ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Gold Price: ସୁନା ଦାମ୍ ଏତିକି ହ୍ରାସ ପାଇଲା ... ଜାଣନ୍ତୁ କ’ଣ ରହିଛି ବର୍ତ୍ତମାନର ଦାମ୍?

Gold Price: ସୁନା ଦାମ୍ ଏତିକି ହ୍ରାସ ପାଇଲା ... ଜାଣନ୍ତୁ କ’ଣ ରହିଛି ବର୍ତ୍ତମାନର ଦାମ୍?

Gold Price Today: ବିବାହ ସିଜିନ୍ ଆସିବା ପରେ ସୁନା ଦାମ୍ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିବ । ଏପରି ପରିସ୍ଥିତିରେ ଯଦି ଆପଣ ବିବାହ ପାଇଁ ସୁନା କିଣିବାକୁ ଯୋଜନା କରୁଛନ୍ତି ତେବେ ଏହା ଏକ ବଡ଼ ସୁଯୋଗ । କାରଣ ସୁନା ଦାମ୍ ଦୁଇ ଦିନ ବୃଦ୍ଧି ପରେ ଆଜି ହ୍ରାସ ରେକର୍ଡ କରାଯାଇଛି ।

Gold Price: ସୁନା ଦାମ୍ ଏତିକି ହ୍ରାସ ପାଇଲା ... ଜାଣନ୍ତୁ କ’ଣ ରହିଛି ବର୍ତ୍ତମାନର ଦାମ୍?
ସୁନା ଦାମ୍ ଦୁଇ ଦିନ ବୃଦ୍ଧି ପରେ ଆଜି ହ୍ରାସ ରେକର୍ଡ କରାଯାଇଛି
  • News18 Odia
  • Last Updated: April 11, 2021, 8:56 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ବିବାହ ସିଜିନ୍ ଆସିବା ପରେ ସୁନା ଦାମ୍ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିବ । ଏପରି ପରିସ୍ଥିତିରେ ଯଦି ଆପଣ ବିବାହ ପାଇଁ ସୁନା କିଣିବାକୁ ଯୋଜନା କରୁଛନ୍ତି ତେବେ ଏହା ଏକ ବଡ଼ ସୁଯୋଗ । କାରଣ ସୁନା ଦାମ୍ ଦୁଇ ଦିନ ବୃଦ୍ଧି ପରେ ଆଜି ହ୍ରାସ ରେକର୍ଡ କରାଯାଇଛି । ଶୁକ୍ରବାର ଦିନ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦାମ୍ ପୁଣିଥରେ ହ୍ରାସ ପାଇଛି । ଏହା ବ୍ୟତୀତ ଆଜି ରୂପା ଦାମ୍ ମଧ୍ୟ ଶସ୍ତା ହୋଇଛି ।

୧୦,୦୦୦ ଟଙ୍କା ହ୍ରାସ ପାଇଛି ଦାମ୍

MCX ଉପରେ ସୁନା ଦାମ୍ ପ୍ରତି ୧୦ ଗ୍ରାମ ୦.୧% ହ୍ରାସ ପାଇ ୪୬,୭୯୩ ଟଙ୍କା ଥିବାବେଳେ ରୂପା ଦାମ୍ ୦.୪% ହ୍ରାସ ହୋଇ ପ୍ରତି କିଲୋଗ୍ରାମ ୬୭,୨୪୦ ଟଙ୍କାରେ ପହଞ୍ଚିଛି । ଗତ ଦୁଇଟି ସେସନରେ ସୁନା ଦାମ୍ ପ୍ରତି ୧୦ ଗ୍ରାମ ପ୍ରତି ୧୦୦୦ ରୁ ଅଧିକ ବୃଦ୍ଧି କରିଛି । ଅଗଷ୍ଟ ୨୦୨୦ ରେ ସୁନା ଦାମ୍ ୧୦ ଗ୍ରାମ ପ୍ରତି ୫୬,୨୦୦ ଟଙ୍କା ରେକର୍ଡରେ ହୋଇଥିଲା । ଯଦି ଦେଖାଯାଏ ରେକର୍ଡ ସ୍ତରଠାରୁ ଏପର୍ଯ୍ୟନ୍ତ ସୁନା ଦାମ୍ ୧୦,୦୦୦ ଟଙ୍କା ହ୍ରାସ ପାଇଛି । ଗୁରୁବାର ଦିନ ଦିଲ୍ଲୀ ସରଫା ବଜାରରେ ସୁନା ଦାମ୍ ୧୦ ଗ୍ରାମ ପିଛା ୧୮୨ ଟଙ୍କା ବୃଦ୍ଧି ଘଟିଛି ।

ଏପ୍ରିଲ ମାସରେ ଦାମ୍ କ୍ରମାଗତ ଭାବେ ବୃଦ୍ଧି ପାଉଛି
ଏପ୍ରିଲ ମାସରେ ସୁନାର ଦାମ୍ କ୍ରମାଗତ ଭାବେ ବୃଦ୍ଧି ପାଉଛି । ପିଟିଆଇ ଅନୁଯାୟୀ ୧ ଏପ୍ରିଲରେ ଦିଲ୍ଲୀରେ ସୁନା ଦାମ୍ ପ୍ରତି ୧୦ ଗ୍ରାମ ୪୪,୭୦୨ ଟଙ୍କା ଥିଲା । ତା’ପରେ ୫ ଏପ୍ରିଲରେ ଏହା ୪୪,୯୪୯ କୁ ବୃଦ୍ଧି ପାଇଥିଲା ଓ ୮ ଏପ୍ରିଲରେ ଏହା ୧୦ ଗ୍ରାମ ପ୍ରତି ୪୬୨୬୦ ଟଙ୍କା ଥିଲା । ଏହି କ୍ଷେତ୍ରରେ ଆପଣ ଯେତେ ଶୀଘ୍ର ସୁନା କିଣିବ ସେତେ ଅଧିକ ଲାଭ ପାଇବାରେ ସମ୍ଭାବନା ଅଛି ।

ବିନିଯୋଗ ପାଇଁ ଉପଯୁକ୍ତ ସମୟ
ସୁନାରେ ବିନିଯୋଗ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଯାହାଫଳରେ ସୁନା ଦରରେ ବୃଦ୍ଧି ସହିତ ଭଲ ରିଟର୍ନ ମିଳିଥାଏ । ବର୍ତ୍ତମାନ ସୁନାର ଦାମ୍ ମାତ୍ର ୪୬ ହଜାର ପାଖାପାଖି ରହିଛି । କିନ୍ତୁ ଏପ୍ରିଲ ଶେଷ ସୁଦ୍ଧା ଏହା ଯଥେଷ୍ଟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଯେହେତୁ ମେ ମାସରେ ଅକ୍ଷୟ ତୃତୀୟ ମଧ୍ୟ ରହିଛି । ଲୋକମାନେ ଏହି ସମୟରେ ବହୁତ ସୁନା କିଣାକିଣି କରିଥାନ୍ତି । ଏଭଳି ପରିସ୍ଥିତିରେ ମେ ମାସରେ ସୁନା ଦର ବୃଦ୍ଧି ଯୋଗୁଁ ଏହି ସମୟରେ କ୍ରୟ କରିଥିବା ଲୋକମାନେ ଭଲ ରିଟର୍ଣ୍ଣର ସୁଯୋଗ ପାଇ ପରିବେ ।
Published by: Jagdish Barik
First published: April 10, 2021, 11:47 AM IST