ଋଷର ସୁନା ରପ୍ତାନି ଉପରେ ପ୍ରତିବନ୍ଧକ ପାଇଁ ବଢ଼ିଲା ସୁନା ଦର; ପଢ଼ନ୍ତୁ ପୁରା ଖବର

ଋୁଷର ରପ୍ତାନି ଉପରେ ପ୍ରତିବନ୍ଧକ ହେତୁ ସୁନା ମୂଲ୍ୟ ବୃଦ୍ଧି ପାଇ ୫୧ହଜାର ପହଞ୍ଚିଛି । ଆଗାମୀ ସମୟରେ ସୁନା ଓ ରୂପା ମୂଲ୍ୟ ପୁଣି ଥରେ ବୃଦ୍ଧି ହୋଇପାରେ

ଆଗାମୀ ସମୟରେ ସୁନା ଓ ରୂପା ମୂଲ୍ୟ ପୁଣି ଥରେ ବୃଦ୍ଧି ହୋଇପାରେ

ଆଗାମୀ ସମୟରେ ସୁନା ଓ ରୂପା ମୂଲ୍ୟ ପୁଣି ଥରେ ବୃଦ୍ଧି ହୋଇପାରେ

  • Share this:
NEWS 18 DIGITAL

ନୂଆଦିଲ୍ଲୀ: ଋୁଷର ରପ୍ତାନି ଉପରେ ପ୍ରତିବନ୍ଧକ ହେତୁ ସୁନା ମୂଲ୍ୟ ବୃଦ୍ଧି ପାଇ ୫୧ହଜାର ପହଞ୍ଚିଛି । ଆଗାମୀ ସମୟରେ ସୁନା ଓ ରୂପା ମୂଲ୍ୟ ପୁଣି ଥରେ ବୃଦ୍ଧି ହୋଇପାରେ । ଏହାର ସବୁଠୁ ବଡ଼ କାରଣ ହେଉଛି ଆମେରିକା ସମେତ G7 ଦେଶ ଗୁଡିକ ରୁଷରୁ ସୁନା ଆମଦାନୀ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ କରିଛନ୍ତି । ଏହି ପ୍ରତିବନ୍ଧକ ଯୋଗୁଁ ବିଶ୍ୱ ବଜାରରେ ଯୋଗାଣ କିଛି ସମୟ ପାଇଁ ପ୍ରଭାବିତ ହେବ ବୋଲି ଜଣା ପଡ଼ିଛି ।

ଆମେରିକା ସମେତ G7 ଦେଶ ରୁଷରୁ ସୁନା ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଆଜି ସକାଳେ ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି ।

ମଲ୍ଟିକୋମୋଡିଟି ଏକ୍ସଚେଞ୍ଜରେ (MCX), ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୮୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୫୦,୮୦୩ ଟଙ୍କା ହୋଇଛି । ଏହାପୂର୍ବରୁ ସୁନା ଦର କାରବାର ୫୦,୭୮୫ ଟଙ୍କାରରୁ ବଢ଼ିବା ଆରମ୍ଭ ହୋଇଥିଲା । କିନ୍ତୁ ଚାହିଦା ବୃଦ୍ଧି ହେତୁ ଖୁବ୍ ଶୀଘ୍ର ଏହା ପୂର୍ବଠାରୁ ୦.୩୬ ପ୍ରତିଶତ ବୃଦ୍ଧି ଘଟିଲା ।

ସୁନା ସହ ରୂପାର ମୂଲ୍ୟ ମଧ୍ୟ ଆଜି ମଧ୍ୟ ବୃଦ୍ଧି ଘଟିଛି । MCX ଉପରେ ୨୫୧ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପ୍ରତି ୫୯,୭୫୫ରେ ପହଞ୍ଚିଛି । ଏହା ପୂର୍ବରୁ ରୂପା କାରବାର ୫୯,୭୩୦ ଟଙ୍କାରୁ ଆରମ୍ଭ ହୋଇଥିଲା । ରୂପା ପୂର୍ବ ମୂଲ୍ୟଠାରୁ ୦.୪୨ ପ୍ରତିଶତ ବୃଦ୍ଧି ପାଇଛି ।

ବିଶ୍ୱ ବଜାରରେ ସୁନା ଓ ରୂପା ଯୋଗାଣ ଉପରେ ଏହାର ପ୍ରଭାବ ଯୋଗୁଁ ଆଜି ଉଭୟ ୨ ମୂଲ୍ୟବାନ ଧାତୁର ମୂଲ୍ୟ ବୃଦ୍ଧି ପାଇଛି । ଆମେରିକାର ବଜାରରେ ସୁନାର ମୂଲ୍ୟ ୧,୮୩୫.୫୭ ଡଲାର ଥିଲା, ଯାହା ପୂର୍ବ ବନ୍ଦ ମୂଲ୍ୟ ତୁଳନାରେ ୦.୨୧ ପ୍ରତିଶତ ଅଧିକ ।

ସେହିପରି ରୂପା ଦର ୨୧.୩୯ ଡଲାରରେ ପହଞ୍ଚିଛି, ଯାହା ପୂର୍ବ ବନ୍ଦ ମୂଲ୍ୟ ତୁଳନାରେ ୧.୧୭ ପ୍ରତିଶତ ଅଧିକ । ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ମଧ୍ୟରେ ପ୍ଲାଟିନମ୍ ର ମୂଲ୍ୟ ୦.୫ ପ୍ରତିଶତ ବୃଦ୍ଧି ହୋଇ ୯୧୨ ଡଲାରରେ ପହଞ୍ଚିଥିବାବେଳେ ପୈଲେଡିୟମ୍ ୦.୬ ପ୍ରତିଶତ ବୃଦ୍ଧି ପାଇ ୧୮୮୬.୬୫ ଡଲାରରେ ପହଞ୍ଚିଛି ।

କିଛି ସମୟ ପାଇଁ ବୃଦ୍ଧି ପାଇବ ଦର

ବିଶେଷଜ୍ଞମାନେ କହିଛନ୍ତି ଯେ G7 ଦେଶଗୁଡିକ ଦ୍ୱାରା ରୁଷର ସୁନା ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯିବା ହେତୁ ଦର କିଛି ସମୟ ପାଇଁ ବଢ଼ିପାରେ । ବାସ୍ତବରେ, ପାଶ୍ଚାତ୍ୟ ଦେଶଗୁଡିକ ଋଷରୁ ଯେକୌଣସି ପ୍ରକାରର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି। କିନ୍ତୁ ସୁନା ଉପରେ ପ୍ରତିବନ୍ଧକ ପ୍ରଭାବ ସେତେଟା ପଡିବ ନାହଁ।  କିନ୍ତୁ କିଛି ସମୟ ପାଇଁ ବିଶ୍ୱ ବଜାର ନିଶ୍ଚିତ ଭାବରେ ପ୍ରଭାବିତ ହେବ, ଯାହା ମଧ୍ୟ ପ୍ରଭାବ ଘରୋଇ ବଜାର ଉପରେ ପଡିପାରେ ।
Published by:Soubhagya Mishra
First published: