ସୁନେଲି ସମୟ ଏବେ: ବର୍ଷର ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ କମ୍‌ ଦାମ୍‌ରେ ପହଞ୍ଚିଲା ସୁନା ଓ ରୂପା

ଭାରତୀୟ ଟଙ୍କା ମଜବୁତ ହେବା କାରଣରୁ ଗୋଟିଏ ଦିନରେ ସୁନା ଦର ଦଶ ଗ୍ରାମ ପ୍ରତି ୪୨୦ଟଙ୍କା କମି ଏ ବର୍ଷର ସବୁଠୁ କମ୍‌ ସ୍ତରରେ ପହଞ୍ଚିଛି । ସେହିପରି ରୁପା ଦର ମଧ୍ୟ କିଲୋ ପ୍ରତି ୮୩୦ ଟଙ୍କା କମିଥିବା ଦେଖାଯାଇଛି ।

ସୁନେଲି ସମୟ ଏବେ: ବର୍ଷର ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ କମ୍‌ ଦାମ୍‌ରେ ପହଞ୍ଚିଲା ସୁନା ଓ ରୂପା
ପ୍ରତୀକାତ୍ମକ ଫଟୋ
  • News18 Odia
  • Last Updated: January 7, 2020, 5:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଚ଼ାରି ଆଡୁ ମହଙ୍ଗା ମାଡ଼ ପରେ ୭ ତାରିଖରେ ଲୋକଙ୍କ ପାଇଁ କିଛିଟା ଭଲ ଖବର ଆସିଛି । ବର୍ଷର ବର୍ତ୍ତମାନ ପର୍ଯ୍ୟନ୍ତ ସୁନା ଦର ସବୁଠୁ କମ ଦାମରେ ପହଞ୍ଚିଛି । ସୁନା ଦର ୧୦ ଗ୍ରାମ ପ୍ରତି ୪୨୦ ଟଙ୍କା କମିଥିବା ବେଳେ ରୂପା ଦର କିଲୋ ପ୍ରତି ୮୩୦ ଟଙ୍କା କମିଛି । ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ମଜବୁତ ହେବାରୁ ବଜାରରେ ଏପରି ପରିବର୍ତ୍ତନ ଦେଖାଦେଇଛି । ଆମେରିକା ଓ  ଇରାନ ମଧ୍ୟରେ ଦେଖାଦେଇଥିବା ଅସ୍ଥିରତା କାରଣରୁ ସୁନା ଏବଂ ରୁପା ଦାମ ବଢ଼ିଥିଲା । ସେୟାର ବଜାରରେ ବାରମ୍ବାର ଅସ୍ଥିରତା କାରଣରୁ ନିବେଶକମାନେ ସୁନାରେ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ।

୭ ତାରିଖରେ ଦିଲ୍ଲୀରେ ସୁନା ଦର ୧୦ ଗ୍ରାମ ପ୍ରତି ୪୧, ୬୩୦ ଟଙ୍କା ରହିଥିବାବେଳେ ଦିନ ଶେଷରେ ଏହିଦର ୪୨୦ଟଙ୍କା କମି ୪୧,୨୧୦ଟଙ୍କାରେ ପହଞ୍ଚିଯାଇଛି । ସେହିପରି ପ୍ରଥମେ ଦିଲ୍ଲୀର ସରାଫା ବଜାରରେ ସୁନା ଦର ୪୧,୦୧୦ ରୁ ବଢ଼ି ୪୧, ୭୩୦ ଟଙ୍କା ହୋଇଯାଇଛି । ରୁପା ଦାମ କିଲୋ ପ୍ରତି ୪୯,୪୩୦ଟଙ୍କା ଥିବାବେଳେ ୮୩୦ଟଙ୍କା କମି ୪୮,୬୦୦ ଟଙ୍କାରେ ପହଞ୍ଚି ଯାଇଥିଲା ।

ସୁନା ଏବଂ ରୁପା ଦରରେ କମିବା କାରଣ ସମ୍ପର୍କରେ ଏଚଡିଏଫସି ସିକ୍ୟୁରିଟିଜର ଦେବର୍ଶ ବକିଲ ‘‘ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମଜବୁତ ହେବାରୁ ଏଭଳି ସ୍ଥିତି ଦେଖାଯାଇଛି । ଏହା ସହ ଅନ୍ତର୍ଜାତୀୟ ବଜାରରେ ସୁନା ଦର ମଧ୍ୟ ହ୍ରାସ ପାଇବାରୁ ଏପରି ଘଟିଥିଲା । ତେବେ ଆଗାମୀ ଦିନରେ ସୁନା ଏବଂ ରୁପା ଦର ପୁଣି ବଢ଼ିପାରେ ବୋଲି ସେ କହିଛନ୍ତି‘‘ ।

ଆମେରିକା ଏବଂ ଇରାନ ମଧ୍ୟରେ ଦେଖାଦେଇଥିବା ଅସ୍ଥିରତା କାରଣରୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିସର ଦର ଦାମରେ ଅହେତୁକ ବୃଦ୍ଧି ଘଟିଛି । ସେହିପରି ଅଶୋଧିତ ତୈଳର ଦାମରେ ମଧ୍ୟ ବୃଦ୍ଧି ଦେଖାଯାଇଛି । ଆମେରିକା ଗତ କିଛିଦିନ ପୂର୍ବରୁ ଇରାକର ରାଜଧାନୀ ବାବଦାଦ ଉପରେ ଡ୍ରୋନ ଆକ୍ରମର କରିଥିଲା । ଏହି ଆକ୍ରମଣରେ ଇରାନର ଜେନେରାଲ କାସିମ ସୁଲେମାନିର ମୃତ୍ୟୁ ଘଟିଥିଲା । ସୁଲେମାନି ବାଗଦାଦ ଏୟାରପୋର୍ଟ ଆଡ଼କୁ ଯାଉଥିବାବେଳେ ଆମେରିକା ଆକ୍ରମଣ କରିଥିଲା । ଏଥିରେ ଇରାନ ସମର୍ଥିତ ମୋବିଲାଇଜେସନ ଫୋର୍ସର କମାଣ୍ଡର ଅବୁ ମେହଦୀ ଅଲ ମୁହାଁଦିସର ମଧ୍ୟ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା ।
First published: January 7, 2020, 5:55 PM IST
corona virus btn
corona virus btn
Loading