News18 Odia Digital
Gold Health Benefits: ସୁନା ମଧ୍ୟ ଅନେକ ଔଷଧୀୟ ଗୁଣରେ ଭରପୂର। ଅନେକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ସୁନା ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇଥାଏ। ଆୟୁର୍ବେଦ ଅନୁଯାୟୀ ସୁନା ଅଳଙ୍କାର ଏପରି ଭାବେ ପିନ୍ଧିବା ଉଚିତ ଯେପରିକି ଶରୀରକୁ ସ୍ପର୍ଶ ହେଉଥିବ। ଶରୀର ନିକଟରେ ପିନ୍ଧିବା ଉଚିତ୍। କାରଣ ଏହା ଶରୀରକୁ ଅନେକ ଉପକାର ଦେଇଥାଏ କେବଳ ଏତିକି ନୁହେଁ, ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ।
୧.ରକ୍ତ ସଞ୍ଚାଳନରେ ଉନ୍ନତି: ରକ୍ତ ସଞ୍ଚାଳନକୁ ପ୍ରୋତ୍ସାହିତ କରିବା ପାଇଁ ସୁନା ଏକ ଭଲ ଉତ୍ସ ଭାବେ କାମ କରେ। ଯେତେବେଳେ ଜଣେ ବ୍ୟକ୍ତି ସୁନା ଅଳଙ୍କାର ପିନ୍ଧନ୍ତି, ଏହା ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନର ପ୍ରବାହକୁ ଉନ୍ନତ କରିଥାଏ। ସୁନା ପିନ୍ଧିବାର ସବୁଠୁ ଭଲ ଫାଇଦା ସେହି ଅଙ୍ଗକୁ ମିଳିଥାଏ ଯେଉଁଠାରେ ଗହଣା ପିନ୍ଧାଯାଇଥାଏ।
୨. ଶରୀରକୁ ଆରାମ ଦିଏ: ସୁନା ପିନ୍ଧିବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ। ଏହା ମଧ୍ୟ ମୁଣ୍ଡବିନ୍ଧାକୁ ହ୍ରାସ କରିପାରେ। କୁହାଯାଏ ଯେ ହାତର ଇଣ୍ଡେକ୍ସ ଆଙ୍ଗୁଠିରେ ଏକ ଅକ୍ୱସ ପଏଣ୍ଟ ଅଛି ଯାହା ମୁଣ୍ଡବିନ୍ଧାକୁ ହ୍ରାସ କରିଥାଏ। ଯେତେବେଳେ ଆପଣ ଏକ ମୁଦ ପିନ୍ଧନ୍ତି, ଏହି ପଏଣ୍ଟ ଉପରେ ଚାପ ପଡିଥାଏ।
EPFOର ନୂଆ ସର୍କୁଲାର ଜାରି; ପେନସନଧାରୀଙ୍କ ଆକାଉଣ୍ଟକୁ ଆସିବ ଅଧିକ ପେନସନ୩. ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରେ: ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାର ସୁନାରେ କ୍ଷମତା ଅଛି ବୋଲି ବିଶ୍ୱାସ କରାଯାଏ। ଏହା ବ୍ୟକ୍ତିଙ୍କୁ ଶରୀରର ତାପମାତ୍ରାର ପରିବର୍ତ୍ତନରୁ ରକ୍ଷା କରିଥାଏ ଓ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା ପାଇଁ ମଧ୍ୟ କାର୍ଯ୍ୟ କରିଥାଏ।
୪.ମୁଡରେ ସୁଧାର ଆଣିଥାଏ: ସୁନାରେ ନିର୍ମିତ ଅଳଙ୍କାର ମନୋବଳକୁ ବଢାଇବା ପାଇଁ କାମ କରେ। ସୁନା ଅଳଙ୍କାର ପିନ୍ଧି ଜଣେ ବ୍ୟକ୍ତି ନିଜକୁ ଅଧିକ ଆକର୍ଷଣୀୟ ମନେ କରେ ଓ ତାଙ୍କର ଆତ୍ମବିଶ୍ୱାସ ମଧ୍ୟ ବଢ଼ିଯାଏ।
୫.ଚର୍ମକୁ ଚମକାଇବାରେ ସାହାଯ୍ୟକାରୀ: ଆଜିକାଲି ବିଭିନ୍ନ ସୌନ୍ଦର୍ଯ୍ୟ ଟ୍ରିତମେଣ୍ଟରେ ସୁନା ବ୍ୟବହାର କରାଯାଉଛି। ସୁନାର ବ୍ୟବହାର କେବଳ ଚେହେରାକୁ ଉଜ୍ଜ୍ୱଳ କରେ ନାହିଁ, ବରଂ ଚର୍ମକୁ ସୁସ୍ଥ ମଧ୍ୟ ରଖେ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରୀ ପରାମର୍ଶ ନିଅନ୍ତୁ। ନ୍ୟୁଜ୧୮ ଓଡ଼ିଆ ଏହା ନିଶ୍ଚିତ କରେ ନାହିଁ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।