Russia-Ukraine Conflict Impact: ସୁନା-ରୂପା ଦରରେ ବଡ଼ ପରିବର୍ତ୍ତନ; ୫୧ ହଜାର ପହଞ୍ଚିଲା ସୁନା ଦର

ଋଷ-ୟୁକ୍ରେନ ସଙ୍କଟ ମଧ୍ୟରେ ଭାରତୀୟ ବଜାରରେ ସୁନା ଓ ରୂପା ମୂଲ୍ୟରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିଛି। ଆଜି ସୁନା ମୂଲ୍ୟରେ ୧,୬୫୬ ଟଙ୍କା ବୃଦ୍ଧି ରେକର୍ଡ କରାଯାଇଛି।

ବଢ଼ିଲା ସୁନା ଦର (ପ୍ରତୀକାତ୍ମକ ଛବି)

ବଢ଼ିଲା ସୁନା ଦର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଋଷ-ୟୁକ୍ରେନ ସଙ୍କଟ ମଧ୍ୟରେ ଭାରତୀୟ ବଜାରରେ ସୁନା ଓ ରୂପା ମୂଲ୍ୟରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିଛି।  ଆଜି ସୁନା ମୂଲ୍ୟରେ ୧,୬୫୬ ଟଙ୍କା ବୃଦ୍ଧି ରେକର୍ଡ କରାଯାଇଛି। ଏଥି ସହିତ ରୂପା ମୂଲ୍ୟରେ ୨,୩୫୦ଟଙ୍କା ବଢ଼ି ଥିବାର ରେକର୍ଡ କରାଯାଇଥିଲା।

 MCX ଉପରେ ସୁନା ଏକ ବର୍ଷ ଉଚ୍ଚରେ ପହଞ୍ଚିଛି

ଏଥି ସହିତ, ଋଷ-ୟୁକ୍ରେନ ଯୁଦ୍ଧ ହେତୁ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ) ରେ ସୁନା ମୂଲ୍ୟ ଗୁରୁବାର ଦିନ ସର୍ବୋଚ୍ଚ ସ୍ତରକୁ ବୃଦ୍ଧି ପାଇଛି। ଖବର ଲେଖିବା ପର୍ଯ୍ୟନ୍ତ, MCX ରେ ସୁନା ମୂଲ୍ୟ ୨୧୭୮ ଟଙ୍କା ବୃଦ୍ଧି ପାଇଛି। ଏଥିସହିତ ରୂପା ମୂଲ୍ୟରେ ୨୮୮୪ ଟଙ୍କା ବଢିଥିବାର ଦେଖିବାକୁ ମିଳିଥିଲା।

ଜାଣନ୍ତୁ ଆଜି ସୁନାର ମୂଲ୍ୟ କ’ଣ?

ଦିଲ୍ଲୀର ବଜାରରେ ସୁନା ମୂଲ୍ୟ ଗୁରୁବାର ଦିନ ୧୦ ଗ୍ରାମ ପ୍ରତି ୧,୬୫୬ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମରେ ୫୧,୬୨୭ ଟଙ୍କା ହୋଇଛି। ଗତ ବାଣିଜ୍ୟ ଅଧିବେଶନରେ ଦିଲ୍ଲୀ ବଜାରରେ ୧୦ ଗ୍ରାମ ପ୍ରତି ସୁନା ୪୯,୯୧୭ ଟଙ୍କା ବନ୍ଦ ହୋଇଯାଇଥିଲା।

ରୂପା ଆଜି କେତେ ପହଞ୍ଚିଲା?

ଦିଲ୍ଲୀର ବଜାରରେ ରୂପା ମୂଲ୍ୟ ୨,୩୫୦ ଟଙ୍କା ବୃଦ୍ଧି ପରେ କିଲୋଗ୍ରାମ ପିଛା ୬୬,୨୬୭ ଟଙ୍କାରେ ବନ୍ଦ ହୋଇଗଲା। ଗତ ବାଣିଜ୍ୟ ଅଧିବେଶନରେ ଦିଲ୍ଲୀ ବଜାରରେ କିଲୋଗ୍ରାମ ପିଛା ୬୩,୯୧୭ ଟଙ୍କା ରହିଥିଲା।

ସୁନାର ନୂଆ ମୂଲ୍ୟ କିପରି ପାଇବେ?

ଆପଣ ଘରେ ବସି ଏହି ହାରଗୁଡ଼ିକୁ ସହଜରେ ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ଏହି ନମ୍ବରରେ 8955664433 ରେ ଏକ ମିସ୍ କଲ୍ ଦେବାକୁ ପଡିବ ଏବଂ ଆପଣଙ୍କ ଫୋନରେ ଏକ ମେସେଜ୍ ଆସିବ, ଯେଉଁଥିରେ ଆପଣ ସର୍ବଶେଷ ହାର ଯାଞ୍ଚ କରିପାରିବେ।
Published by:Soumya Das
First published: