ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ମଙ୍ଗଳବାର ଦିନ ପୁଣି ଶସ୍ତା ହେଲା ସୁନା; ରୂପା ମଧ୍ୟ ହ୍ରାସ ହେଲା, ଚେକ୍ କରନ୍ତୁ ନୂଆ ଦାମ୍

ମଙ୍ଗଳବାର ଦିନ ପୁଣି ଶସ୍ତା ହେଲା ସୁନା; ରୂପା ମଧ୍ୟ ହ୍ରାସ ହେଲା, ଚେକ୍ କରନ୍ତୁ ନୂଆ ଦାମ୍

ମଙ୍ଗଳବାର ଦିନ ଦେଶର ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦରରେ (MCX Gold Price) ହ୍ରାସ ଦେଖିବାକୁ ମିଳିଛି । ସକାଳେ ସୁନାରେ ଫ୍ୟୁଚର ଟ୍ରେଡ଼ ୧୮ ଟଙ୍କା ହ୍ରାସ ହୋଇ ୪୮,୮୭୬.୦୦ ଟଙ୍କାରେ ଟ୍ରେଣ୍ଡ କରିଥିଲା ।

ମଙ୍ଗଳବାର ଦିନ ପୁଣି ଶସ୍ତା ହେଲା ସୁନା; ରୂପା ମଧ୍ୟ ହ୍ରାସ ହେଲା, ଚେକ୍ କରନ୍ତୁ ନୂଆ ଦାମ୍
ଆଜି ପୁଣି ଶସ୍ତା ହେଲା ସୁନା ଦାମ୍
  • News18 Odia
  • Last Updated: January 19, 2021, 12:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ମଙ୍ଗଳବାର ଦିନ ଦେଶର ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦରରେ (MCX Gold Price) ହ୍ରାସ ଦେଖିବାକୁ ମିଳିଛି । ସକାଳେ ସୁନାରେ ଫ୍ୟୁଚର ଟ୍ରେଡ଼ ୧୮ ଟଙ୍କା ହ୍ରାସ ହୋଇ ୪୮,୮୭୬.୦୦ ଟଙ୍କାରେ ଟ୍ରେଣ୍ଡ କରିଥିଲା । ଏହା ବ୍ୟତୀତ ରୂପା ଫ୍ୟୁଚର ଟ୍ରେଡ଼ରେ ୩୫୬ ଟଙ୍କା ବୃଦ୍ଧି ସହିତ ୩୫,୭୮୫.୦୦ ସ୍ତରରେ କାରବାର କରୁଥିବା ଦେଖିବାକୁ ମିଳିଛି । ପୂର୍ବ ବାଣିଜ୍ୟ ସେସନରେ ସୁନା ଦାମ୍ ୧୦ ଗ୍ରାମ ପିଛା ୪୮,୨୧୫ ଟଙ୍କା ଥିବାବେଳେ ରୂପା କିଲୋଗ୍ରାମରେ ୬୪,୧୧୬ ଟଙ୍କା ଥିଲା ।ଜାଣନ୍ତୁ ଦେଶର ରାଜଧାନୀରେ ସୁନା ଓ ରୂପା ର ସର୍ବଶେଷ ଦର କ’ଣ ରହିଛି:

ଦିଲ୍ଲୀରେ ୧୯ ଜାନୁଆରୀ ୨୦୨୧ ରେ ସୁନା-ରୂପା ଦାମ୍
୨୨ କ୍ୟାରେଟ୍ ସୁନା - ୪୭୬୬୦ଟଙ୍କା
୨୪ କ୍ୟାରେଟ୍ ସୁନା - ୫୧୯୯୦ ଟଙ୍କା
ରୂପା ଦାମ୍ - ୬୫୬୦୦ ଟଙ୍କା

ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଯାଜପୁରରେ ଦୁଇ ଜଣ ଯୁବତୀ ପରସ୍ପରକୁ ବାହା ହେଲେ; ପରିବାର ଡରରେ ଥାନାକୁ ଆସିଲେ

ଆନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦାମ୍
ଏହା ବ୍ୟତୀତ ଆନ୍ତର୍ଜାତୀୟ ବଜାରକୁ ଆସିବା ପରେ ଏଠାରେ ସୁନା ଦରରେ ବୃଦ୍ଧି ଘଟିଛି । ଆଜି ଆମେରିକାରେ ସୁନା ୧.୯୫ ଡଲାର ବୃଦ୍ଧି ହୋଇ ପ୍ରତି ଆଉନ୍ସ ୧,୮୩୮.୩୩ ଡଲାରରେ କାରବାର କରୁଛି । ଏହା ବ୍ୟତୀତ ରୂପା ପ୍ରାୟ $ ୦.୨୫ ବୃଦ୍ଧି ସହିତ ପ୍ରତି ଆଉନ୍ସ $ ୨୫.୨୧ ସ୍ତରରେ ନଜର ଆସିଥିଲା ।

ଏହା ବି ପଢ଼ନ୍ତୁ | ମାହାଙ୍ଗା ଡବଲ୍ ମର୍ଡ଼ର: ‘‘ତାଙ୍କ ଦି ପୁଅ ମୋତେ ନଙ୍ଗଳା କରି ମାଇଲେ ବୋଲି ମୁଁ ତାଙ୍କୁ ମାରିଦେଲି’’

କେଉଁ ଦରରେ ଗତକାଲି ବଜାର ବନ୍ଦ ହୋଇଥିଲା
ସୋମବାର ୧୮ ଜାନୁଆରୀ ୨୦୧୧ ରେ ଭାରତୀୟ ବଜାରରେ ସୁନା ଦାମ୍ ରେକର୍ଡ କରାଯାଇଛି । ଆଜି ଦିଲ୍ଲୀର ସରଫା ବଜାରରେ ସୁନା ଦାମ୍ ୧୦ ଗ୍ରାମ ପିଛା ୧୧୭ ଟଙ୍କା ବୃଦ୍ଧି ପାଇଛି । ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୧୧୭ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧ ସୁନାର ନୂତନ ଦାମ୍ ବର୍ତ୍ତମାନ ୧୦ ଗ୍ରାମ ପ୍ରତି ୪୮,୩୩୨ ଟଙ୍କା ଥିଲା ।



ରୂପା ଦାମ୍ ବୃଦ୍ଧି ପାଇଲା
ଆଜି ଦିଲ୍ଲୀ ବୁଲିଅନ୍ ବଜାରରେ ରୂପା ଦାମ୍ ୫୪୧ ଟଙ୍କା ବୃଦ୍ଧି ପାଇଛି । ବର୍ତ୍ତମାନ ଏହାର ଦାମ୍ କିଲୋଗ୍ରାମ ପିଛା ୬୪,୬୫୭ ଟଙ୍କାରେ ପହଞ୍ଚିଛି ।
Published by: Jagdish Barik
First published: January 19, 2021, 12:32 PM IST