Gold Price: କରୋନାର ଦ୍ୱିତୀୟ ଲହର ମଧ୍ୟରେ ସୁନା-ରୂପା ଦାମ୍ ହ୍ରାସ ହେଲା; ଫଟାଫଟ ଦେଖନ୍ତୁ ନୂଆ ଦାମ୍

Gold Silver Price, 26 April 2021: ସୋମବାର ସୁନା ଦାମ୍ ହ୍ରାସ ପାଇଛି । ଏଥି ସହିତ ରୂପା ଦାମ୍ (Silver Prices Today) ମଧ୍ୟ କିଲୋଗ୍ରାମ ପିଛା ୯୮୪ ଟଙ୍କା ହ୍ରାସ ପାଇଛି ।

Gold Price: କରୋନାର ଦ୍ୱିତୀୟ ଲହର ମଧ୍ୟରେ ସୁନା-ରୂପା ଦାମ୍ ହ୍ରାସ ହେଲା; ଫଟାଫଟ ଦେଖନ୍ତୁ ନୂଆ ଦାମ୍
କରୋନାର ଦ୍ୱିତୀୟ ଲହର ମଧ୍ୟରେ ସୁନା-ରୂପା ଦାମ୍ ହ୍ରାସ ହେଲା
  • News18 Odia
  • Last Updated: April 26, 2021, 4:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହରରେ ଭାରତୀୟ ବଜାରରେ ସୁନା ଦର (Gold Price Today) ହ୍ରାସ ପାଉଛି । ୨୬ ଏପ୍ରିଲ ୨୦୨୧ ରେ ଦିଲ୍ଲୀ ସରଫା ବଜାରରେ ପ୍ରତି ୧୦ ଗ୍ରାମ ପିଛା ସୁନା ଦାମ୍ ୪୭,୦୦୦ ଟଙ୍କା ତଳେ ପହଞ୍ଚିଛି । ଆଜି ରୂପା ଦରରେ (Silver Price Today) ମଧ୍ୟ ହ୍ରାସ ଘଟିଛି । ଗତ ବାଣିଜ୍ୟ ସେସନରେ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ପ୍ରତି ୧୦ ଗ୍ରାମ ସୁନା ଦାମ୍ ୪୭,୦୫୭ ଟଙ୍କାରେ ବନ୍ଦ ହୋଇଥିଲା । ଏଥି ସହିତ ରୂପା ପ୍ରତି କିଲୋଗ୍ରାମ ୬୮,୯୭୧ ଟଙ୍କାରେ ବନ୍ଦ ହୋଇଥିଲା । ଆଜି ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ପାଇଥିବାବେଳେ ରୂପା ଦରରେ ବିଶେଷ ପରିବର୍ତ୍ତନ ହୋଇନାହିଁ ।

ସୁନାର ନୂଆ ଦାମ୍ (Gold Price, 26 April 2021): ସୋମବାର ଦିନ ଦିଲ୍ଲୀ ସରଫା ବଜାରରେ ସୁନା ଦାମ୍ ୧୦ ଗ୍ରାମ ପିଛା ୮୧ ଟଙ୍କା ହ୍ରାସ ପାଇଛି । ୯୯ .୯ ଗ୍ରାମ ଶୁଦ୍ଧ ସୁନାର ନୂତନ ଦାମ୍ ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ପିଛା ୪୬,୯୭୬ ଟଙ୍କା ଛୁଇଁଛି । ଏହାପୂର୍ବରୁ ବାଣିଜ୍ୟ ସେସନରେ ପ୍ରତି ୧୦ ଗ୍ରାମ ପିଛା ସୁନା ଦାମ୍ ୪୭,୦୫୭ ଟଙ୍କା ବନ୍ଦ ହୋଇଥିଲା । ଏଥି ସହିତ ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ଆଜି ଏକ ଆଉନ୍ସ ୧,୭୭୯ ଡଲାରକୁ ବୃଦ୍ଧି ପାଇଛି ।

ରୂପାର ନୂଆ ଦାମ୍ (Silver Price, 26 April 2021): ଆଜି ରୂପା ଦରରେ ମଧ୍ୟ ହ୍ରାସ ଘଟିଛି । ସୋମବାର ଦିନ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ରୂପା ଦର ୯୮୪ ଟଙ୍କା ହ୍ରାସ ହୋଇ କିଲୋଗ୍ରାମ ପିଛା ୬୮,୯୭୧ ଟଙ୍କାରେ ପହଞ୍ଚିଛି । ଏହାପୂର୍ବରୁ ବାଣିଜ୍ୟ ସେସନରେ ରୂପା କିଲୋଗ୍ରାମ ପିଛା ୬୮,୯୭୧ ଟଙ୍କାରେ ବନ୍ଦ ହୋଇଥିଲା । ଆଜି ଆନ୍ତର୍ଜାତୀୟ ବଜାରରେ ରୂପା ଦରରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ ଓ ଏହା ପ୍ରତି ଆଉନ୍ସ ୨୬.୦୨ ଡଲାରରେ ରହିଛି ।

କାହିଁକି ସୁନା ଦର ହ୍ରାସ ପାଉଛି
ସିନିୟର ଆନାଲିଷ୍ଟ (କମୋଡିଟି) HDFC ସିକ୍ୟୁରିଟିଜ୍ ତପନ ପଟେଲଙ୍କ ଅନୁଯାୟୀ ଡଲାର ଦୁର୍ବଳ ହେବା ଓ କରୋନା ମହାମାରୀର ଚିନ୍ତା ବଢ଼ିବା କାରଣରୁ ନ୍ୟୁୟର୍କ କମୋଡିଟି ଏକ୍ସଚେଞ୍ଜରେ ସୁନା ଦାମ୍ ବୃଦ୍ଧି ପାଇଛି । ଏଥି ସହିତ ଡଲାର ତୁଳନାରେ ଟଙ୍କା ସୁଦୃଢ ହୋଇଥିବାରୁ ସୁନା ଦର ଭାରତୀୟ ବଜାରରେ ହ୍ରାସ ଘଟିଛି । ଆଜି ପ୍ରାରମ୍ଭିକ ବାଣିଜ୍ୟ ସମୟରେ ଟଙ୍କା ତୁଳନାରେ ଡ଼ଲାର ୨୪ ପଇସା ବୃଦ୍ଧି ପାଇ ୭୪.୭୭ ଟଙ୍କାରେ ପହଞ୍ଚିଛି । ତେବେ ଆଜି ସୁନା ଦରରେ କୌଣସି ବଡ଼ ପାର୍ଥକ୍ୟ ହୋଇନାହିଁ । ଏଥି ସହିତ କରୋନା ଭୂତାଣୁର ନୂତନ ମାମଲା ବୃଦ୍ଧି ଯୋଗୁଁ ଲୋକମାନେ ନିରାପଦ ନିବେଶ ବିକଳ୍ପକୁ ଯାଇପାରନ୍ତି । ଏହା ସୁନା ଦରକୁ ସମର୍ଥନ କରିବ ।
Published by: Jagdish Barik
First published: April 26, 2021, 4:46 PM IST