Today Gold Price: ଦେଶରେ ସ୍ଥିର ରହିଛି ସୁନା ଓ ରୂପା ଦର; ଜାଣନ୍ତୁ ଆଜିର ସୁନା ଦର

ଜାନୁଆରୀ ୯ ତାରିଖ ସୁଦ୍ଧା ଭାରତରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ସୁନା ମୂଲ୍ୟ ୪୭,୫୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ମୂଲ୍ୟ ୪୩,୫୯୦ ଟଙ୍କା ରହିଛି।

ଜାଣନ୍ତୁ ଆଜିର ସୁନା ଦର ବାବଦରେ (ପ୍ରତୀକାତ୍ମକ ଛବି)

ଜାଣନ୍ତୁ ଆଜିର ସୁନା ଦର ବାବଦରେ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଜାନୁଆରୀ ୯ ତାରିଖ ସୁଦ୍ଧା ଭାରତରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ସୁନା ମୂଲ୍ୟ ୪୭,୫୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ମୂଲ୍ୟ ୪୩,୫୯୦ ଟଙ୍କା ରହିଛି।  ଗତ ୨୪ ଘଣ୍ଟା ମଧ୍ୟରେ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ପାଇଁ ସୁନା ମୂଲ୍ୟ ସମାନ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ବିଭିନ୍ନ ମେଟ୍ରୋ ସହରରେ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି। ଚେନ୍ନାଇରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ପାଇଁ ସୁନା ମୂଲ୍ୟ ୪୯,୦୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୪,୯୧୬ ଟଙ୍କା। ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ର ସୁନା ହାର ୫୧,୦୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୬,୭୫୦ ଟଙ୍କା। କୋଲକାତାରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ପାଇଁ ସୁନା ହାର ୪୯,୪୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୯,୭୫୦ ଟଙ୍କା। ଅନ୍ୟପକ୍ଷରେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ର ମୂଲ୍ୟ ୪୮,୫୧୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ୪୬,୫୧୦ ଟଙ୍କା।

ଆଜି ଓଡିଶାର ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ପାଇଁ ସୁନା ମୂଲ୍ୟ ମଧ୍ୟ ସମାନ ରହିଛି।

୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ର ମୂଲ୍ୟ ୪୮,୩୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ମୂଲ୍ୟ ୪୪,୯୪୦ ଟଙ୍କା।
Published by:Soumya Das
First published:
)}