ମାଗଣାରେ ମିଳୁଛି ସୁନା !: ନଦୀରୁ ସୁନା ସଂଗ୍ରହ କରିବାକୁ ଲୋକଙ୍କ ଭିଡ଼, ଭିଡିଓ ଭାଇରାଲ

ମାଛ ନୁହେଁ ସୁନା ଧରିବାକୁ ନଦୀ କୂଳରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । କିଛି ବ୍ୟକ୍ତି ସୁନା ପାଇବା ପରେ ଖୁବ୍ ଖୁସି ଥିବା ପ୍ରକାଶ କରିଛନ୍ତି ।

ନଦୀରୁ ମିଳୁଛି ସୁନା: ସଂଗ୍ରହ କରିବାକୁ ନଦୀ କୂଳରେ ଲୋକଙ୍କ ଭିଡ

ନଦୀରୁ ମିଳୁଛି ସୁନା: ସଂଗ୍ରହ କରିବାକୁ ନଦୀ କୂଳରେ ଲୋକଙ୍କ ଭିଡ

  • News18 Odia
  • Last Updated :
  • Kolkata, India
  • Share this:
News 18 Odia Digital

Free Gold ମାଗଣାରେ ମିଳୁଛି ସୁନା । ନଦୀରେ ସୁନା ଭାସି ଆସୁଥିବା ଖବର ମିଳିବା ପରେ ଲୋକଙ୍କ ନାହିଁନଥିବା ଭିଡ଼ । ସୁନା ଦର ଯେଉଁ ଭଳି ଆକାଶ ଛୁଆଁ ହାତ ମାରି ହେଉନି । ଗରିବ ଲୋକଙ୍କ ପାଇଁ ସାତ ସପନ ସାଜିଛି । ଏଭଳି ସ୍ଥିତିରେ ମାଟି ଓ ବାଲି ଆଡ଼େଇଲେ ହାତକୁ ଆସୁଛି ସୁନା  । ଏଇ ଖବର ପ୍ରଚାର ହେବା ପରେ ଲୋକଙ୍କ ଅସମ୍ଭାଳ ଭିଡ଼ । ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ (Westbengal) ବୀରଭୂମ (Bibhum) ଜିଲ୍ଲାରେ ।

ନଦୀ ବାଲିରେ ସୁନା ମିଳିବା କଥା ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ ବୋଲି ଲୋକେ ଦାବି କରିଛନ୍ତି ବୀରଭୂମର ଲୋକ । ପାର୍କାଣ୍ଡି ଗାଁ ନିକଟରେ ପ୍ରବାହିତ ହେଉଥିବା ବାନ୍ସଲୋଇ ନଦୀରୁ ସୁନା ମିଳୁଥିବା  ଲୋକେ କହିଛନ୍ତି । ପ୍ରାୟତଃ ନଦୀଟି ଖରାଦିନ ସମୟରେ ଶୁଖିଯାଉଥିବା ଦେଖିବାକୁ ମିଳେ । କେବଳ ବର୍ଷାଦିନେ ଅଧିକ ଜଳ ନଦୀରେ ପ୍ରବାହିତ ହୋଇଥାଏ ।

ଦୁଇଦିନ ତଳେ ନଦୀରୁ ଝାଡ଼ଖଣ୍ଡର (jharkhand) ଜଣେ ବାସିନ୍ଦା ସୁନା ଅଳଙ୍କାର ପାଇଥିଲେ । ଏହା ଜାଣିବା ପରେ କେତେ ଲୋକ ନଈରେ ପଶି ସୁନା ଖୋଜିବା ଆରମ୍ଭ କରିଥିବା ବେଳେ ଆଉ କେତେ ନଦୀ ପଠାରେ ମାଟିକୁ ଖୋଳି ସୁନା ଖୋଜିବା ଆରମ୍ଭ କରିଥିଲେ । ଏଥିରେ କିଛି ଲୋକ ସୁନା ସହ ଛୋଟ ଛୋଟ ସୁନା ଗହଣାର ଅଂଶ ନଦୀ ପାଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।..



ଏବେ ଅନେକ ଲୋକ ଏଭଳି ପ୍ରୟାସ ଜାରି ରଖିଥିବା ସୂଚନା ମିଳିଛି । ତେବେ ନଦୀରୁ ମିଳୁଥିବା ସୁନା ଖଣ୍ଡ ଗୁଡିକ କେଉଁଠୁ ଆସିଲା ତାହା ଜାଣିବାକୁ ଅନେକ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଛନ୍ତି । କୁହାଯାଉଛି ଯେ, ଏକ ଅଞ୍ଚଳ 'ମହେଶପୁର ରାଜବାରୀ' ଯାହାର ଅନେକ ଅଞ୍ଚଳ ସୁବର୍ଣ୍ଣରେଖା (Subarnarekha River) ବନ୍ୟାରେ ବୁଡିଯାଇଥିଲା ସେହି ସ୍ଥାନରୁ ଶାଖା ନଦୀ ମାଧ୍ୟମରେ ବାନ୍ସଲୋଇ ନଦୀକୁ ସୁନା ଆସିଥାଇପାରେ ବୋଲି କୁରାଯାଉଛି ।



ଏହି ଖବର ପଢ଼ନ୍ତୁ - spy pigeon: କେମିତି ତାଲିମ ନିଏ ପାରା ?

ଏପରି ଖବର ପ୍ରଚାରିତ ହେବା ପରେ ପ୍ରଶାସନ ନିକଟରେ ମଧ୍ୟ ଖବର ପହଞ୍ଚିଛି । ମୁରାରାଇ ବିଡିଓ ପୋଲିସକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଇଛନ୍ତି । ଦୁର୍ଘଟଣାକୁ ଏଡାଇବା ପାଇଁ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବା ସହ ଉକ୍ତ ନଦୀକୁ ପ୍ରବେଶ ପାଇଁ ବାରଣ କରିଛି । ଘଟଣା ବିଷୟରେ ପୋଲିସ ଅଧିକ ଖୋଳତାଡ କରୁଥିବା ଜଣାପଡିଛି ।
Published by:Soubhagya Mishra
First published: