ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଭଲ ଖବର! ଆଜି ପୁଣି ଶସ୍ତା ହେଲା ସୁନା; ଜାଣନ୍ତୁ କ'ଣ ରହିଛି ୧୦ ଗ୍ରାମର ସୁନାର ଦାମ୍

ଭଲ ଖବର! ଆଜି ପୁଣି ଶସ୍ତା ହେଲା ସୁନା; ଜାଣନ୍ତୁ କ'ଣ ରହିଛି ୧୦ ଗ୍ରାମର ସୁନାର ଦାମ୍

ସୋମବାର ଦିନ ସୁନା ଦରରେ (Gold prices Today) ହ୍ରାସ ଘଟିଛି । ଆଜି ସକାଳେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (MCX) ସୁନାରେ ଫ୍ୟୁଚର ଟ୍ରେଡ଼ ୪୦ ଟଙ୍କା ହ୍ରାସ ହୋଇ ୪୮,୬୮୫.୦୦ ଟଙ୍କାରେ ଟ୍ରେଣ୍ଡ କରିଥିଲା ।

ଭଲ ଖବର! ଆଜି ପୁଣି ଶସ୍ତା ହେଲା ସୁନା; ଜାଣନ୍ତୁ କ'ଣ ରହିଛି ୧୦ ଗ୍ରାମର ସୁନାର ଦାମ୍
ଆଜି ପୁଣି ଶସ୍ତା ହେଲା ସୁନା ଦାମ୍
  • News18 Odia
  • Last Updated: January 18, 2021, 1:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସୋମବାର ଦିନ ସୁନା ଦର ହ୍ରାସ ପାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (MCX) ଆଜି ସକାଳେ ସୁନା ୪୮,୬୮୫.୦୦ ଟଙ୍କାରେ କାରବାର କରିଥିଲା । ଯାହା ଫ୍ୟୁଚର ଟ୍ରେଡ଼ରେ ୪୦ ଟଙ୍କା ହ୍ରାସ ପାଇଥିଲା । ଏଥି ସହିତ ବିପରୀତ ଭାବେ ରୂପା ଦରେର ତୀବ୍ର ବୃଦ୍ଧି ଘଟିଛି । ମାର୍ଚ୍ଚର ଫ୍ୟୁଚର ଟ୍ରେଡ଼ ୨୬୦.୦୦ ବୃଦ୍ଧି ହୋଇ ୬୫,୦୨୪.୦୦ ଟଙ୍କାର ସ୍ତରରେ ଥିଲା । ଜାଣନ୍ତୁ ଦେଶର ରାଜଧାନୀରେ ସୁନା ଓ ରୂପା ର ସର୍ବଶେଷ ଦର କ’ଣ ରହିଛି-

ଦିଲ୍ଲୀରେ ୧୮ ଜାନୁଆରୀ ୨୦୨୧ ରେ ସୁନା-ରୂପା ଦାମ୍
୨୨ କ୍ୟାରେଟ୍ ସୁନା - ୪୮୧୩୦ ଟଙ୍କା
୨୪ କ୍ୟାରେଟ୍ ସୁନା - ୫୧୫୦୦ ଟଙ୍କା
ରୂପା ଦାମ୍ - ୬୫୦୦୦ ଟଙ୍କା

ଆନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦାମ୍
ଏହା ବ୍ୟତୀତ ଆନ୍ତର୍ଜାତୀୟ ବଜାରକୁ ଆସିବା ପରେ ଏଠାରେ ସୁନା ଦରରେ ବୃଦ୍ଧି ଘଟିଛି । ଆଜି ଆମେରିକାରେ ସୁନା ୧.୬୧ ଡଲାର ବୃଦ୍ଧି ହୋଇ ପ୍ରତି ଆଉନ୍ସ ୧,୮୨୮.୯୯ ଡଲାରରେରେ କାରବାର କରୁଛି । ଏହା ବ୍ୟତୀତ ରୂପା ପ୍ରାୟ $ ୦.୧୧ ବୃଦ୍ଧି ସହିତ ପ୍ରତି ଆଉନ୍ସ $ ୨୪.୮୬ ସ୍ତରରେ ନଜର ଆସିଥିଲା ।

୨୦୨୧ ମସିହାରେ ସୁନା ୧୦ ଗ୍ରାମ ପ୍ରତି ୬୦ ହଜାର ପର୍ଯ୍ୟନ୍ତ ଯାଇପାରେ
ସୁନାର ପୂର୍ବ ବର୍ଷପରି ୨୦୨୧ ମସିହାରେ ମଧ୍ୟ ଏହା ଦରରେ ବୃଦ୍ଧି ପଞ୍ଜିକରଣ କରିବ ବୋଲି ଆଶା କରାଯାଉଛି । ବିଶ୍ୱାସ କରାଯାଏ ଯେ ଏହି ବର୍ଷ ସୁନା ୧୦ ଗ୍ରାମ ପ୍ରତି ୬୦,୦୦୦ ଟଙ୍କା ସ୍ତର ଅତିକ୍ରମ କରିପାରେ । ଅନ୍ୟ ଅର୍ଥରେ ୧୦ ଗ୍ରାମ ପ୍ରତି ୫୦,୦୦୦ ଟଙ୍କା ସ୍ତରରେ ସୁନାରେ ବିନିଯୋଗ କରିବା ଆପଣଙ୍କ ପାଇଁ ଏକ ଲାଭଦାୟକ ଡିଲ୍ ହୋଇପାରେ ।

ଜାଣନ୍ତୁ କ’ଣ ରହିଛି ବିଶେଷଜ୍ଞଙ୍କ ମତ 
ବିଶେଷଜ୍ଞମାନେ କହିଛନ୍ତି ଯେ ୨୦୨୦ ରେ କରୋନା ସଙ୍କଟ ଯୋଗୁଁ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ଅର୍ଥନୈତିକ ପରିବେଶ ଯୋଗୁଁ ଲୋକମାନେ ସୁନାରେ ବିପୁଳ ପରିମାଣର ପୁଞ୍ଜି ବିନିଯୋଗ କରିଥିଲେ ଓ ଏହାର ମୂଲ୍ୟରେ ଏକ ବଡ଼ ଧରଣର ରେକର୍ଡ ହୋଇଥିଲା । ଅବଶ୍ୟ କରୋନା ଟିକା ଆସିବା ସହିତ ବର୍ତ୍ତମାନ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ହେଲେ ସୁନା ଦରରେ ହ୍ରାସ ମଧ୍ୟ ରେକର୍ଡ ହୋଇପାରେ ।
Published by: Jagdish Barik
First published: January 18, 2021, 1:21 PM IST