ବଢୁଛି ବ୍ୟାଙ୍କିଙ୍କ କ୍ଷେତ୍ରରେ ସଙ୍କଟ! ବଢିଲା ସୁନା ଦର

Bank Crisis Effect: ବ୍ୟାଙ୍କ ସଙ୍କଟ ଯୋଗୁଁ ସୁନା ବଜାର ପ୍ରଭାବିତ । ବିବାହ ଋତୁରେ ବଢିଲା ଗ୍ରାହକ ଓ ଦୋକାନୀଙ୍କ ଚିନ୍ତା ।

ବଢିଲା ସୁନା ଦର

ବଢିଲା ସୁନା ଦର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Bank Crisis Effect: ଆମେରିକା ଏବଂ ୟୁରୋପରେ ବ୍ୟାଙ୍କିଂ କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟ(Bank Crisis) ଯୋଗୁଁ ସାରା ବିଶ୍ବ ଅର୍ଥନୀତି ପ୍ରଭାବିତ ହୋଇଛି । ବିଶ୍ବ ବଜାରରେ ସୁନା ଦର ବଢି ଚାଲିଛି। ଭାରତୀୟ ବଜାର ଉପରେ ଏହାର ଘୋର ପ୍ରଭାବ ପଡ଼ିଛି। ବର୍ଦ୍ଧିତ ସୁନା ଦର(Gold Price) ମଧ୍ୟବିତ୍ତ ପରିବାରକୁ କଷ୍ଟ ଦେଉଛି।

ବିବାହ ଋତୁ ଜାରି ଥିବା ବେଳେ ଉଭୟ ବର ଓ କନ୍ୟା ପରିବାରକୁ ସୁନା କିଣିବା ପୂର୍ବରୁ ‌ଅନେକ ଥର ଚିନ୍ତା କରିବାକୁ ପଡୁଛି। ଏହାର କାରଣ ଗତ ଏକ ସପ୍ତାହ ହେଲା ବିନା ବ୍ରେକ୍‌ରେ ସୁନା ଦର ବଢି ଚାଲିଛି। ୨୨ କ୍ୟାରେଟ ସୁନା ଦର ବଢି ବଢି ୭୦ ହଜାର ଟଙ୍କାରେ ପହଞ୍ଚିବ ବୋଲି ଆଶଙ୍କା କରାଯାଉଛି। ତେଣୁ ସୁନା ବ୍ୟବସାୟୀ ଓ ଗ୍ରାହକଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

TODAY GOLD PRICE: ଗ୍ରାହକଙ୍କର ଚମକିବ ଭାଗ୍ଯ; ଶସ୍ତା ହେଲା ସୁନା ଦର

ସୁନା, ରୂପା ଦାମରେ ପ୍ରତିଦିନ ବୃଦ୍ଧି ଘଟୁଥିବା ବେଳେ ଗତ ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ସୂନା ୧୦ ଗ୍ରାମ ପିଛା ଦର ୪ ହଜାର ୯୦୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ରୂପା କିଲୋ ଦାମ ୫ ହଜାର ବୃଦ୍ଧି ପାଇଛି । ଗତ ୧୨ ତାରିଖରେ ସୁନା ଦର ୫୧ ହଜାର ୭୩୦ ଟଙ୍କା ଥିଲା। ୧୯ ତାରିଖରେ ଏହା ୫୫ ହଜାର ୪୦୦ ଟଙ୍କାରେ ପହଞ୍ଚିଛି। ଗତବର୍ଷ ମାର୍ଚ୍ଚ ୧୯ ତାରିଖରେ ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୪୭, ୪୫୦ ଟଙ୍କା ଥିଲା। ସେହିପରି ୫ ବର୍ଷ ପୂର୍ବରୁ ଅର୍ଥାତ ୨୦୧୮ ମାର୍ଚ୍ଚ ୧୯ ତାରିଖରେ ଏହାର ମୂଲ୍ୟ ୨୮,୮୬୦ ଟଙ୍କା ଥିଲା। ଅର୍ଥାତ ମାତ୍ର ୫ ବର୍ଷ ମଧ୍ୟରେ ସୁନା ଦର ପାଖାପାଖି ୨ଗୁଣ ହୋଇସାରିଛି। ସୁନା, ରୂପା ଦାମରେ ପ୍ରତିଦିନ ବୃଦ୍ଧି ଘଟୁଥିବା ବେଳେ ଗତ ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ସୁନା ୧୦ ଗ୍ରାମ ପିଛା ଦର ୪ ହଜାର ୯୦୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ରୂପା କିଲୋ ଦାମ ୫ ହଜାର ବୃଦ୍ଧି ପାଇଛି ।
Published by:Soumya Das
First published: