Gold Price Today: ଆଜି ପୁଣି ସୁନା-ରୂପା ଶସ୍ତା ହେଲା; ଦରରେ ଏତିକି ଟଙ୍କା ହ୍ରାସ ପାଇଲା
Gold Silver Price Today 23rd December 2020: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ହ୍ରାସ ଯୋଗୁଁ ଘରୋଇ ବଜାରରେ ସୁନା ଓ ରୂପାର ଦାମ୍ କ୍ରମାଗତ ଭାବେ ହ୍ରାସ ପାଇଛି ।

ଆଜି ପୁଣି ସୁନା-ରୂପା ଶସ୍ତା ହେଲା
- News18 Odia
- Last Updated: December 23, 2020, 4:20 PM IST
ନୂଆ ଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ସୁନା-ରୂପା ଦରରେ (Gold Silver Price) ହେଉଥିବା ହ୍ରାସ ଭାରତୀୟ ବଜାର ଉପରେ ସିଧାସଳଖ ପ୍ରଭାବ ପକାଇଛି । ଆଜି ସଦିଲ୍ଲୀର ସରଫା ମାର୍କେଟରେ ସୁନା ଓ ରୂପା ଦରରେ ମଧ୍ୟ ହ୍ରାସ ଘଟିଛି । ଗତକାଲିର ହ୍ରାସ ପରେ ଆଜି ମଧ୍ୟ ସୁନା ଓ ରୂପା ଚାପରେ କାରବାର କରୁଛି ।
ଏହା ବି ପଢ଼ନ୍ତୁ | ଚାଲିଗଲା ଶିଶୁ କାଳିଆ, ଏକା ହୋଇଗଲା ତା’ ଭାଇ ଜଗା; ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ୧୪ ମାସ ଚିକିତ୍ସାରେ ଥିଲା
ଷ୍ଟକ୍ ମାର୍କେଟରେ ବୃଦ୍ଧି ଯୋଗୁଁ ଆହୁରି ହ୍ରାସ ହୋଇପାରେ ସୁନା ଦାମ୍
ଆନ୍ତର୍ଜାତୀୟ ବଜାରରେ ସୁନା ଦରରେ ସାମାନ୍ୟ ବୃଦ୍ଧି
ଯଦି ଆନ୍ତର୍ଜାତୀୟ ବଜାରରେ ଦେଖାଯାଏ ତେବେ ବୁଧବାର ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଛି । ସ୍ପଟ୍ ସୁନା ୦.୨ ପ୍ରତିଶତ ବୃଦ୍ଧି ପାଇ ୧୮୬୩.୮୩ ଡଲାରରେ ପହଞ୍ଚିଥିବାବେଳେ ଆମେରିକାର ଗୋଲ୍ଡ ଫ୍ୟୁଚର ୦.୧ ପ୍ରତିଶତ ହ୍ରାସ ହୋଇ ପ୍ରତି ଔନ୍ସ ୧୮୬୮.୧୦ ଡଲାରରେ ପହଞ୍ଚିଛି । ବିଶ୍ୱର ସର୍ବବୃହତ ସୁନା ETF, SPDR ଗୋଲ୍ଡ ଟ୍ରଷ୍ଟର ହୋଲ୍ଡିଂ ୦.୨୦ ପ୍ରତିଶତ ହ୍ରାସ ପାଇ ପ୍ରତି ଔନ୍ସ ୧୧୬୭.୫୩ ଟନରେ ପହଞ୍ଚିଛି । ମଙ୍ଗଳବାର ଏହା ୧୧୬୯.୮୬ ଟନ୍ ଥିଲା । ଏହି ସମୟରେ ରୂପା ଏକ ପ୍ରତିଶତ ବୃଦ୍ଧି ହୋଇ ପ୍ରତି ଔନ୍ସ ୨୫.୮୩ ଡଲାରରେ ପହଞ୍ଚିଛି ।
ଏହା ବି ପଢ଼ନ୍ତୁ | ଜେଲକୁ ଯିବା ବେଳେ ଲଗାତର ହସୁଥିଲେ BJD MLA ପ୍ରଦୀପ ପାଣିଗ୍ରାହୀ; ଦିନେ ନବୀନ ପଟ୍ଟନାୟକଙ୍କ ଭାରି ପ୍ରିୟ ଥିଲେ
ଦିଲ୍ଲୀରେ ସୁନା ଦାମ୍
ମଙ୍ଗଳବାର ଦିନ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ସୁନା ଦରରେ ୨୪୩ ଟଙ୍କା ହ୍ରାସ ଘଟିଛି । ଏଥି ସହିତ ମଙ୍ଗଳବାର ଦିନ ରୂପା ଦାମ୍ ୨୧୬ ଟଙ୍କା ହ୍ରାସ ପାଇ ୬୭,୧୭୭ ଟଙ୍କା ହୋଇଛି । ବିଶ୍ୱ ବଜାରରେ ଉଭୟ ମୂଲ୍ୟବାନ ଧାତୁରେ ହ୍ରାସର ଧାରାର ପ୍ରଭାବ ମଧ୍ୟ ଏଠାରେ ଦେଖାଯାଇଛି ।
ମୋତିଲାଲ ଓସୱାଲ ଆର୍ଥିକ ସେବା ଉପାଧ୍ୟକ୍ଷ (କମିଡିଟିଜ) ନବନୀତ ଦମାନୀ କହିଛନ୍ତି ଯେ ସୁନା ଓ ରୂପା ଆନ୍ତର୍ଜାତୀୟ ଦରରେ ହ୍ରାସ ଭାରତୀୟ ବଜାରକୁ ମଧ୍ୟ ପ୍ରଭାବିତ କରିଛି ।