Gold Price Today: ବିବାହ ସିଜିନରେ ଆଜି କେମିତି ଅଛି ସୁନା ଦର; ଦେଖନ୍ତୁ ଆଜିର ଦାମ୍

Gold Price Today: ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ୍ ପ୍ରତି ୧୦ ଗ୍ରାମ ପିଛା ୪୪,୬୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ପ୍ରତି ୧୦ ଗ୍ରାମ ପିଛା ୪୬,୦୬୦ ଟଙ୍କା ରହିଛି । ଜାଣନ୍ତୁ ଆଜି ବାକି ସହରରେ ସୁନାର ଦାମ୍ କ’ଣ ରହିଛି?

Gold Price Today: ବିବାହ ସିଜିନରେ ଆଜି କେମିତି ଅଛି ସୁନା ଦର; ଦେଖନ୍ତୁ ଆଜିର ଦାମ୍
ଜାଣନ୍ତୁ ଆଜିର ସୁନାର ଦାମ୍
  • News18 Odia
  • Last Updated: April 24, 2021, 12:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ବିବାହ ସିଜିନ୍ ଆରମ୍ଭ ହେବା ମାତ୍ରେ ଏହି ସମୟରେ ସୁନା ରୂପା ଦର (Gold Silver Rate Today) ହ୍ରାସ ପାଉଛି । ଶନିବାର ଛୁଟିଦିନ ଯୋଗୁଁ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା କାରବାର ହୁଏ ନାହିଁ । ଏଥି ସହିତ କାଲି ଅର୍ଥାତ ଶୁକ୍ରବାର ଦିନର ବାଣିଜ୍ୟ କାରାବାରରେ ସୁନା ଦର ହ୍ରାସ ସହିତ ବନ୍ଦ ହୋଇଥିଲା । ଏମସିଏକ୍ସରେ ସୁନା ୨୧୨.୦୦ ଟଙ୍କା ହ୍ରାସ ପାଇ ୪୭,୫୬୦.୦୦ ଟଙ୍କାରେ ପହଞ୍ଚିଛି । ଏଥି ସହିତ ରୂପା ଦର ମଧ୍ୟ ୫୦୮.୦୦ ଟଙ୍କା ହ୍ରାସ ପାଇ ୬୮,୭୧୦.୦୦ ଟଙ୍କାରେ ପହଞ୍ଚିଛି ।

ବ୍ୟବସାୟ ୱେବସାଇଟ୍ ଗୁଡ୍ ରିଟର୍ନ ଅନୁଯାୟୀ ଭାରତର ଚାରୋଟି ବଡ ସହରରେ ସୁନା ଓ ରୂପା ଦାମ୍

ଦିଲ୍ଲୀ:
୨୨ କ୍ୟାରେଟ୍ ସୁନା - ୧୦ ଗ୍ରାମ ପ୍ରତି ୪୬୩୫୦ ଟଙ୍କା
୨୪ କ୍ୟାରେଟ୍ ସୁନା - ୧୦ ଗ୍ରାମ ପ୍ରତି ୫୦୫୭୦ ଟଙ୍କା
ରୂପା ମୂଲ୍ୟ - କିଲୋଗ୍ରାମ ପିଛା ୬୮୭୦୦ ଟଙ୍କା

ମୁମ୍ବାଇ:
୨୨ କ୍ୟାରେଟ୍ ସୁନା - ୧୦ ଗ୍ରାମ ପ୍ରତି ୪୫,୦୫୦ ଟଙ୍କା
୨୪ କ୍ୟାରେଟ୍ ସୁନା - ୧୦ ଗ୍ରାମ ପ୍ରତି ୪୬,୦୫୦ ଟଙ୍କା
ରୂପା ମୂଲ୍ୟ - କିଲୋଗ୍ରାମ ପିଛା ୬୮୭୦୦ ଟଙ୍କା

ଚେନ୍ନାଇ:
୨୨ କ୍ୟାରେଟ୍ ସୁନା - ୧୦ ଗ୍ରାମ ପ୍ରତି ୪୪,୯୪୦ ଟଙ୍କା
୨୪ କ୍ୟାରେଟ୍ ସୁନା - ୧୦ ଗ୍ରାମ ପ୍ରତି ୪୯,୦୩୦ ଟଙ୍କା
ରୂପା ମୂଲ୍ୟ - କିଲୋଗ୍ରାମ ପିଛା ୬୮୭୦୦ ଟଙ୍କା

ଭୁବନେଶ୍ୱର:
୨୨ କ୍ୟାରେଟ୍ ସୁନା - ୧୦ ଗ୍ରାମ ପ୍ରତି ୪୪,୬୦୦ ଟଙ୍କା
୨୪ କ୍ୟାରେଟ୍ ସୁନା - ୧୦ ଗ୍ରାମ ପ୍ରତି ୪୮,୬୬୦ ଟଙ୍କା
ରୂପା ମୂଲ୍ୟ - କିଲୋଗ୍ରାମ ପିଛା ୭୪୦୦୦ ଟଙ୍କା

ଏହି ଉପାୟରେ ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ
ଯଦି ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି । 'BIS Care app' ସହିତ ଗ୍ରାହକ ଗ୍ରାହକଙ୍କ (Consumer) ଶୁଦ୍ଧତା (Purity) ଯାଞ୍ଚ କରିପାରିବେ । ଏହି ଆପ୍ ମାଧ୍ୟମରେ ଆପଣ ନା କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ ଦାଖଲ କରିପାରିବେ । ଯଦି ଏହି ଆପରେ ଦ୍ରବ୍ୟର ଲାଇସେନ୍ସ, ପଞ୍ଜୀକରଣ ଓ ହଲମାର୍କ ମାର୍କ ଭୁଲ ଦେଖାଯାଏ ତେବେ ଗ୍ରାହକ ତୁରନ୍ତ ଅଭିଯୋଗ କରିପାରିବେ । ଏହି ଆପ୍ (App) ମାଧ୍ୟମରେ ଗ୍ରାହକ ତୁରନ୍ତ ଅଭିଯୋଗ ଦାଖଲ ବିଷୟରେ ସୂଚନା ପାଇବେ ।
Published by: Jagdish Barik
First published: April 24, 2021, 12:34 PM IST