ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Gold Price Today: ସୁନା-ରୂପା ଦାମ୍ ପୁଣି ହ୍ରାସ ହେଲା; ଜାଣନ୍ତୁ ଆଜିର ନୂଆ ଦାମ୍

Gold Price Today: ସୁନା-ରୂପା ଦାମ୍ ପୁଣି ହ୍ରାସ ହେଲା; ଜାଣନ୍ତୁ ଆଜିର ନୂଆ ଦାମ୍

Gold Silver Price, 31 March 2021: କ୍ରମାଗତ ପଞ୍ଚମ ଦିନ ପାଇଁ ସୁନା ଦାମ୍ ହ୍ରାସ ପାଇଥିବାବେଳେ ରୂପା ଦାମ୍ ମଧ୍ୟ ଆଜି ଶସ୍ତା ହୋଇଥିବା ଦେଖିବାକୁ ମିଳିଛି ।ବର୍ତ୍ତମାନ ସୁନା ଦାମ୍ ଏକ ବର୍ଷର ତଳ ସ୍ତରକୁ ଖସି ଆସିଛି ।

Gold Price Today: ସୁନା-ରୂପା ଦାମ୍ ପୁଣି ହ୍ରାସ ହେଲା; ଜାଣନ୍ତୁ ଆଜିର ନୂଆ ଦାମ୍
ସୁନା-ରୂପା ଦାମ୍ ପୁଣି ହ୍ରାସ ହେଲା
  • News18 Odia
  • Last Updated: March 31, 2021, 12:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ବିବାହ ସିଜିନରେ ସୁନା କ୍ରମାଗତ ଶସ୍ତା ହୋଇଯାଉଛି । ଆଜି ଲଗାତାର ପଞ୍ଚମ ଦିନ ପାଇଁ ସୁନା ଦର ହ୍ରାସ ପାଇଥିବାବେଳେ ରୂପା ଦର ମଧ୍ୟ ଶସ୍ତା ହୋଇଛି । ଯାହା ଫଳରେ ସୁନା ଦର ଏକ ବର୍ଷ ତଳ ସ୍ତରକୁ ଖସି ଆସିଛି । ଆଜି MCX ଉପରେ ସୁନା ଦାମ୍ ୦.୩% ହ୍ରାସ ପାଇ ୧୦ ଗ୍ରାମ ପ୍ରତି ୪୪,୩୦୦ ଟଙ୍କାରେ ପହଞ୍ଚିଛି । ଗତ ସାତ ଦିନ ମଧ୍ୟରେ ସୁନ ପଞ୍ଚମ ଥର ପାଇଁ ହ୍ରାସ ପାଇଛି । ଯଦି ଆମେ ରୂପା ବିଷୟରେ କୁହାଯାଏ ତେବେ ରୂପା ୦.୮% ହ୍ରାସ ହୋଇ କିଲୋଗ୍ରାମ ପ୍ରତି ୬୨,୬୧୭ ଟଙ୍କା ହୋଇଛି ।

ସୁନାର ନୂଆ ଦାମ୍: ବୁଧବାର ଦିନ ଦିଲ୍ଲୀ ସରଫା ବଜାରରେ ସୁନା ଦାମ୍ ୧୦ ଗ୍ରାମ ପିଛା ୪୪,୩୦୦ ଟଙ୍କାରେ ପହଞ୍ଚିଛି । ଯାହାକି ବର୍ଷର ସର୍ବନିମ୍ନ ସ୍ତର । ଅନ୍ୟପକ୍ଷରେ ଆନ୍ତର୍ଜାତୀୟ ବଜାରରେ ସ୍ପଟ୍ ସୁନା ୦.୧% ହ୍ରାସ ହୋଇ ପ୍ରତି ଆଉନ୍ସ ୧,୬୮୩.୫୬ ଡଲାରରେ ପହଞ୍ଚିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେମୋ ବସ୍‌’ କଣ୍ଡକ୍ଟର୍ଯାତ୍ରୀଙ୍କୁ ଚଳନ୍ତା ବସ୍ରୁ ଠେଲିଦେଲା, ପାଦ ଉପରେ ଚଢ଼ିଗଲା ବସ୍

ରୂପାର ନୂଆ ଦାମ୍: ବୁଧବାର ଦିନ ରୂପା ଦାମ୍ ମଧ୍ୟ ହ୍ରାସ ପାଇଛି । ଦିଲ୍ଲୀ ବୁଲିଅନ୍ ମାର୍କେଟରେ ରୂପା ୦.୮% ହ୍ରାସ ପାଇ ପ୍ରତି କିଲୋଗ୍ରାମ ୬୨,୬୧୭ ଟଙ୍କା ହୋଇଯାଇଛି । ଆଜି ଆନ୍ତର୍ଜାତୀୟ ବଜାରରେ ରୂପା ଦାମ୍ ପ୍ରତି ଆଉନ୍ସ ୨୪.୦୧ ଡଲାରରେ ସ୍ଥିର ରହିଛି ।

ଏହା ବି ପଢ଼ନ୍ତୁ | ମୟୂରଭଞ୍ଜ: ହେଲ୍ମେଟ୍ ପାଇଁ ଗର୍ଭବତୀଙ୍କୁ କିମି ଚଲାଇଥିବା ପୋଲିସ ଅଧିକାରୀ ସସ୍ପେଣ୍ଡ୍ ହେଲେ

ଗତକାଲିର ସୁନା-ରୂପା ଦାମ୍: ଗତ ପାଞ୍ଚ ଦିନ ଧରି ସୁନା ଦରରେ କ୍ରମାଗତ ହ୍ରାସ ଘଟିଛି । ଗତକାଲି ସୁନା ଦାମ୍ ୧୦ ଗ୍ରାମ ପିଛା ୪୪,୫୩୮ ଟଙ୍କା ଥିବାବେଳେ ରୂପା କିଲୋଗ୍ରାମ ପିଛା ୬୩,୯୮୫ ଟଙ୍କା ଥିଲା ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ  ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ; ଦୁଇ ଶିଶୁଙ୍କ ମୃତ୍ୟୁ ହେଲା

ସୁନା ଦରରେ ଆହୁରି ହ୍ରାସ ହେବ କି: ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ସୁନା ଦରରେ ଦୁର୍ବଳତା ଦୀର୍ଘ ସମୟ ପର୍ଯ୍ୟନ୍ତ ହୋଇନପାରେ । ଡଲାରର ଦୁର୍ବଳତା, ମୁଦ୍ରାସ୍ଫୀତି ଚାପ ବୃଦ୍ଧି ଓ ମୁଦ୍ରା ବିସ୍ତାର ସୁନା ଦର ଉପରେ ସିଧାସଳଖ ପ୍ରଭାବ ପକାଇଛି ।



ସୁନା କିଣିବାର ଭଲ ସୁଯୋଗ: ଘରୋଇ ବଜାରରେ ସୁନା ପାଇଁ ପ୍ରବଳ ଚାହିଦା ଅଛି । ବିବାହ ସିଜିନ୍ରୁ ଚାଲିଛି ଓ ଦର ଯଥେଷ୍ଟ ହ୍ରାସ ପାଇଛି । ଏପରି ପରିସ୍ଥିତିରେ ଚାହିଦା ଚାପ ଆହୁରି ବୃଦ୍ଧି ପାଇବ । ଏହି ଅର୍ଥରେ ଦର ହ୍ରାସ ହେଉଛି ସ୍ୱଳ୍ପ ମିଆଦି ବିଷୟ । ସୁନା ଶୀଘ୍ର ବାଉନ୍ସ ହେବ । ତେଣୁ ସୁନା ଅଳଙ୍କାର କିଣିବା ପାଇଁ ବର୍ତ୍ତମାନ ସବୁଠାରୁ ସୁବର୍ଣ୍ଣ ସୁଯୋଗ ।
Published by: Jagdish Barik
First published: March 31, 2021, 12:03 PM IST