ସୁନା କିଣିବା ପାଇଁ ଆଜି ସୁବର୍ଣ୍ଣ ସୁଯୋଗ; ହ୍ରାସ ପାଇଲା ଦର

Gold-Silver Price Today: ଅନ୍ତର୍ଜାତୀୟ ବଜାରରେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ସୁନା କିଣିବା ପୂର୍ବରୁ ଯାଞ୍ଚ କରନ୍ତୁ ଆଜିର ମୂଲ୍ୟ।

ଆଜି କିମିଛି ସୁନା ଦର

ଆଜି କିମିଛି ସୁନା ଦର

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Gold-Silver Price Today: ସୁନାକୁ ନେଇ ଆସିଲା ଖୁସି ଖବର। ଆଜି ସୁନା ଦରରେ (Gold Price) ହ୍ରାସ ଘଟିଥିବାବେଳେ ରୂପା ମୂଲ୍ୟ (Silver Price) ସ୍ଥିର ରହିଛି।

ଅନ୍ତର୍ଜାତୀୟ ବଜାରରେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ରହିଛି। ସୋମବାର ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୪୩୦ ଟଙ୍କାର ହ୍ରାସ ଘଟିଥିଲା।

ସେହିପରି ଆଜି ୨୪ କ୍ୟାରେଟ ୧୦ ସୁନା ଦରରେ ୧୦ ଟଙ୍କାର ହ୍ରାସ ଘଟିଛି। ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୬୦,୪୨୦ ଟଙ୍କାକୁ ଖସି ଆସିଛି। ଯାହା ଗତକାଲି ଏହାର ମୂଲ୍ୟ ୬୦,୪୩୦ ଟଙ୍କା ଥିଲା।

ଅନ୍ୟପଟେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ଦରରେ ୧୦ ଟଙ୍କାର ହ୍ରାସ ଘଟିଛି। ଯାହା ଦ୍ବାରା ୧୦ ଗ୍ରାମ ସୁନା ଦର ୫୫,୩୯୦ ଟଙ୍କାକୁ ଖସି ଆସିଛି। ଯାହା ଗତକାଲି ଏହାର ମୂଲ୍ୟ ୫୫,୪୦୦ ଟଙ୍କା ଥିଲା।

ଆଜି ସ୍ଥିର ରହିଛି ରୂପା ମୂଲ୍ୟ

ସେପଟେ ଆଜି ରୁପା ମୂଲ୍ୟ (Silver Price) ସ୍ଥିର ରହିଛି। ସୋମବାର ରୂପା ଦରରେ ୩୦୦ ଟଙ୍କାର ହ୍ରାସ ଘଟିଥିଲା। ଅନ୍ୟପଟେ ଆଜି ରୂପାରେ କୌଣସି ପରିବର୍ତ୍ତନ ଘଟି ନାହିଁ। ଗୋଟିଏ କିଲୋଗ୍ରାମ ରୂପା ମୂଲ୍ୟ ୭୬,୩୦୦ ଟଙ୍କାରେ କାରବାର କରୁଛି।

ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୂପା ମୂଲ୍ୟ ୭୬,୬୦୦ ଟଙ୍କା ଥିଲା। ସେହିପରି ୧୦୦ ଗ୍ରାମ ରୂପା ମୂଲ୍ୟ ୭,୬୩୦ ଟଙ୍କା ରହିଛି।

ଅଲଟାଇମ୍ ହାଇରୁ ସୁନା ୮୬୦ ଓ ରୁପା ୩,୩୮୦ ଟଙ୍କା ମିଳୁଛି ଶସ୍ତା

ଚଳିତ ବର୍ଷ ଏପ୍ରିଲରେ ସୁନା ସର୍ବକାଳୀନ ଉଚ୍ଚ ରେଟରେ ପହଞ୍ଚିଥିଲା।​ ଏପ୍ରିଲ ୫ରେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୫୬,୨୫୦ ଟଙ୍କା ମୂଲ୍ୟରେ ପହଞ୍ଚିଥିଲା ।​

ଆଜି ଯଦି ଆମେ ବର୍ତ୍ତମାନର ସୁନା ମୂଲ୍ୟକୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରିବା, ତେବେ ଆପଣ ଦେଖିବେ ଯେ ସୁନା ବର୍ତ୍ତମାନ ପ୍ରତି ୧୦ ଗ୍ରାମ ପିଛା ୮୬୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି।

ସେପଟେ ରୂପାର ସର୍ବକାଳୀନ ଉଚ୍ଚ ସ୍ତର ହେଉଛି କିଲୋଗ୍ରାମ ପିଛା ୭୯,୯୮୦ ଟଙ୍କା । ଅର୍ଥାତ ଆଜି ଯଦି ଆମେ ବର୍ତ୍ତମାନର ରୁପା ମୂଲ୍ୟକୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରିବା, ତେବେ ଆପଣ ଦେଖିବେ ଯେ ରୂପା ବର୍ତ୍ତମାନ ପ୍ରତି କିଲୋଗ୍ରାମ ପିଛା ୩,୩୮୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି।

କିଭଳି ସୁନାର ସୁଦ୍ଧତା ପରଖିବେ

ସରକାରଙ୍କ ଦ୍ୱାରା ସୁନାର ସୁଦ୍ଧତା ଜାଣିବା ପାଇଁ ଏକ ଆପ୍‌ କରାଯାଇଛି । ଯେଉଁଥିରେ ଆପଣ ସୁନାର ସୁଦ୍ଧତା ଛଡା ସୁନା ସହ ଜଡିତ କିଛି ଅଭିଯୋଗ ମଧ୍ୟ କରିପାରିବେ ।

୨୪ କ୍ୟାରେଟ୍ ସୁନାକୁ ଶୁଦ୍ଧ ଭାବରେ ବିବେଚନା କରାଯାଏ, କିନ୍ତୁ ଏହି ସୁନାରୁ ଅଳଙ୍କାର ତିଆରି ହୋଇପାରିବ ନାହିଁ କାରଣ ଏହା ଅତ୍ୟନ୍ତ ନରମ। ସେଥିପାଇଁ ଅଳଙ୍କାର ତିଆରି ସମୟରେ ପ୍ରାୟତଃ ୨୨ କ୍ୟାରେଟ୍ ସୁନା ବ୍ୟବହୃତ ହୁଏ।୨୪ କ୍ୟାରେଟ୍ ସୁନା ୯୯.୯ ପ୍ରତିଶତ ଶୁଦ୍ଧ ଏବଂ ୨୨ କ୍ୟାରେଟ୍ ପ୍ରାୟ ୯୧ ପ୍ରତିଶତ ଶୁଦ୍ଧ।

୨୨ କ୍ୟାରେଟ୍ ସୁନାରେ ତମ୍ବା, ରୂପା, ଜିଙ୍କ ପରି ୯% ଅନ୍ୟ ଧାତୁ ମିଶ୍ରଣ କରି ଅଳଙ୍କାର ତିଆରି ହୋଇଥିବାବେଳେ ୨୪ କ୍ୟାରେଟ୍ ସୁନା ଉଜ୍ଜ୍ୱଳ, କିନ୍ତୁ ଏହାର ଅଳଙ୍କାର ତିଆରି ହୋଇପାରିବ ନାହିଁ। ସେଥିପାଇଁ ଅଧିକାଂଶ ଦୋକାନୀମାନେ ୨୨ କ୍ୟାରେଟରେ ସୁନା ବିକ୍ରି କରିଥାନ୍ତି।

ସୁନା କିଣିବାବେଳେ ଗ୍ରାହକମାନେ ଏହାର ଗୁଣର ଯତ୍ନ ନେବା ଆବଶ୍ୟକ। ହଲମାର୍କ ଚିହ୍ନ ଦେଖିବା ପରେ ହିଁ ସୁନା ଅଳଙ୍କାର କିଣିବା ଉଚିତ୍। ହଲମାର୍କ ହେଉଛି ସୁନା ପାଇଁ ଏକ ସରକାରୀ ଗ୍ୟାରେଣ୍ଟି ଏବଂ ବ୍ୟୁରୋ ଏଫ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ) ହେଉଛି ଭାରତର ଏକମାତ୍ର ଏଜେନ୍ସି ଯାହା ହଲମାର୍କ ଚିହ୍ନଟ କରିଥାଏ। ବିଆଇଏସ ଆକ୍ଟ ଅନୁଯାୟୀ ନିୟମ ଏବଂ ନିୟମାବଳୀ ଗୁଡିକ ପରିଚାଳିତ ହୋଇଥାଏ।

ପଢ଼ନ୍ତୁ ଏହି ଖବର:  ଏହି ରାଜ୍ୟରେ ବଢ଼ିଲା ମହଙ୍ଗା ଭତ୍ତା! ସରକାରୀ କର୍ମଚାରୀଙ୍କୁ ଏପ୍ରିଲ ମାସ ଦରମାରେ ମିଳିବ ଫାଇଦା

ସୁନାର ଶୁଦ୍ଧତା ଚିହ୍ନିବା ପାଇଁ ISO ଦ୍ୱାରା ହଲ୍ ମାର୍କ ଦିଆଯାଏ। ୨୪ କ୍ୟାରେଟ୍ ସୁନା ଅଳଙ୍କାରରେ ୯୯୯, ୨୩ କ୍ୟାରେଟ୍ ଉପରେ ୯୫୮, ୨୨ କ୍ୟାରେଟ୍ ଉପରେ ୯୧୬, ୨୧ କ୍ୟାରେଟ୍ ଉପରେ ୮୭୫ ଏବଂ ୧୮ କ୍ୟାରେଟ୍ ଉପରେ ୭୫୦ ଲେଖା ଯାଇଥାଏ। ପ୍ରାୟତ ସୁନା ୨୨ କ୍ୟାରେଟରେ ବିକ୍ରି ହେଉଥିବାବେଳେ କିଛି ଲୋକ ୧୮ କ୍ୟାରେଟ୍ ମଧ୍ୟ ବ୍ୟବହାର କରନ୍ତି।
Published by:Lipina Das
First published: