Gold Price In India: ୧୪୦ ଟଙ୍କା ହ୍ରାସ ପାଇଲା ୨୪ ଓ ୨୨ କ୍ୟାରେଟ ସୁନାର ଦାମ; ଜାଣନ୍ତୁ କେତେ ରହିଛି ସୁନାର ମୂଲ୍ୟ

Today Gold price ଆଜି ଭାରତରେ ୨୪ କ୍ୟାରେଟ ଏବଂ ୨୨ କ୍ୟାରେଟରେ ସୁନା ମୂଲ୍ୟ ୧୪୦ ଟଙ୍କା ହ୍ରାସ ପାଇଛି। ଡିସେମ୍ବର ୧୦ ସୁଦ୍ଧା ୨୪ କ୍ୟାରେଟ ସୁନା (୧୦ ଗ୍ରାମ) ସୁନା ମୂଲ୍ୟ ୪୭,୯୭୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନା (୧୦ ଗ୍ରାମ) ୪୩,୯୪୦ଟଙ୍କା ରହିଛି ।

ଆଜି ସୁନା ରୂପା ଦର କେତେ ରହିଛି ଜାଣନ୍ତୁ (ପ୍ରତୀକାତ୍ମକ ଛବି)

ଆଜି ସୁନା ରୂପା ଦର କେତେ ରହିଛି ଜାଣନ୍ତୁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଆଜି ଭାରତରେ ୨୪ କ୍ୟାରେଟ ଏବଂ ୨୨ କ୍ୟାରେଟରେ ସୁନା ମୂଲ୍ୟ ୧୪୦ ଟଙ୍କା ହ୍ରାସ ପାଇଛି। ଡିସେମ୍ବର ୧୦ ସୁଦ୍ଧା ୨୪ କ୍ୟାରେଟ ସୁନା (୧୦ ଗ୍ରାମ) ସୁନା ମୂଲ୍ୟ ୪୭,୯୭୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନା (୧୦ ଗ୍ରାମ) ୪୩,୯୪୦ଟଙ୍କା ରହିଛି ।

ଡିସେମ୍ବର ୯ରେ ସୁନା ଦର ୪୮,୧୧୦  ଟଙ୍କା (୨୪ କ୍ୟାରେଟ୍ / ୧୦ ଗ୍ରାମ) ହୋଇଥିବାବେଳେ ୨୨ କ୍ୟାରେଟ୍ ସୁନା / ୧୦ ଗ୍ରାମ ମୂଲ୍ୟ ୪୪,୦୭୦ ଟଙ୍କା ଥିଲା।

ଆଜି ବିଭିନ୍ନ ମେଟ୍ରୋ ସହରରେ ସୁନା ମୂଲ୍ୟରେ ଏକ ଅସ୍ଥିରତା ଦେଖାଦେଇଛି। ଚେନ୍ନାଇରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ର ସୁନା ମୂଲ୍ୟ ୪୯,୪୨୫ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୫,୩୦୬ ଟଙ୍କା। ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪କ୍ୟାରେଟ୍ (୧୦ ଗ୍ରାମ) ର ସୁନା ହାର ୫୧,୩୯୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୭,୧୦୦ ଟଙ୍କା। କୋଲକାତାର ୨୪ କ୍ୟାରେଟ୍ (୧୦ ଗ୍ରାମ) ପାଇଁ ସୁନା ହାର ୪୯,୮୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୭,୧୦୦ ଟଙ୍କା। ଅନ୍ୟପକ୍ଷରେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ମୂଲ୍ୟ ୪୭, ୮୪୦ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ୪୬,୮୪୦ ଟଙ୍କା।

ଆଜି ଓଡିଶାର ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ପାଇଁ ସୁନା ମୂଲ୍ୟ ସ୍ଥିର ରହିଛି। ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ୪୯,୩୬୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ମୂଲ୍ୟ ୪୪,୯୫୦ ଟଙ୍କା।
Published by:Soumya Das
First published: