ ପାଇବ କି ସୁନା ଦର ?
ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ସୁନା ମୂଲ୍ୟର ଦୁର୍ବଳତା ଅଧିକ ସମୟ ହୋଇନପାରେ । ଡଲାରର ଦୁର୍ବଳତା, ମୁଦ୍ରାସ୍ଫୀତି ଚାପ ଓ ମୁଦ୍ରା ବିସ୍ତାର ସୁନା ଦର ଉପରେ ସିଧାସଳଖ ପ୍ରଭାବ ପକାଇଛି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ  ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ; ଦୁଇ ଶିଶୁଙ୍କ ମୃତ୍ୟୁ ହେଲା

ଆଗାମୀ ଦୁଇ ମାସରେ ମହଙ୍ଗା ହୋଇପାରେ
ବିଶେଷଜ୍ଞ କହିଛନ୍ତି ଯେ ଶୀଘ୍ର ସୁନା ଦାମ୍ ବଢ଼ିପାରେ । ଆଇଆଇଏଫଏଲ୍ ସିକ୍ୟୁରିଟିଜର ଉପାଧ୍ୟାକ୍ଷ (କମୋଡିଟି ଏବଂ ମୁଦ୍ରା) ଅନୁଜ ଗୁପ୍ତା କହିଛନ୍ତି ଯେ ଆସନ୍ତା ଦୁଇ ମାସ ମଧ୍ୟରେ ସୁନା ମୂଲ୍ୟ ୪୮,୦୦୦ ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏଥି ସହିତ ଆଗାମୀ ଦୁଇ ମାସ ମଧ୍ୟରେ ରୂପା ଦାମ୍ ମଧ୍ୟ ୭୦,୦୦୦ ରୁ ୭୨,୦୦୦ ଟଙ୍କା ମଧ୍ୟରେ ରହିବ । ଏଥିସହିତ ଅନ୍ୟ ଜଣେ ବିଶେଷଜ୍ଞ କହିଛନ୍ତି ଯେ ସୁନା ଅତି ଦ୍ରୁତ ଗତିରେ ବୃଦ୍ଧି ପାଇବ ଓ ଏହା ୪୫,୫୦୦ ଟଙ୍କା ଅତିକ୍ରମ କରିବ ଓ ୪୮,୦୦୦ ଟଙ୍କାରେ ପହଞ୍ଚିବ ।
Published by: Jagdish Barik
First published: March 30, 2021, 11:34 AM IST