୩୩ ହଜାର ଟଙ୍କାରେ ୧ ଭରି ସୁନା! ଦାମ ଜାଣି ଚିନ୍ତା କରନ୍ତୁନି

Gold Price: ହୋଲି ଅବସରରେ ଆପଣଙ୍କ ପାଇଁ ଖୁସି ଖବର । ମାତ୍ର ୩୩ ହଜାର ଟଙ୍କାରେ ମିଳୁଛି ୧ ତୋଳା ସୁନା!

୩୩ ହଜାର ଟଙ୍କାରେ ୧ ଭରି ସୁନା!

୩୩ ହଜାର ଟଙ୍କାରେ ୧ ଭରି ସୁନା!

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Gold Price Today: ସୁନା ମୂଲ୍ୟ ଆଜି ହ୍ରାସ ପାଇବାରେ ଲାଗିଛି। ପୂର୍ବ ରେକର୍ଡରୁ ପ୍ରାୟ ୩୦୦୦ ଟଙ୍କା ହ୍ରାସ ପାଇଛି। ଏଭଳି ପରିସ୍ଥିତିରେ ଆପଣଙ୍କୁ ୧୦ ଗ୍ରାମ ସୁନା ୩୩ହଜାର ଟଙ୍କାରେ କିଣିବାର ସୁଯୋଗ ମଧ୍ୟ ଆସିଛି। ଆପଣ ଭାବିବେ ଯେ ସୁନାର ମୂଲ୍ୟ ପ୍ରାୟ ୫୫ ହଜାର, ତେବେ ୩୩ ହଜାର ଟଙ୍କାରେ ସୁନା କେଉଁଠାରେ ଉପଲବ୍ଧ?

ବାସ୍ତବରେ ୨୪, ୨୩, ୨୨, ୧୮ ଓ ୧୪ କ୍ୟାରେଟରେ ସୁନା ଉପଲବ୍ଧ। ବର୍ତ୍ତମାନ, ଆପଣ ଚାହିଁଲେ ୩୩ ହଜାର ଟଙ୍କା ଦେଇ ସୁନା କିଣିପାରିବେ। ୧୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୩୩ ହଜାର ଟଙ୍କା ରହିଛି।

ମଙ୍ଗଳବାର ଦିନ, ଏପ୍ରିଲ୍ ଗୋଲଡ଼ ଫାଉଚ୍ଚର ଦାମ ପିଛା ୫୫୦୧୨ ଟଙ୍କାକୁ ଖସି ଆସିଛି। ରୂପା ପ୍ରାୟ ୬୨,୪୦୦ ଟଙ୍କାରେ କାରବାର ହେଉଥିଲା। ସର୍ବକାଳୀନ ସୁନା ହାର ୧୦ ଗ୍ରାମ ପିଛା ୫୮,୮୪୭ ଟଙ୍କା ହୋଇଛି।

ନୂଆଦିଲ୍ଲୀରେ ୨୪କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପାଇଁ ୫୫,୩୯୦ ଟଙ୍କା, ୫୨,୭୫୦ ଟଙ୍କା ୨୨K, ୫୦,୩୫୦ ଟଙ୍କା ୨୧K, ୪୭,୯୫୦ ଟଙ୍କା ୨୦K, ୪୩,୧୬୦ଟଙ୍କା ପାଇଁ ୧୮K, ୩୮,୩୬୦ଟଙ୍କା ୧୬K ଓ ୧୪K ସୁନା ୩୩,୭୭୦ ଟଙ୍କା ରହିଛି।

ହୋଲିରେ ଖୁସି ଖବର! ଏଥର ମନ ଇଚ୍ଛା ଘରକୁ ନେଇପାରିବେ ସୁନା ଗହଣା

କ୍ୟାରେଟ ହେଉଛି ସୁନାର ଶୁଦ୍ଧତାର ଏକ ମାପ। କ୍ୟାରେଟ୍ ଯେତେ ଅଧିକ, ସୁନା ଶୁଦ୍ଧ ହେବ। ୨୪ କ୍ୟାରେଟ୍ ସୁନା ୯୯.୯ ପ୍ରତିଶତ ସୁନା ଥାଏ ଓ ଏହାକୁ ଶୁଦ୍ଧ ସୁନା ମଧ୍ୟ କୁହାଯାଏ। ଯେଉଁଥିରେ ତମ୍ବା, ଜିଙ୍କ ପରି ଅନ୍ୟ ଧାତୁଗୁଡିକ ୨୨ କ୍ୟାରେଟ୍ ସୁନାରେ ମିଶ୍ରିତ। ଏଥିରେ ୯୧% ସୁନା ଥାଏ। ୨୦ ଏବଂ ୧୮ କ୍ୟାରେଟ୍ ସୁନା ତୁଳନାରେ ୧୪ କ୍ୟାରେଟ୍ ସୁନା ୫୮.୩% ସୁନା ଏବଂ ୪୧.୭% ଅନ୍ୟ ଧାତୁରେ ଗଠିତ।
Published by:Soumya Das
First published: