Gold Price Today: ଦୁଇ ଦିନ ହ୍ରାସ ପରେ ପୁଣି ବୃଦ୍ଧି ପାଇଲା ସୁନା ଦାମ୍; ରୂପା ମଧ୍ୟ ହେଲା ମହଙ୍ଗା, ଜାଣନ୍ତୁ ନୂଆ ଦାମ୍

Gold Silver Price, 28 October 2020: ଘରୋଇ ବଜାରରେ କ୍ରମାଗତ ଦୁଇ ଦିନ ହ୍ରାସ ପରେ ଆଜି ସୁନା ଦାମ୍ ପୁଣି ବୃଦ୍ଧି ପାଇଲା ।

Gold Price Today: ଦୁଇ ଦିନ ହ୍ରାସ ପରେ ପୁଣି ବୃଦ୍ଧି ପାଇଲା ସୁନା ଦାମ୍; ରୂପା ମଧ୍ୟ ହେଲା ମହଙ୍ଗା, ଜାଣନ୍ତୁ ନୂଆ ଦାମ୍
ଦୁଇ ଦିନ ହ୍ରାସ ପରେ ପୁଣି ବୃଦ୍ଧି ପାଇଲା ସୁନା ଦାମ୍
  • News18 Odia
  • Last Updated: October 28, 2020, 5:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସୁନା ଦରରେ ଲଗାତାର ଦୁଇ ଦିନ ହ୍ରାସ ପରେ ଆଜି ବୃଦ୍ଧି ହୋଇଛି । ବୁଧବାର ଦିଲ୍ଲୀ ବୁଲିଅନ୍ ମାର୍କେଟରେ (ସରାଫା ବଜାରରେ) ଆଜି ସୁନା ଦାମ୍ ୧୮୮ ଟଙ୍କା ବୃଦ୍ଧି ରେକର୍ଡ କରାଯାଇଛି । ଏହି ସମୟ ମଧ୍ୟରେ ରୂପା ଦାମ୍ ମଧ୍ୟ ବୃଦ୍ଧି ପାଇଛି । ଗୋଟିଏ କିଲୋଗ୍ରାମ ରୂପା ଦାମ୍ ୩୪୨ ଟଙ୍କାକୁ ବୃଦ୍ଧି ପାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ ବିଦେଶୀ ଷ୍ଟକ୍ ମାର୍କେଟରେ ହ୍ରାସ ଓ ଡଲାରରେ ଦୁର୍ବଳତା ଆସିବା ଯୋଗୁଁ ସୁନା ଦାମ୍ ବୃଦ୍ଧି ପାଉଛି । ଏହାପୂର୍ବରୁ ସୋମବାର ଦିନ ସୁନା ଦାମ୍ ୫୯ ଟଙ୍କା ହ୍ରାସ ପାଇ ଦିଲ୍ଲୀ ବୁଲିଅନ୍ ମାର୍କେଟରେ (ସରାଫା ବଜାରରେ) ୧୦ ଗ୍ରାମ ପିଛା ୫୧,୦୩୪ ଟଙ୍କା ବନ୍ଦ ହୋଇଯାଇଥିଲା । ରୂପାର ଦାମ୍ ୭୫୩ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ୬୨,୦୦୮ ଟଙ୍କା ଥିଲା । ଏଥି ସହିତ ମଙ୍ଗଳବାର ଦିନ ସୁନା ଦାମ୍ ୧୩୭ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୫୧,୧୦୮ ଟଙ୍କା ବନ୍ଦ ହୋଇଯାଇଥିଲା । ରୂପାର ଦାମ୍ ୪୭୫ ଟଙ୍କା ବୃଦ୍ଧି ପାଇ ୬୨,୬୪୮ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି ।

ସୁନାର ନୂଆ ଦାମ୍ (Gold Price, 27 October 2020) - ବୁଧବାର ଦିନ ଦିଲ୍ଲୀ ବୁଲିଅନ୍ ବଜାରରେ ସୁନା ଦାମ୍ ୧୦ ଗ୍ରାମ ପିଛା ୧୮୮ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧତାର ନୂତନ ଦାମ୍ ବର୍ତ୍ତମାନ ୧୦ ଗ୍ରାମ ପିଛା ୫୧,୨୨୦ ଟଙ୍କା ରହିଛି । ଏହାର ପ୍ରଥମ ବାଣିଜ୍ୟ ଦିନରେ ସୁନା ଦାମ୍ ୫୧,୦୩୨ ଟଙ୍କାରେ ବନ୍ଦ ହୋଇଯାଇଥିଲା। ଏଥି ସହିତ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ଔନ୍ସ ପ୍ରତି ୧୯୦୬.୭୦ ଡଲାର ହୋଇଛି । ବୁଧବାର ଅନ୍ତର୍ଜାତୀୟ ବଜାରରେ ରୂପା ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ଓ ଏହା ୨୪.୪୫ ଡଲାରରେ ପ୍ରତି ଔନ୍ସ ରହିଛି ।

ରୂପାର ନୂଆ ଦାମ୍ (Silver Price, 27 October 2020) - ରୂପା ବିଷୟରେ କହିବାକୁ ଗଲେ ଆଜି ଏହାର ଦାମ୍‌ ବୃଦ୍ଧି ପାଇଛି । ବୁଧବାର ଦିନ ଦିଲ୍ଲୀ ବୁଲିଅନ୍ ବଜାରରେ କିଲୋଗ୍ରାମ ପିଛା ୩୪୨ ଟଙ୍କା ମାହଙ୍ଗା ହୋଇଛି । ଏହାର ଦାମ୍ ବଢି କିଲୋଗ୍ରାମ ପିଛା ୬୨,୭୧୨ ଟଙ୍କା ହୋଇଛି । ଡଲାର ତୁଳନାରେ ଟଙ୍କା ୧୬ ପଇସା ହ୍ରାସ ଘଟି ୭୩.୮୭ ରେ ବନ୍ଦ ହୋଇଛି । ବୁଧବାର ଦିନ ଘରୋଇ ଇକ୍ୱିଟି ବଜାରରେ ଡଲାର ବହୁଳ ଭାବରେ ବିକ୍ରି ହୋଇଛି ।

ଆଜି କାହିଁକି ବଢ଼ିଲା ସୁନା ଓ ରୂପାର ଦାମ୍ - HDFC ସିକ୍ୟୁରିଟିଜର ସିନିୟର ଆନାଲିଷ୍ଟ (କମୋଡିଟିଜ) ତପନ ପଟେଲ କହିଛନ୍ତି ଯେ ଡଲାର ତୁଳନାରେ ଟଙ୍କା ଶକ୍ତି ହ୍ରାସ ସୁନା ଓ ରୂପା ଦାମରେ ପ୍ରତିଫଳିତ ହୋଇଛି ।
Published by: Jagdish Barik
First published: October 28, 2020, 5:45 PM IST
corona virus btn
corona virus btn
Loading