ଭାରତୀୟ ବଜାର ଉପରେ ସୁନା ଦର ପ୍ରଭାବ: ଭାବି ଚିନ୍ତି ସୁନା କିଣୁଛନ୍ତି ଗ୍ରାହକ

ଆମେରିକା ଏବଂ ୟୁରୋପରେ ବ୍ୟାଙ୍କିଂ କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟ ଯୋଗୁଁ ସାରା ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି । ତେଣୁ ଭାବି ଚିନ୍ତି ସୁନା କିଣୁଛନ୍ତି ଲୋକେ ।

ଭାରତୀୟ ବଜାର ଉପରେ ସୁନା ଦର ପ୍ରଭାବ: ଭାବି ଚିନ୍ତି ସୁନା କିଣୁଛନ୍ତି ଗ୍ରାହକ

ଭାରତୀୟ ବଜାର ଉପରେ ସୁନା ଦର ପ୍ରଭାବ: ଭାବି ଚିନ୍ତି ସୁନା କିଣୁଛନ୍ତି ଗ୍ରାହକ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ବଢ଼ି ଚାଲିଛି ସୁନା ଦର । ଆମେରିକା ଏବଂ ୟୁରୋପରେ ବ୍ୟାଙ୍କିଂ କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟ ଯୋଗୁଁ ସାରା ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି । ତେଣୁ ବିଶ୍ୱ ବଜାରରେ ସୁନା ଦର (gold price) କମିବାର ନାଁ ଧରୁନି । ଭାରତୀୟ ବଜାର ଉପରେ ମଧ୍ୟ ଏହାର ପ୍ରଭାବ (effect) ପଡ଼ିଛି ।

ବର୍ଦ୍ଧିତ ସୁନା ଦର ମଧ୍ୟବିତ୍ତ ପରିବାରକୁ କଷ୍ଟ ଦେଉଛି । ତେଣୁ ଭାବି ଚିନ୍ତି ସୁନା କିଣୁଛନ୍ତି ଲୋକେ । ଗତ ସପ୍ତାହେ ଧରି ୬୦ ହଜାର ତଳକୁ ଖସୁନି ସୁନା ଦର । ଆଗକୁ ସୁନା ଦର ବଢି ବଢି ୭୦ ହଜାର ଟଙ୍କାରେ ପହଞ୍ଚିବ ବୋଲି ଆଶଙ୍କା କରାଯାଉଛି । ତେଣୁ ସୁନା ବ୍ୟବସାୟୀ (business man) ଓ ଗ୍ରାହକ (customer)ଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ୧୫ ତାରିଖରେ ୫୭ ହଜାର ୮୭୦ ଟଙ୍କା ଥିବା ବେଳେ, ୧୬ ତାରିଖରେ ୫୮ ହଜାର ୪୨୦ ଟଙ୍କା ଛୁଇଁଥିଲା । ସେହିପରି ୨୨ ତାରିଖରେ ସୁନା ଦର ୫୯ ହଜାର ୧୩୦ ଟଙ୍କା ଥିବା ବେଳେ, ୨୩ ତାରିଖରେ ୫୯ ହଜାର ୭୮୦ ଓ ୨୪ ତାରିଖରେ ୬୦ ହଜାର ଟଙ୍କା ହୋଇଛି ।

ବିଶେଷଜ୍ଞଙ୍କ ମତରେ, ସୁନା ମୂଲ୍ୟରେ ଏପରି ପରିବର୍ତ୍ତନର କାରଣ ଡଲାର ହାରରେ ବାଉନ୍ସ ବ୍ୟାକ୍ ।  ମୁଦ୍ରାସ୍ଫୀତି ହ୍ରାସ କରିବା ଏବଂ ଚଳିତ ବର୍ଷ ହାର ହ୍ରାସ ନକରିବା ପାଇଁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି ।
ଗତ ସପ୍ତାହରେ ସୁନା ଦର ହ୍ରାସ ପାଇଥିବା କାରଣ ଗୁଡ଼ିକ ବିଷୟରେ ଆଇଆଇଏଫ୍ଏଲ୍ ସିକ୍ୟୁରିଟିଜ ରିସର୍ଚ୍ଚରେ କୁହାଯାଇଛି, “ଆମେରିକୀୟ CAD ଏବଂ ଅନ୍ୟାନ୍ୟ ତଥ୍ୟ ପରେ ଆମେରିକୀୟ ଡଲାର ବଢିବା ପରେ ସୁନା ମୂଲ୍ୟ ହ୍ରାସ ପାଇଛି । ଆମେରିକୀୟ ଡଲାରକୁ ଏହାର ୭ ସପ୍ତାହର ହ୍ରାସରୁ ବାଉନ୍ସ କରିବାରେ ସାହାଯ୍ୟ କରିଛି । ଆମେରିକାର ମୁଦ୍ରାର ଏହି ବୃଦ୍ଧି ମୂଲ୍ୟବାନ ହଳଦିଆ ଧାତୁରେ ଲାଭ ବୁକିଂ ଟ୍ରିଗର ସୃଷ୍ଟି କରିଛି ।

ଡଲାର ମୂଲ୍ୟ ବୃଦ୍ଧି ହେବାର କାରଣ ସମ୍ପର୍କରେ ସୂଚନା ଦେଇ ବିଏନପି ପାରିବାସଙ୍କ ଦ୍ୱାରା ଶେରେଖାନର ରିସର୍ଚ୍ଚ ଆନାଲିଷ୍ଟ ଅନୁଜ ଚୌଧୁରୀ କହିଛନ୍ତି ଯେ, "ଦୁର୍ବଳ ଘରୋଇ ବଜାର ଏବଂ ଡଲାରରେ ପରିବର୍ତ୍ତନ କାରଣରୁ ଯୋଗୁଁ ଭାରତୀୟ ଟଙ୍କାର ଆଜି ମୂଲ୍ୟ ହ୍ରାସ ପାଇଛି । ବ୍ୟାଙ୍କ ଅଫ୍ ଇଂଲଣ୍ଡ ସୁଧ ହାରକୁ ୨୫ ବିପିଏସ୍ ରୁ ୪.୨୫ ପ୍ରତିଶତ ବୃଦ୍ଧି କରିଛି, ଯାହା ୧୫ ବର୍ଷ ମଧ୍ୟରେ ସର୍ବାଧିକ। "

ଏହି ଖବର ପଢ଼ନ୍ତୁ -  ବାଗେଶ୍ୱର ଧାମ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ପରି ତାଙ୍କ ଶିଷ୍ୟ: ସମାନ ତରିକାରେ କରୁଛନ୍ତି ବୈଠକ
Published by:Soubhagya Mishra
First published: