ଦେଶରେ ୨୫୦ ଟଙ୍କା ବୃଦ୍ଧି ପାଇଛି ସୁନା ମୂଲ୍ୟ; ଜାଣନ୍ତୁ ଆଜିର ସୁନା ଦର

ଜାନୁୟାରୀ ୪ ତାରିଖ ସୁଦ୍ଧା ଭାରତରେ ୨୪ କ୍ୟାରେଟ ସୁନା (୧୦ ଗ୍ରାମ) ସୁନା ମୂଲ୍ୟ ୪୮,୩୩୦ ଟଙ୍କା ଥିବାବେଳେ ୨୨କ୍ୟାରେଟ ସୁନା (୧୦ ଗ୍ରାମ) ମୂଲ୍ୟ ୪୪,୨୭୦ ଟଙ୍କା ରହିଛି।

ଆଜିର ସୁନା ଦର ବାବଦରେ ଜାଣନ୍ତୁ (ପ୍ରତୀକାତ୍ମକ ଛବି)

ଆଜିର ସୁନା ଦର ବାବଦରେ ଜାଣନ୍ତୁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଜାନୁୟାରୀ ୪ ତାରିଖ ସୁଦ୍ଧା ଭାରତରେ ୨୪ କ୍ୟାରେଟ ସୁନା (୧୦ ଗ୍ରାମ) ସୁନା ମୂଲ୍ୟ ୪୮,୩୩୦ ଟଙ୍କା ଥିବାବେଳେ ୨୨କ୍ୟାରେଟ ସୁନା (୧୦ ଗ୍ରାମ) ମୂଲ୍ୟ ୪୪,୨୭୦ ଟଙ୍କା ରହିଛି।

ଗତକାଲି ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ପାଇଁ ୪୮,୦୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ମୂଲ୍ୟ ୪୪,୦୪୦ ଟଙ୍କା ଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ବିଭିନ୍ନ ମେଟ୍ରୋ ସହରରେ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖାଗଲା। ଚେନ୍ନାଇରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ପାଇଁ ସୁନା ମୂଲ୍ୟ ୪୯,୯୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୫,୭୬୦ ଟଙ୍କା।ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ପାଇଁ ସୁନା ହାର ୫୧,୭୧୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୭,୪୦୦ ଟଙ୍କା ରହିଛି। କୋଲକାତାରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ପାଇଁ ସୁନା ହାର ୫୦,୧୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୭,୪୫୦ ଟଙ୍କା। ଅନ୍ୟପକ୍ଷରେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ମୂଲ୍ୟ ୪୯,୨୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ୪୭,୨୫୦ ଟଙ୍କା।

ଆଜି ଓଡିଶାର ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ପାଇଁ ସୁନା ମୂଲ୍ୟ ସମାନ ରହିଛି।

୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ର ମୂଲ୍ୟ ୪୯,୬୭୦ ଙ୍କା ହୋଇଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ର ମୂଲ୍ୟ ୪୫,୨୫୦ ଟଙ୍କା।
Published by:Soumya Das
First published:
)}