ଆଜି ଶସ୍ତା ହୋଇଗଲା ସୁନା; ରୂପା ଦାମ ମଧ୍ୟ ୫୦୪ ଟଙ୍କା ହ୍ରାସ ପାଇଲା, ଜାଣନ୍ତୁ ନୂଆ ଦର

Gold - Silver Price Update: ବିଶ୍ୱ ବଜାରରେ ମାନ୍ଦାବସ୍ଥା ଯୋଗୁଁ ଗୁରୁବାର ଦିନ ଘରୋଇ ବଜାରରେ ସୁନା ଦର ଶସ୍ତା ହୋଇଛି । ରୂପା ମଧ୍ୟ ୫୦୪ ଟଙ୍କା ହ୍ରାସ ପାଇଛି । ଡଲାର ତୁଳନାରେ ଟଙ୍କା ୪ ପଇସା ବୃଦ୍ଧି ପାଇଛି ।

ଆଜି ଶସ୍ତା ହୋଇଗଲା ସୁନା; ରୂପା ଦାମ ମଧ୍ୟ ୫୦୪ ଟଙ୍କା ହ୍ରାସ ପାଇଲା, ଜାଣନ୍ତୁ ନୂଆ ଦର
ଆଜି ଶସ୍ତା ହଲା ସୁନା
  • News18 Odia
  • Last Updated: October 22, 2020, 7:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଡଲାର ତୁଳନାରେ ଟଙ୍କା ମୂଲ୍ୟ ବୃଦ୍ଧି ଓ ବିଶ୍ୱ ବଜାରରେ ମାନ୍ଦାବସ୍ଥା ଯୋଗୁଁ ଆଜି ଘରୋଇ ବଜାରରେ ସୁନା ଶସ୍ତା ହୋଇଛି । ଗୁରୁବାର ଦିନ ଦିଲ୍ଲୀର ସରୋଫା ବଜାରରେ ସୁନା ବ୍ୟତୀତ ରୂପା ହାରରେ ମଧ୍ୟ ହ୍ରାସ ଘଟିଛି । ଆଜି ଡଲାର ତୁଳନାରେ ଟଙ୍କା ୪ ପଇସା ବୃଦ୍ଧି ପାଇଛି । ଏଥି ସହିତ ଅନ୍ତର୍ଜାତୀୟ ବଜାରରେ ଉଭୟ ମୂଲ୍ୟବାନ ଧାତୁର ଦର ହ୍ରାସ ଦେଖା ଯାଇଥିଲା । ତେବେ ଏହାପୂର୍ବରୁ ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଥିଲା ।

ସୁନାର ନୂଆ ଦର (Gold Price, 22 October 2020) - ଗୁରୁବାର ଦିନ ଦିଲ୍ଲୀର ସରୋଫା ବଜାରରେ ସୁନା ଦର ୧୦ ଗ୍ରାମ ପିଛା ୯୫ ଟଙ୍କା ଶସ୍ତା ହୋଇଛି । ଏହା ପରେ ବର୍ତ୍ତମାନ ସୁନାର ନୁଆ ଦର ୧୦ ଗ୍ରାମ ପିଛା ୫୧,୪୦୫ ଟଙ୍କାକୁ ଖସି ଆସିଛି । ଏହାର ପ୍ରଥମ ବାଣିଜ୍ୟ ଅଧିବେଶନରେ ସୁନା ୫୧,୫୦୦ ଟଙ୍କା ବନ୍ଦ ହୋଇଥିଲା । ଆନ୍ତର୍ଜାତୀୟ ବଜାରରେ ସୁନା ଦର ୧,୯୧୮ ଡଲାର ପ୍ରତି ଆଉନ୍ସ ହୋଇଛି ।

ରୂପାର ନୂଆ ଦର (Silver Price, 22 October 2020) - ରୂପା ବିଷୟରେ କହିବାକୁ ଗଲେ ଆଜି ଏହା ମଧ୍ୟ ରେକର୍ଡ ସ୍ତରରେ ହ୍ରାସ ଘଟିଛି । ଆଜି ଦିଲ୍ଲୀ ସରୋଫା ବଜାରରେ ରୂପା ୫୦୪ ଟଙ୍କା ପ୍ରତୀ କିଲୋଗ୍ରାମ ଶସ୍ତା ହୋଇ ୬୩,୪୨୫ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ରୂପା ଦର ୬୩,୯୨୯ ଟଙ୍କା ଥିଲା । ଆନ୍ତର୍ଜାତୀୟ ବଜାର ବିଷୟରେ କହିବାକୁ ଗଲେ ରୂପା ମୂଲ୍ୟ ୨୪.୮୯ ଡଲାର ପ୍ରତି ଆଉନ୍ସ ହୋଇଛି ।

HDFC ସିକ୍ୟୁରିଟିର ବରିଷ୍ଠ ଆନାଲିଷ୍ଟ (କମେଡିଟିଜ) କହିଛନ୍ତି ଯେ ବିଶ୍ୱ ବଜାରରେ ମାନ୍ଦାବସ୍ଥା ଯୋଗୁଁ ଦିଲ୍ଲୀର ସରୋଫା ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୫ ଟଙ୍କା ତଳକୁ ଖସି ଆସିଛି । ଗୁରୁବାର ଦିନ ଡ଼ଲାର ତୁଳନାରେ ଟଙ୍କାରେ ୪ ପଇସା ବୃଦ୍ଧି ଘଟିଛି । ଏହା ପରେ ଏହା ୭୩.୫୪ ସ୍ତରରେ ପହଞ୍ଚିଛି ।
Published by: Jagdish Barik
First published: October 22, 2020, 7:49 PM IST
corona virus btn
corona virus btn
Loading