Gold Price Today: ସୁନା ଦର ଶସ୍ତା ହେଲା; ରୂପା ମଧ୍ୟ ମହଙ୍ଗା ହେଲା, ଫଟାଫଟ ଜାଣନ୍ତୁ ନୂଆ ଦାମ୍
Gold Silver Price, 6 January 2021: ଘରୋଇ ବଜାରରେ ଆଜି ସୁନା ଦାମ୍ ରେକର୍ଡ କରାଯାଇଛି । ଏଥି ସହିତ ରୂପା (Silver Prices Today) କିଲୋଗ୍ରାମ ପ୍ରତି ୧୫୬ ଟଙ୍କା ମହଙ୍ଗା ହୋଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ଡଲାର ତୁଳନାରେ ଟଙ୍କାର (Dollar Vs Rupee) ଶକ୍ତି ବୃଦ୍ଧି ଯୋଗୁଁ ସୁନା ଦାମ୍ ହ୍ରାସ ହୋଇଛି ।

ସୁନା ଦର ଶସ୍ତା ହେଲା
- News18 Odia
- Last Updated: January 6, 2021, 6:51 PM IST
ନୂଆ ଦିଲ୍ଲୀ: ଆଜି ଭାରତୀୟ ବଜାରରେ ସୁନା ଦର ହ୍ରାସ ପାଇଛି । ଯଦିଓ ବର୍ତ୍ତମାନ ଏହା ପ୍ରତି ୧୦ ଗ୍ରାମ ୫୧ ହଜାର ଟଙ୍କା ଉପରେ ରହିଛି । ଦିଲ୍ଲୀ ସାରଫା ବଜାରରେ ଆଜି ଅର୍ଥାତ 6 ଜାନୁଆରୀ ୨୦୨୧ ରେ ସୁନା ଦାମ୍ (Gold Price Today) ୧୦ ଗ୍ରାମ ପିଛା ୭୧ ଟଙ୍କା ହ୍ରାସ ପାଇଛି । ଏଥି ସହିତ ରୂପା ଦାମ୍ ଆଜି ୧୫୬ ଟଙ୍କା ବୃଦ୍ଧି ପାଇଛି । ଗତ ବାଣିଜ୍ୟ ସେସନରେ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ୧୦ ଗ୍ରାମ ପିଛା ସୁନା ୫୧,୧୯୬ ଟଙ୍କାରେ ବନ୍ଦ ହୋଇଛି । ଏଥି ସହିତ ରୂପା କିଲୋଗ୍ରାମ ପିଛା ୬୯,୯୧୬ ଟଙ୍କା ରହିଛି । ଯଦିଓ ଆନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦାମ୍ ଅପରବର୍ତ୍ତିତ ରହିଛି ।
ରୂପାର ନୂଆ ଦାମ୍ (Silver Price, 6 January 2021) - ରୂପା ବିଷୟରେ କହିବାକୁ ଗଲେ ବୁଧବାର ଏହା ସାମାନ୍ୟ ବୃଦ୍ଧି ଘଟିଛି । ଆଜି ଦିଲ୍ଲୀ ବୁଲିଅନ୍ ମାର୍କେଟରେ ରୂପା ଦାମ୍ କିଲୋଗ୍ରାମ ପିଛା ମାତ୍ର ୧୫୬ ଟଙ୍କା ବୃଦ୍ଧି ପାଇଛି । ବର୍ତ୍ତମାନ ଏହାର ଦାମ୍ କିଲୋଗ୍ରାମ ପିଛା ୭୦,୦୮୨ ଟଙ୍କାରେ ପହଞ୍ଚିଛି । ଆଜି ଆନ୍ତର୍ଜାତୀୟ ବଜାରରେ ରୂପା ଦାମ୍ ପ୍ରତି ଔନ୍ସ ପିଛା ୨୭.୫୪ ଡଲାରରେ ବନ୍ଦ ହୋଇଛି । ଗତକାଲି ଅନ୍ତର୍ଜାତୀୟ ବଜାରରେ ରୂପା ଦାମ୍ ଅପରବର୍ତ୍ତିତ ରହିଛି ।
ସୁନା ଦାମ୍ କାହିଁକି ହ୍ରାସ ହେଉଛି- HDFC ସିକ୍ୟୁରିଟିଜ୍ (HDFC Securities) ସିନିୟର ଆନାଲିଷ୍ଟ (କମୋଡିଟିସ୍) ତପନ ପଟେଲ କହିଛନ୍ତି ଯେ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦାମ୍ ସ୍ଥିର ରହିବା ପରେ ମଧ୍ୟ ଭାରତୀୟ ବଜାରରେ ସୁନା ଦାମ୍ ହ୍ରାସ ପାଇଛି । ଏଥିସହିତ ଡଲାର ତୁଳନାରେ ଟଙ୍କା ଶକ୍ତି ମଧ୍ୟ ବୃଦ୍ଧି ହୋଇଛି । ଡଲାର ତୁଳନାରେ ଟଙ୍କା ୩ ପଇସା ବୃଦ୍ଧି ହୋଇ ୭୩.୧୪ ରେ ପହଞ୍ଚିଛି । ଏହି କାରଣରୁ ସୁନା ଦର ହ୍ରାସ ପାଇଛି ।