News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣ ସୁନାରେ (Gold Price Today) ନିବେଶ କରିବାକୁ ପ୍ଲାନ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ଅଛି । ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ସାର୍ବଭୌମ ସୁନା ବଣ୍ଡର (Sovereign gold bond) ପ୍ରଥମ ବିକ୍ରୟ ସୋମବାର ଅର୍ଥାତ ୧୭ ମଇରୁ ଆରମ୍ଭ ହେବ । ଏହା ୫ ଦିନ ପର୍ଯ୍ୟନ୍ତ ଚାଲିବ ଅର୍ଥାତ୍ ଏହି ୫ ଦିନ ପାଇଁ ବଜାର ଠାରୁ କମ୍ ଦରରେ ସୁନା କିଣିବାର ସୁଯୋଗ ଅଛି । IDBI ବ୍ୟାଙ୍କ ଦ୍ୱାରା ଗ୍ରାହକଙ୍କୁ ସ୍ୱତନ୍ତ୍ର ଅଫର ମଧ୍ୟ ଦିଆଯାଉଛି ।
ଅର୍ଥ ମନ୍ତ୍ରଣାଳୟ (Finance Ministry) ଏହାର ବିଜ୍ଞପ୍ତିରେ କହିଛି ଯେ ମେ’ରୁ ସେପ୍ଟେମ୍ବର ମଧ୍ୟରେ ୬ ଟି କିସ୍ତିରେ ସାର୍ବଭୌମ ଗୋଲ୍ଡ ବଣ୍ଡ ପ୍ରଦାନ କରାଯିବ । ରିଜର୍ଭ ବ୍ୟାଙ୍କ (RBI) ଏଥିପାଇଁ ଗ୍ରାମ ପିଛା ଦାମ୍ ୪,୭୭୭ ଟଙ୍କା ସ୍ଥିର କରିଛି । ଯେଉଁମାନେ ଅନଲାଇନରେ ଏଥି ପାଇଁ ଆବେଦନ କରନ୍ତି ଓ ଡିଜିଟାଲ୍ ପେମେଣ୍ଟ ମାଧ୍ୟମରେ ପେମେଣ୍ଟ କରନ୍ତି ସେମାନେ ପ୍ରତି ଗ୍ରାମରେ ୫୦ ଟଙ୍କା ରିହାତି ପାଇବେ ।
IDBI ବ୍ୟାଙ୍କ ଦେଉଛି ଶସ୍ତା ସୁନା କିଣିବାର ସୁଯୋଗଆଇଡିବିଆଇ ବ୍ୟାଙ୍କ ଦ୍ୱାରା ଏକ ଫଟୋ ଜାରି କରାଯାଇଛି । ଯେଉଁଥିରେ ବ୍ୟାଙ୍କରୁ ଶସ୍ତାରେ ସୁନା କିଣିବା ବିଷୟରେ ସୂଚନା ଦିଆଯାଇଛି । ଆବେଦନ ଅତି କମରେ ୧ ଗ୍ରାମ ଓ ଏହାର ଗୁଣ ଆଧାରରେ ଜାରି ହୋଇଥାଏ । ବଣ୍ଡ୍ ପ୍ରାଇସ୍ ଇଣ୍ଡିଆନ୍ ବୁଲିଅନ୍ ଓ ଜୁଏଲର୍ସ ଆସୋସିଏସନ୍ ଲି (IBJA) ୯୯୯ ଶୁଦ୍ଧ ସୁନାର ହାରାହାରି ବନ୍ଦ ଦାମ୍ ଉପରେ ଆଧାର କରି ନିଷ୍ପତ୍ତି ନେଇଛି ।
ସାର୍ବଭୌମ ଗୋଲ୍ଡ ବଣ୍ଡ କ’ଣ?ସାର୍ବଭୌମ ଗୋଲ୍ଡ ବଣ୍ଡ ହେଉଛି ଏକ ସରକାରୀ ବଣ୍ଡ । ଏହାକୁ ଡେମାଟ୍ ଫର୍ମରେ ରୂପାନ୍ତର କରାଯାଇପାରେ । ଏହାର ମୂଲ୍ୟ ଟଙ୍କା କିମ୍ବା ଡଲାରରେ ନୁହେଁ, ବରଂ ସୁନା ଓଜନରେ ହୋଇଥାଏ । ଯଦି ବଣ୍ଡଟି ପାଞ୍ଚ ଗ୍ରାମ ସୁନା ଅଟେ ତେବେ ପାଞ୍ଚ ଗ୍ରାମ ସୁନା ଦାମ୍ ବଣ୍ଡର ମୂଲ୍ୟ ସହିତ ସମାନ ହେବ । ଏହି ବଣ୍ଡକୁ ଆରବିଆଇ ସରକାରଙ୍କ ତରଫରୁ ଜାରି କରିଥାନ୍ତି । ନଭେମ୍ବର ୨୦୧୫ ରେ ସରକାରସାର୍ବଭୌମ ଗୋଲ୍ଡ ବଣ୍ଡ ଯୋଜନା ଆରମ୍ଭ କରିଥିଲେ ।
ଆପଣ କେଉଁଠାରୁ ପାଇପାରିବେ ସୁନାମନ୍ତ୍ରଣାଳୟ ଅନୁଯାୟୀ ଏହି ବଣ୍ଡଗୁଡିକ ସମସ୍ତ ବ୍ୟାଙ୍କ, ଷ୍ଟକ୍ ହୋଲ୍ଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (SHCIL), ଡାକଘର ଓ ସ୍ୱୀକୃତିପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ (ଷ୍ଟକ୍ ଏକ୍ସଚେଞ୍ଜ୍), NSE ଓ BSE ମାଧ୍ୟମରେ ବିକ୍ରି ହେବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।