Gold-Silver Price Today: ୫୦ ହଜାର ପାର ହେଲା ସୁନା ଦର; ଶସ୍ତା ହେଲା ରୂପା; ଜାଣନ୍ତୁ ଆଜିର ମୂଲ୍ୟ

Gold-Silver Price Today: ଏହି ସମୟରେ ସୁନା ମୂଲ୍ୟରେ କ୍ରମାଗତ ଉତ୍ଥାନ-ପତନ ଘଟିଛି। ସୁନା ମୂଲ୍ୟରେ ବୃଦ୍ଧି ପରେ ଏହାର ମୂଲ୍ୟ ୫୦,୦୦୦ ଅତିକ୍ରମ କରିଛି।

୫୦ ହଜାର ପାର ହେଲା ସୁନା ଦର

୫୦ ହଜାର ପାର ହେଲା ସୁନା ଦର

  • Share this:
News18 Odia Digital

ନୂଆ ଦିଲ୍ଲୀ: ଏହି ସମୟରେ ସୁନା ମୂଲ୍ୟରେ କ୍ରମାଗତ ଉତ୍ଥାନ-ପତନ ଘଟୁଥିବାର ଦେଖିବାକୁ ମିଳୁଛି। ସୁନା ମୂଲ୍ୟରେ ବୃଦ୍ଧି ପରେ ଏହାର ମୂଲ୍ୟ ୫୦,୦୦୦ ଅତିକ୍ରମ କରିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (MCX) ଆଜି ୦.୦୧ ପ୍ରତିଶତ ଲାଭ ସହିତ ସୁନା କାରବାର କରୁଛି। ଏଥିସହିତ ରୂପା ମୂଲ୍ୟରେ ୦.୩୮ ପ୍ରତିଶତ ହ୍ରାସ ଘଟିଛି।

ମହାମାରୀର ଭୟ, ମୁଦ୍ରାସ୍ଫୀତି ଚିନ୍ତା, ରୁଷ ୟୁକ୍ରେନ ମଧ୍ୟରେ ଚାଲିଥିବା ତିକ୍ତତା ଓ ଶକ୍ତିଶାଳୀ ଆମେରିକୀୟ ଡଲାର ମଧ୍ୟରେ ୨୦୨୨ରେ ସୁନା ଦର ୧୦ ଗ୍ରାମ ପିଛା ୫୨,୦୦୦ ଟଙ୍କା ସ୍ତରରୁ ଅଧିକ ହୋଇପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।

ସୁନା ରୂପା ହାର (Gold Silver Price)

ଏପ୍ରିଲ ବିତରଣ ପାଇଁ ସୁନା ମୂଲ୍ୟ ଆଜି ୦.୦୧ ପ୍ରତିଶତ ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୫୦,୧୧୯ ଟଙ୍କା ରହିଛି। ଏଥି ସହିତ ରୂପା ଆଜିର ବାଣିଜ୍ୟରେ ୦.୩୮ ପ୍ରତିଶତ ହ୍ରାସ ସହିତ କିଲୋଗ୍ରାମ ପିଛା ୬୩,୬୫୯ ଟଙ୍କା ସ୍ତରରେ କାରବାର କରୁଛି।

ଏକ ମିସ୍ କଲ ଦେଇ ସୁନା ହାର ଜାଣନ୍ତୁ

ଆପଣ ଘରେ ବସି ଏହି ହାରଗୁଡ଼ିକୁ ସହଜରେ ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ଏହି ନମ୍ବରରେ ୮୯୫୫୬୬୪୪୩୩ରେ ଏକ ମିସ୍ କଲ୍ ଦେବାକୁ ପଡ଼ିବ ଓ ଆପଣଙ୍କ ଫୋନରେ ଏକ ମେସେଜ୍ ଆସିବ, ଯେଉଁଥିରେ ଆପଣ ସର୍ବଶେଷ ହାର ଯାଞ୍ଚ କରିପାରିବେ।

ଏହି ଉପାୟରେ ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ

ଯଦି ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। 'ବିଏସ୍ କେୟାର ଆପ୍' ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଆପଣ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ।

ଯଦି ଏହି ଆପରେ ଦ୍ରବ୍ୟର ଲାଇସେନ୍ସ, ପଞ୍ଜିକରଣ ଓ ହଲମାର୍କ ମାର୍କ ଭୁଲ୍ ବୋଲି ଜଣାପଡ଼େ, ତେବେ ଗ୍ରାହକ ତୁରନ୍ତ ଏହା ଉପରେ ଅଭିଯୋଗ କରିପାରିବେ। ଏହି ଆପ୍ ମାଧ୍ୟମରେ ଗ୍ରାହକ ତୁରନ୍ତ ଅଭିଯୋଗ ପଞ୍ଜିକରଣ ବିଷୟରେ ସୂଚନା ପାଇବେ।
Published by:Lipina Das
First published: