ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»୪ ବର୍ଷ ପରେ କୌଣସି ଗୋଟିଏ ମାସରେ ସବୁଠାରୁ ଶସ୍ତା ହେଲା ସୁନା; ଜାଣନ୍ତୁ କେବେ ଯାଏଁ ରହିବ ଏହି ଦାମ୍

୪ ବର୍ଷ ପରେ କୌଣସି ଗୋଟିଏ ମାସରେ ସବୁଠାରୁ ଶସ୍ତା ହେଲା ସୁନା; ଜାଣନ୍ତୁ କେବେ ଯାଏଁ ରହିବ ଏହି ଦାମ୍

Gold Rate Update: ନଭେମ୍ବର ମାସରେ ସୁନା ଦରରେ ରେକର୍ଡ ସ୍ତରରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଏହି ମାସରେ ୫.୭ ପ୍ରତିଶତ ଦର ହ୍ରାସ ପାଇଛି । ଡିସେମ୍ବରରେ ସୁନା ଦରରେ ବୃଦ୍ଧି ହେବାର କୌଣସି ସମ୍ଭାବନା ନାହିଁ ।

୪ ବର୍ଷ ପରେ କୌଣସି ଗୋଟିଏ ମାସରେ ସବୁଠାରୁ ଶସ୍ତା ହେଲା ସୁନା; ଜାଣନ୍ତୁ କେବେ ଯାଏଁ ରହିବ ଏହି ଦାମ୍
୪ ବର୍ଷ ପରେ କୌଣସି ଗୋଟିଏ ମାସରେ ସବୁଠାରୁ ଶସ୍ତା ହେଲା ସୁନା ଦାମ୍
  • News18 Odia
  • Last Updated: November 30, 2020, 3:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସପ୍ତାହର ପ୍ରଥମ ବାଣିଜ୍ୟ ଦିନରେ ହ୍ରାସ ସହିତ ବର୍ତ୍ତମାନ ସୁନା ଦର ଗତ ୪ ବର୍ଷ ମଧ୍ୟରେ କୌଣସି ବି ଗୋଟିଏ ମାସରେ ସବୁଠାରୁ ବଡ ହ୍ରାସ ଆଡକୁ ଗତି କରୁଛି ।କରୋନା ଭୂତାଣୁ ଟିକାକୁ ନେଇ ଆଶା ଉଜ୍ଜୀବିତ ପାଇଛି । ଯେଉଁ କାରଣରୁ ଅର୍ଥନୈତିକ ପୁନରୁଦ୍ଧାରର ଗତି ମଧ୍ୟ ବୃଦ୍ଧି ପାଇଛି । ଏହା ହେଉଛି କାରଣ ନିବେଶକମାନେ ବର୍ତ୍ତମାନ ପାରମ୍ପାରିକ ଭାବରେ ବିପଦପୂର୍ଣ୍ଣ ସମ୍ପତ୍ତିରେ ବିନିଯୋଗ ଆଡକୁ ଗତି କରୁଛନ୍ତି । ସୋମବାର ମଧ୍ୟାହ୍ନ ସୁଦ୍ଧା ସୁନା ଦର ପ୍ରାୟ ୧ ପ୍ରତିଶତ ହ୍ରାସ ହୋଇ ୧,୭୭୧.୨୨ ଡଲାରରେ ପହଞ୍ଚିଛି ।

ନଭେମ୍ବର ମାସରେ ୫.୭ ପ୍ରତିଶତ ହ୍ରାସ ଘଟିଛି । ୨୦୧୬ ପରେ କୌଣସି ଗୋଟିଏ ମାସରେ ଏହା ସବୁଠାରୁ ବଡ଼ ହ୍ରାସ ହୋଇପାରେ । ଯୁକ୍ତରାଷ୍ଟ୍ରରେ ଫ୍ୟୁଚର ସୁନାର ଦର ମଧ୍ୟ ୦.୭ ପ୍ରତିଶତ ହ୍ରାସ ହୋଇ ୧,୭୭୫ ଡଲାରରେ ପହଞ୍ଚିଛି ।

ଏହା ବି ପଢ଼ନ୍ତୁ | ନୟାଗଡ଼ ନାବାଳିକା ପରୀର ହତ୍ୟା ମାମଲା: BJP କହିଲା CM ମନ୍ତ୍ରୀ ଅରୁଣଙ୍କୁ ବରଖାସ୍ତ କରି CBI ତଦନ୍ତ ପାଇଁ ଲେଖନ୍ତୁ

କଣ ପାଇଁ  ସୁନା ଦର ହ୍ରାସ ହେଉଛି?
ବିଶେଷଜ୍ଞମାନେ କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ଟିକା ଆସିବାର ଖବରର ପ୍ରଭାବ ସକରାତ୍ମକ ହୋଇଛି । ଏହା ଯୋଗୁଁ ସୁନା ପରି ସୁରକ୍ଷିତ ବିନିଯୋଗ ପ୍ରତି ଆଗ୍ରହ ହ୍ରାସ ପାଇଛି । ଏହା ବ୍ୟତୀତ ହଳଦିଆ ଧାତୁ ୧,୮୦୦ ଡଲାରରୁ ଶସ୍ତା ହେବା ପରେ ଏହା ଅଧିକ ବିକ୍ରି ଅଧିକ ହେବାର ଦେଖାଗଲା ।

ଟିକା ଖବର ଆସିବା ପରେ ଡଲାର ଅଢ଼େଇ ବର୍ଷ ତଳକୁ ଖସି ଆସିଛି । ସେୟାର ମାର୍କେଟରେ ମଧ୍ୟ ଏକ ରେକର୍ଡ ସ୍ତରର ବୃଦ୍ଧି ଘଟିଛି । ବିଶେଷଜ୍ଞମାନେ କହିଛନ୍ତି ଯେ ନିକଟ ଭବିଷ୍ୟତରେ ସୁନା ବୃଦ୍ଧି ହେବାର କୌଣସି ସମ୍ଭାବନା ନାହିଁ । ଆମେ ତଥାପି ଏଥିରେ ଦୁର୍ବଳତା ଦେଖିପାରିବା । ସେମାନଙ୍କ କହିବା ଅନୁସାରେ ଗତ କିଛି ଦିନ ମଧ୍ୟରେ ସୁନା ବିକ୍ରି ରେକର୍ଡ ସ୍ତରର ଦେଖିବାକୁ ମିଳିବ । ବର୍ତ୍ତମାନ କିଛି ସମୟ ପାଇଁ ଏହା ଦୁର୍ବଳତା ରହିବ ।

ଏହା ବି ପଢ଼ନ୍ତୁ | ବନ ବିଭାଗରେ କୁବେର ଇଏ! କୋଟି କୋଟି ଟଙ୍କାର ମାଲିକ; ଘରୁ ଲକ୍ଷ ଟଙ୍କା, କିଲୋ ସୁନା ଜବତ

ଅନ୍ୟପକ୍ଷରେ ରିସ୍କ ନେବା ପ୍ରବୃତ୍ତି ପୁଣି ଥରେ ବୃଦ୍ଧି ପାଉଛି । ସାମ୍ପ୍ରତିକ ତଥ୍ୟରୁ ଜଣାପଡିଛି ଯେ ନଭେମ୍ବରରେ ଗତ ୩ ବର୍ଷ ମଧ୍ୟରେ ଚାଇନାର କାରଖାନା ଉତ୍ପାଦନ ଦ୍ରୁତତମ ହୋଇଛି । ଆମେରିକାର ସିନେଟରେ ଆମେରିକାର ଫେଡେରାଲ ରିଜର୍ଭ ଚେୟାରମ୍ୟାନ୍ ଜେରୋମ ପାୱେଲଙ୍କ ସାକ୍ଷ୍ୟ ଉପରେ ନିବେଶକମାନେ ନଜର ରଖିଛନ୍ତି ।



କେବେ ବୃଦ୍ଧି ହେବ ସୁନା ଦର?
ଏହି ସମୟରେ ସିଟିବ୍ୟାଙ୍କ ଗ୍ରୁପ୍ କହିଛି ଯେ ଡିସେମ୍ବର ମାସରେ ବୁଲିୟନ ମାର୍କେଟରେ ଅଧିକ ବିକ୍ରୟ ଦେଖିବାକୁ ମିଳିବ । ଏହା ପ୍ରାୟ ୧୭୦୦ ଡଲାର କାରବାର କରୁଥିବା ଦେଖାଯିବ । ତଥାପି ସିଟିବ୍ୟାଙ୍କ୍ ଗ୍ରୁପ୍ ମଧ୍ୟ ଏହି କଥାରେ ଆଶାବାଦୀ ଯେ ଆଗାମୀ ତିନି ରୁ ୬ ମାସ ମଧ୍ୟରେ ଏହା ୨୦୦୦ ଡଲାର ପାଖାପାଖି ପହଞ୍ଚିପାରେ ।
Published by: Jagdish Barik
First published: November 30, 2020, 3:56 PM IST