ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Gold Price Today: ସୁନା ଦାମ୍ ବୃଦ୍ଧି ହେଲା; ରୂପା ମଧ୍ୟ ୧୪୦୦ ଟଙ୍କା ମହଙ୍ଗା ହେଲା, ଫଟାଫଟ ଜାଣନ୍ତୁ ନୂଆ ଦାମ୍

Gold Price Today: ସୁନା ଦାମ୍ ବୃଦ୍ଧି ହେଲା; ରୂପା ମଧ୍ୟ ୧୪୦୦ ଟଙ୍କା ମହଙ୍ଗା ହେଲା, ଫଟାଫଟ ଜାଣନ୍ତୁ ନୂଆ ଦାମ୍

Gold Silver Price, 12 January 2021: ଘରୋଇ ବଜାରରେ ସୁନା ଦାମ୍ ଆଜି ମଧ୍ୟ ମହଙ୍ଗା ହୋଇଛି । ଏଥି ସହିତ ରୂପା ମଧ୍ୟ କିଲୋଗ୍ରାମ ପିଛା ୧,୪୦୪ ଟଙ୍କା ମହଙ୍ଗା ହୋଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ପୁନର୍ବାର କରୋନା ଭୂତାଣୁ ବୃଦ୍ଧି ଯୋଗୁଁ ନିବେଶକମାନେ ଏକ ସୁରକ୍ଷିତ ବିନିଯୋଗ ବିକଳ୍ପ ଭାବରେ ସୁନାରେ ଟଙ୍କା ବିନିଯୋଗ କରୁଛନ୍ତି । ତେଣୁ ମୂଲ୍ୟବାନ ହଳଦିଆ ଧାତୁର ଦାମ୍ ବୃଦ୍ଧି ପାଉଛି ।

Gold Price Today: ସୁନା ଦାମ୍ ବୃଦ୍ଧି ହେଲା; ରୂପା ମଧ୍ୟ ୧୪୦୦ ଟଙ୍କା ମହଙ୍ଗା ହେଲା, ଫଟାଫଟ ଜାଣନ୍ତୁ ନୂଆ ଦାମ୍
ଘରୋଇ ବଜାରରେ ସୁନା ଦାମ୍ ଆଜି ମଧ୍ୟ ମହଙ୍ଗା ହୋଇଛି
  • News18 Odia
  • Last Updated: January 12, 2021, 7:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆଜି ମଧ୍ୟ ଭାରତୀୟ ବଜାରରେ ସୁନା ଦାମ୍ ରେକର୍ଡ କରାଯାଇଛି । ଯଦିଓ ବର୍ତ୍ତମାନ ସୁଦ୍ଧା ଏହା ୧୦ ଗ୍ରାମ ପ୍ରତି ୫୦ ହଜାର ଟଙ୍କା ତଳେ ରହିଛି । ୧୨ ଜାନୁଆରୀ ୨୦୨୧ ରେ ଦିଲ୍ଲୀ ସରାଫା ବଜାରରେ ସୁନା ଦାମ୍ ୧୦ ଗ୍ରାମ ପ୍ରତି ୨୯୭ ଟଙ୍କା ବୃଦ୍ଧି କରାଯାଇଥିଲା । ଏଥି ସହିତ ରୂପା ଦାମ୍ ଆଜି ୧,୪୦୪ ଟଙ୍କା ବୃଦ୍ଧି ପାଇଛି ।

ଗତ ବାଣିଜ୍ୟ ଦିନରେ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ୧୦ ଗ୍ରାମ ପ୍ରତି ସୁନା ୪୮,୬୪୯ ଟଙ୍କା ବନ୍ଦ ହୋଇଯାଇଥିଲା । ଏଥି ସହିତ ରୂପା କିଲୋଗ୍ରାମ ପିଛା ୬୩,୯୭୬ ଟଙ୍କା ଥିଲା । ଆଜି ଆନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦାମ୍ ମଧ୍ୟ ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ | କି ବର୍ବରତା! ଅନୁଗୁଳରେ ଗାଁ ଦାଣ୍ଡରେ ପେଟ୍ରୋଲ୍ ଢାଳି ଜିଅନ୍ତା ଜାଳି ମାରିଦେଲେ ଯୁବକଙ୍କୁ

ସୁନାର ନୂଆ ଦାମ୍ (Gold Price, 12 January 2021)
ମଙ୍ଗଳବାର ଦିନ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ସୁନା ଦାମ୍ ୧୦ ଗ୍ରାମ ପିଛା ୨୯୭ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧତାର ସୁନା ଦାମ୍ ବର୍ତ୍ତମାନ ୧୦ ଗ୍ରାମ ପିଛା ୪୮,୯୪୬ ଟଙ୍କାକୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ବାଣିଜ୍ୟ ଦିନରେ ସୁନା ୧୦ ଗ୍ରାମ ପିଛା ୪୮,୬୪୯ ଟଙ୍କା ବନ୍ଦ ହୋଇଥିଲା । ଏଥି ସହିତ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ଆଜି ପ୍ରତି ଔନ୍ସ ୧,୮୫୮ ଡଲାରକୁ ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ସେକ୍ସ ପାଇଁ ସାଇବର୍ ଠକେଇର ଶିକାର ହେଲେ ଇଞ୍ଜିନିଅର୍, ହରେଇଲେ ୯୪,୦୦୦

ରୂପାର ନୂଆ ଦାମ୍ (Silver Price, 12 December 2020)
ମଙ୍ଗଳବାର ଦିନ ରୂପା ଦାମ୍ ମଧ୍ୟ ବୃଦ୍ଧି ପାଇଛି । ଆଜି ଦିଲ୍ଲୀ ବୁଲିଅନ୍ ମାର୍କେଟରେ ରୂପା ଦାମ୍ କିଲୋଗ୍ରାମରେ ୧,୪୦୪ ଟଙ୍କା ବୃଦ୍ଧି ଘଟିଛି । ବର୍ତ୍ତମାନ ଏହାର ଦାମ୍ କିଲୋଗ୍ରାମ ପିଛା ୬୫,୩୮୦ ଟଙ୍କା ପହଞ୍ଚିଛି । ଆଜି ଆନ୍ତର୍ଜାତୀୟ ବଜାରରେ ରୂପା ଦାମ୍ ପ୍ରତି ଔନ୍ସ ୨୫.୩୯ ଡଲାରରେ ବନ୍ଦ ହୋଇଛି ।

ଏହା ବି ପଢ଼ନ୍ତୁ | ନୟାଗଡ଼ ନାବାଳିକାର ହତ୍ୟା ଅଭିଯୁକ୍ତ ନାବାଳକ ବୋଲି ପ୍ରମାଣିତ ହେଲା; ତା ନାର୍କୋ ଟେଷ୍ଟ୍ ହେବନି

କାହିଁକି ବୃଦ୍ଧି ହଉଛି ସୁନା ଓ ରୂପାର ଦାମ୍?
HDFC ସିକ୍ୟୁରିଟିଜର (HDFC Securities) ସିନିୟର ଆନାଲିଷ୍ଟ (କମୋଡିଟିସ୍) ଅନୁଯାୟୀ ଶୁକ୍ରବାର ସୁନା ଦାମ୍ ହ୍ରାସ ପୁନରୁଦ୍ଧାର ହୋଇଛି । ଶୁକ୍ରବାର ଦିନ ଡଲାର ମଜବୁତ ରେକର୍ଡ ହୋଇଛି । ଏହା ଯୋଗୁଁ ସୁନା ଦର ହ୍ରାସ ହୋଇଛି । ଆଜି ନିମ୍ନ ସ୍ତରରୁ ସୁନା ପୁନରୁଦ୍ଧାର ହୋଇଛି । ଏଥି ସହିତ ଅନ୍ତର୍ଜାତୀୟ ବଜାରରେ ସୁନା ଦରରେ ବୃଦ୍ଧି ଭାରତୀୟ ବଜାର ଉପରେ ମଧ୍ୟ ପ୍ରଭାବ ପକାଇଛି ।



ସେ କହିଛନ୍ତି ଯେ କରୋନା ଭୂତାଣୁ ପୁନର୍ବାର ବୃଦ୍ଧି ଯୋଗୁଁ ନିବେଶକଙ୍କ ମଧ୍ୟରେ ଚିନ୍ତା ବଢ଼ିଚାଲିଛି । ତେଣୁ ଏକ ନିରାପଦ ବିନିଯୋଗ ବିକଳ୍ପ ଭାବରେ ସେମାନେ ଆଜି ସୁନାରେ ପୁଞ୍ଜି ବିନିଯୋଗ କରିଛନ୍ତି । ଏହାଦ୍ୱାରା ସୁନା ଓ ରୂପା ଦର ମଧ୍ୟ ବୃଦ୍ଧି ପାଇଛି ।
Published by: Jagdish Barik
First published: January 12, 2021, 7:29 PM IST