Gold Price Today: ଆଜି ଶସ୍ତା ହେଲା ସୁନା, ବଢ଼ିଲା ରୂପା ଦର; ଜାଣନ୍ତୁ କେତେ ହେଲା ମୂଲ୍ୟ

Gold Price Today: ଲଗାତାର ଦୁଇ ଦିନ ବୃଦ୍ଧି ପରେ ଆଜି ସୁନା ଦର ହ୍ରାସ ପାଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ଡିସେମ୍ବରରେ ବିତରଣ ପାଇଁ ସୁନା ମୂଲ୍ୟ ଆଜି ୦.୦୨ ପ୍ରତିଶତ ହ୍ରାସ ପାଇଛି । ଏଥି ସହିତ ରୂପା ମୂଲ୍ୟ ୦.୧୪ ପ୍ରତିଶତ ବୃଦ୍ଧି ସହିତ କାରବାର କରୁଛି ।

ଆଜି ଶସ୍ତା ହେଲା ସୁନା

ଆଜି ଶସ୍ତା ହେଲା ସୁନା

  • Share this:
News18 Odia Digital

ନୂଆ ଦିଲ୍ଲୀ: ଲଗାତାର ଦୁଇ ଦିନ ବୃଦ୍ଧି ପରେ ଆଜି ସୁନା ଦର ହ୍ରାସ ପାଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ଡିସେମ୍ବରରେ ବିତରଣ ପାଇଁ ସୁନା ମୂଲ୍ୟ ଆଜି ୦.୦୨ ପ୍ରତିଶତ ହ୍ରାସ ପାଇଛି । ଏଥି ସହିତ ରୂପା ମୂଲ୍ୟ ୦.୧୪ ପ୍ରତିଶତ ବୃଦ୍ଧି ସହିତ କାରବାର କରୁଛି ।

ସୁନା ଓ ରୂପା ମୂଲ୍ୟ କ’ଣ ଜାଣ (Gold Silver Price)

ଅକ୍ଟୋବର ବିତରଣ ପାଇଁ ସୁନାର ମୂଲ୍ୟ ୦.୦୨ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୪୭,୭୯୫ ଟଙ୍କା ହୋଇଛି। ଅନ୍ୟପକ୍ଷରେ, ଆଜିର ବାଣିଜ୍ୟରେ ରୂପା ୦.୧୪ ପ୍ରତିଶତ ହ୍ରାସ ପାଇଛି । ଆଜି ୧ କିଲୋଗ୍ରାମ ରୂପା ମୂଲ୍ୟ ୬୨,୩୭୬ ଟଙ୍କା ।

ରେକର୍ଡ ଉଚ୍ଚ ୮,୪୦୦ ଟଙ୍କା ଶସ୍ତା ହୋଇଗଲା

୨୦୨୦ ବର୍ଷ ବିଷୟରେ କହିବାକୁ ଗଲେ, ଗତ ବର୍ଷ ସମାନ ଅବଧିରେ, MCX ଉପରେ ୧୦ ଗ୍ରାମ ସୁନା ମୂଲ୍ୟ ସର୍ବାଧିକ ୫୬,୨୦୦ ଟଙ୍କା ସ୍ତରରେ ପହଞ୍ଚିଥିଲା । ଆଜି ଅଗଷ୍ଟ ଫ୍ୟୁଚର MCXରେ ୧୦ ଗ୍ରାମ ପ୍ରତି ସୁନା ୪୭,୭୯୫ ଟଙ୍କା ସ୍ତରରେ ଅଛି, ଅର୍ଥାତ୍ ଏହା ପ୍ରାୟ ୮,୪୦୦ ଟଙ୍କା ଶସ୍ତା ହୋଇଯାଉଛି।

ଏକ ମିସ୍ କଲ ଦେଇ ସୁନା ହାର ଜାଣନ୍ତୁ

ଆପଣ ଘରେ ବସି ଏହି ହାରଗୁଡ଼ିକୁ ସହଜରେ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ଏହି ନମ୍ବରରେ ୮୯୫୫୬୬୪୪୩୩ରେ ଏକ ମିସ୍ କଲ୍ ଦେବାକୁ ପଡ଼ିବ ଓ ଆପଣଙ୍କ ଫୋନରେ ଏକ ମେସେଜ୍ ଆସିବ, ଯେଉଁଥିରେ ଆପଣ ସର୍ବଶେଷ ହାର ଯାଞ୍ଚ କରିପାରିବେ ।
Published by:Lipina Das
First published: