Gold Price Today- ଏହି ମାସରେ ୫୫୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି ସୁନା; ଜାଣନ୍ତୁ ନୂଆ ଦର

Gold Price Today- ସେପ୍ଟେମ୍ବରରେ ସୁନା ଦର ଦଶ ଗ୍ରାମ ପ୍ରତି ରେକର୍ଡ ସ୍ତର ୫୬,୨୦୦ ଟଙ୍କାରୁ ହ୍ରାସ ପାଇ ୫୧ ହଜାର ଟଙ୍କାରେ ପହଞ୍ଚିଛି । ଏହି ଅବଧିରେ ଦଶ ଗ୍ରାମ ପିଛା ସୁନା ଦର ୫୫୦୦ ଟଙ୍କା ହ୍ରାସ ପାଇଛି ।

Gold Price Today- ଏହି ମାସରେ ୫୫୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି ସୁନା; ଜାଣନ୍ତୁ ନୂଆ ଦର
ସୁନା ଓ ରୂପା ଦରରେ ବୃଦ୍ଧି ଘଟିଛି
  • News18 Odia
  • Last Updated: September 29, 2020, 6:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ଡଲାରର ଚାହିଦା ବୃଦ୍ଧି ହେତୁ ସାରା ବିଶ୍ୱରେ ସୁନା ଦର କ୍ରମାଗତ ଭାବେ ହ୍ରାସ ପାଉଛି । ତେବେ ମଙ୍ଗଳବାର ଦିନ ବୈଦେଶିକ ବଜାରରେ ହୋଇଥିବା କାରବାର ପରେ ସୁନା ଦର (Gold Price Today) ବୃଦ୍ଧି ପାଇଛି । ଏହାର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦିଲ୍ଲୀ ସାରାଫା ବଜାରରେ ୧୦ ଗ୍ରାମ ସୁନା ମୂଲ୍ୟ ୬୬୩ ଟଙ୍କା ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ରୂପା ମୂଲ୍ୟ ୧,୩୨୧ ଟଙ୍କା ବୃଦ୍ଧି ପାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ ବୈଦେଶିକ ବଜାର ସହିତ ଘରୋଇ ଫ୍ୟୁଚର ବଜାରରେ ମଙ୍ଗଳବାର ଦିନ ସୁନା ଦରରେ ବୃଦ୍ଧି ଘଟିଛି । ନିବେଶକ ମାନଙ୍କ ନଜର ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ହବାକୁ ଥିବା ବିତର୍କ ଉପରେ ରହିଛି । ଏହା ବ୍ୟତୀତ ଆମେରିକାରେ ରିଲିଫ୍ ପ୍ୟାକେଜ୍ ସହ ଜଡିତ ନୂତନ ବିଲ୍ ଉପରେ ମଧ୍ୟ ନଜର ରହିଛି ।

ସୁନାର ନୂତନ ଦର (Gold Price on 29th September 2020) - HDFC ସିକ୍ୟୁରିଟିଜ ଅନୁଯାୟୀ ଦିଲ୍ଲୀର ୯୯.୯ ପ୍ରତିଶତ ଶୁଦ୍ଧତା ମଧ୍ୟରେ ସୁନା ଦର ୬୬୩ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମରେ ୫୧,୩୬୭ ଟଙ୍କା ହୋଇଛି । ଏହାର ଶେଷ ଅଧିବେଶନରେ ଅର୍ଥାତ୍ ସୋମବାର ସୁନା କାରବାରର ଶେଷରେ ୧୦ ଗ୍ରାମ ପିଛା ୫୧,୩୬୭ ଟଙ୍କାରେ ବନ୍ଦ ହୋଇଥିଲା ।

ରୂପାର ନୂତନ ଦର (Silver Price on 29th September 2020) - ସୁନା ପରି ରୂପା ଦର ମଧ୍ୟ ବୃଦ୍ଧି ପାଇଛି । ମଙ୍ଗଳବାର ଦିନ ଏକ କିଲୋଗ୍ରାମ ରୂପା ଦର ୧,୩୨୧ ଟଙ୍କା ବୃଦ୍ଧି ପାଇ ୬୧,୯୧୯ ଟଙ୍କା ହୋଇଛି । ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ସୋମବାର ଦିନ କିଲୋଗ୍ରାମ ୬୦,୫୯୮ ଟଙ୍କାରେ ରୂପା ବନ୍ଦ ହୋଇ ଥିଲା ।

ଏହା ବି ପଢ଼ନ୍ତୁ କରୋନାରୁ ସୁସ୍ଥ ହେବା ପରେ କେମିତି ଅନୁଭବ ହୁଏଅନେକ ଦିନ ଯାଏଁ ଅନବରତ ଥକାପଣ

ଏହା ବି ପଢ଼ନ୍ତୁ | ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଂସଦରେ ପାରିତ ହୋଇଥିବା ତିନୋଟି କୃଷି ବିଲ୍କୁ ଅନୁମୋଦନ କଲେ

କାହିଁକି ସୁନା ଓ ରୂପା ଦର ବୃଦ୍ଧି ହେଉଛି (Why Gold and Silver Price down in India) - HDFC ସିକ୍ୟୁରିଟିରଜର ସିନିୟର ଆନାଲିଷ୍ଟ (କମୋଡିଟି) ତପନ ପଟେଲ କହିଛନ୍ତି ଯେ ଦିଲ୍ଲୀର ସରୋଫ ହାଜିର ବଜାରରେ ୨୪ କ୍ୟାରେଟ ସୁନା ଦର ୬୬୩ ଟଙ୍କା ବୃଦ୍ଧି ପାଇଛି । ଏହା ଆନ୍ତର୍ଜାତୀୟ ବଜାରରେ ଧାରାକୁ ପ୍ରତିଫଳିତ କରେ । ସେ କହିଛନ୍ତି ଯେ ଟଙ୍କାର ଦର ଦୁର୍ବଳ ହେବା ପ୍ରଭାବରେ ସୁନା ଦର ଉପରେ ଦେଖାଯାଇଛି ।



ଘରୋଇ ଫ୍ୟୁଚର ବଜାରରେ ସୁନାରେ ପ୍ରାରମ୍ଭିକ କାରବାରରେ ସାମାନ୍ୟ ବୃଦ୍ଧି ଘଟିଥିଲା ​​। MCX ଉପରେ ସୁନା ଫ୍ୟୁଚର ୬୭ ଟଙ୍କା ବା ୦.୧୩ ପ୍ରତିଶତ ବୃଦ୍ଧି ହୋଇ ୧୦ ଗ୍ରାମ ପ୍ରତି ୫୦,୨୦୦ ଟଙ୍କା ହୋଇଛି । ଅକ୍ଟୋବର ଫ୍ୟୁଚର ସୋମବାର ଦିନ ୧୦ ଗ୍ରାମ ପ୍ରତି ୫୦,୧୩୩ ଟଙ୍କାରେ ବନ୍ଦ ହୋଇଛି । ମଙ୍ଗଳବାର ଦିନ ରୂପାର ଦର ମଧ୍ୟ ତୀବ୍ର ବୃଦ୍ଧି ପାଇଛି । MCX ଉପରେ ପ୍ରାରମ୍ଭିକ କାରବାରରେ ଏହା ୨୮୯ ଟଙ୍କା ଅର୍ଥାତ୍ ୦.୪୮ ପ୍ରତିଶତ ବୃଦ୍ଧି ପାଇ ୬୦,୬୮୫ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି ।
Published by: Jagdish Barik
First published: September 29, 2020, 6:02 PM IST
corona virus btn
corona virus btn
Loading